ETV Bharat / international

ହ୍ୟାକପ୍ରୁଫ ଇଣ୍ଟରନେଟ୍ ପ୍ରସ୍ତୁତ କରୁଛି ଆମେରିକା - ଆମେରିକା

ଆମେରିକାର ଅଧିକାରୀ ଏବଂ ବୌଜ୍ଞାନିକମାନେ ଏକ କ୍ବାଣ୍ଟମ୍ କମ୍ପ୍ୟୁଟର ଆଧାରିତ ଭର୍ଚୁଆଲ୍ ଅନ୍ ହ୍ୟାକବୁଲ୍ ଇଣ୍ଟରନେଟ୍ ଟୁଲ୍ ପ୍ରସ୍ତୁତ କରିଛନ୍ତି । ଅଧିକ ପଢନ୍ତୁ...

ହ୍ୟାକପ୍ରୁଫ ଇଣ୍ଟରନେଟ୍ ପ୍ରସ୍ତୁତ କରୁଛି ଆମେରିକା

author img

By

Published : Jul 26, 2020, 7:03 AM IST

ନୂଆଦିଲ୍ଲୀ: ଯଦି ଇଣ୍ଟରନେଟ୍ ଅଛି ତେବେ ହ୍ୟାକିଂ ହେବ ନିଶ୍ଚୟ । ଯଦି ଆପଣ ମଧ୍ୟ ଏମିତି କିଛି ଭାବୁଛନ୍ତି ତେବେ ବର୍ତ୍ତମାନ ଏହି ଧାରଣାକୁ ପରିବର୍ତ୍ତନ କରିବାର ସମୟ ଆସିଛି । କାରଣ ଆମେରିକା ଏକ ଇଣ୍ଟରନେଟର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଯାହା ହ୍ୟାକପ୍ରୁଫ ଅଟେ ।

ଆମେରିକାର ଅଧିକାରୀ ଏବଂ ବୈଜ୍ଞାନିକମାନେ ଏକ କ୍ବାଣ୍ଟମ୍ କମ୍ପ୍ୟୁଟର ଆଧାରିତ ଭର୍ଚୁଆଲ୍ ଅନ୍ ହ୍ୟାକବୁଲ୍ ଇଣ୍ଟରନେଟ୍ ଟୁଲ୍ ପ୍ରସ୍ତୁତ କରିଛନ୍ତି । ଆମେରିକାର ଶକ୍ତି ବିଭାଗ (DOE) ଗୁରୁବାର ଏହି ଇଣ୍ଟରନେଟର ବ୍ଲୁ ପ୍ରିଣ୍ଟ ପ୍ରକାଶ କରିଛି । କ୍ବାଣ୍ଟମ୍ ମେକାନିକ୍ସର ନିୟମ ଅନୁସାରେ ଏହି ଇଣ୍ଟରନେଟ୍ ପ୍ରସ୍ତୁତ କରାଯାଇଛି । ବିଶ୍ବବିଦ୍ୟାଳୟ ଏବଂ ଗବେଷକମାନଙ୍କ ସହିତ ବିଭାଗ ଏହି ପ୍ରୋଟୋଟାଇପ୍ ଉପରେ କାମ ଜାରି ରଖିଛି ।

ଚଳିତବର୍ଷ ଫେବୃଆରୀରେ ଆମେରିକାର ଶକ୍ତି ବିଭାଗର ଏରଗନ୍ ନ୍ୟାସନାଲ୍ ଲାବୋରେଟୋରୀ ଏବଂ ଚିକାଗୋ ୟୁନିଭରସିଟି ଏକ 83 କିଲୋମିଟରଯୁକ୍ତ କ୍ବାଣ୍ଟମ୍ ଲୁପ୍ ଡିଜାଇନ୍ କରିଥିଲା । ଏହାକୁ ଡିଜାଇନ କରିବା ଉଦ୍ଦେଶ୍ୟ ହେଉଛି ଏକ ସୁରକ୍ଷିତ ନେଟୱାର୍କ ସୃଷ୍ଟି କରିବା । ଏହା ସାହାଯ୍ୟରେ ବୈଜ୍ଞାନିକମାନେ ଏକ ଭର୍ଚୁଆଲ୍ ଅନଚେକ୍ ନେଟୱାର୍କ ସୃଷ୍ଟି କରିବାକୁ ଚେଷ୍ଟା କରିବେ । ବିଭାଗ କହିବାନୁସାରେ ଏହି ନେଟୱାର୍କର ପ୍ରଥମ ବ୍ୟବହାର ବ୍ୟାଙ୍କିଙ୍ଗ, ହେଲଥ୍ ଏବଂ ସିକ୍ୟୁରିଟି ଏୟାରକ୍ରାପ୍ଟରେ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.