ETV Bharat / international

ମୋବାଇଲ ଭିଡିଓରେ ଚାଲିପାରିବ ଟିଭି, କ୍ବିବି ଆଣିଲା ନୂଆ ଫିଚର

ମୋବାଇଲ ଆପରେ ଦେଖିହେବ ଟିଭି ଚ୍ୟାନେଲ । ଏଥିପାଇଁ ଗୁଗଲ କ୍ରୋମକାଷ୍ଟର ବ୍ୟବହାର କରିପାରିବେ ୟୁଜର୍ସ । ଆମେରିକାର ମୋବାଇଲ ଭିଡିଓ ପ୍ଲାଟଫର୍ମ କ୍ବିବି ବାହାର କରିଛି ନୂଆ ଫିଚର । ଅଧିକ ପଢନ୍ତୁ.....

author img

By

Published : Jun 10, 2020, 7:13 PM IST

ମୋବାଇଲ ଭିଡିଓରେ ଚାଲିପାରିବ ଟିଭି, କ୍ବିବି ଆଣିଲା ନୂଆ ଫିଚର
ମୋବାଇଲ ଭିଡିଓରେ ଚାଲିପାରିବ ଟିଭି, କ୍ବିବି ଆଣିଲା ନୂଆ ଫିଚର

ୱାଶିଂଟନ: ଆମେରିକାର ମୋବାଇଲ ଭିଡିଓ ପ୍ଲାଟଫର୍ମ କ୍ବିବି ବାହାର କରିଛି ନୂଆ ଫିଚର । ଏବେ ମୋବାଇଲ ଆପରେ ଦେଖିହେବ ଟିଭି ଚ୍ୟାନେଲ । ଏଥିପାଇଁ ଗୁଗଲ କ୍ରୋମକାଷ୍ଟର ବ୍ୟବହାର କରିପାରିବେ ୟୁଜର୍ସ ।

ଏନେଇ କମ୍ପାନୀ ମଙ୍ଗଳବାର ଏକ ଅପଡେଟ୍ ରିଲିଜ କରିଛି । ଆଇଏଓସ ଆପରେ ଏହି ସୁବିଧା ଉପଲବ୍ଧ ହୋଇଛି । ଏଥିରେ ଏକ ଟେଲିଭିଜନ ଚ୍ୟାନେଲ ଷ୍ଟ୍ରିମିଂ କରିପାରିବେ ୟୁଜର୍ସ । ତେବେ ଏବେ ଯାଏଁ ଆଣ୍ଡ୍ରଏଡ ଆପରେ ଏହି ସୁବିଧା ଉପଲବ୍ଧ ହୋଇନାହିଁ । ଏହା ଗୁଗଲ କ୍ରୋମକାଷ୍ଟକୁ ସପୋର୍ଟ କରୁନଥିବାରୁ ଏଥିରେ ଟେଲିଭିଜନ ଷ୍ଟ୍ରିମିଂ ହୋଇପାରିବନି ବୋଲି କମ୍ପାନୀ ପ୍ରକାଶ କରିଛି ।

ପ୍ରକାଶ ଥାଉ କି ଲକଡାଉନ ବେଳେ ଏହି ଆପ୍ ଲଞ୍ଚ ହୋଇଥିଲା । ଏପ୍ରିଲ ଆରମ୍ଭରେ ଏହାକୁ ଲଞ୍ଚ କରାଯିବା ସହ ଅଧିକ ଲୋକପ୍ରିୟ ହୋଇଥିଲା । ଲଞ୍ଚର ପ୍ରଥମ ସପ୍ତାହରେ ଏହାକୁ 1.7 ମିଲିୟନ ୟୁଜର୍ସ ଡାଉନଲୋଡ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଏଥିରେ ହ୍ରାସ ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.