ETV Bharat / international

ହ୍ବାଇଟ୍ ହାଉସ ବାହାରେ ବିକ୍ଷୋଭକାରୀଙ୍କ ଆନ୍ଦୋଳନ, ମୂର୍ତ୍ତି ଭାଙ୍ଗିବାକୁ ଉଦ୍ୟମ - ଆମେରିକାରେ ହ୍ବାଇଟ ହାଉସ

ପୂର୍ବତନ ରାଷ୍ଟ୍ରପତି ଆଣ୍ଡ୍ରୃ 1829ରୁ 1837 ମଧ୍ୟରେ ପ୍ରାୟ 500 କ୍ରୀତଦାସଙ୍କୁ କିଣି ନିଜ ଅଧୀନରେ ରଖିଥିଲେ । ଏହାସହ ପ୍ରାୟ 60 ହଜାର ଆମେରିକାନଙ୍କୁ ଦେଶରୁ ନିର୍ବାସିତ କରିବାରେ ସେ ମୁଖ୍ୟ ଭୂମିକା ନେଇଥିଲେ । ଅଧିକ ପଢନ୍ତୁ...

ହ୍ବାଇଟ୍ ହାଉସ ବାହାରେ ବିକ୍ଷୋଭକାରୀଙ୍କ ଆନ୍ଦୋଳନ, ମୂର୍ତ୍ତି ଭାଙ୍ଗିବାକୁ ଉଦ୍ୟମ

author img

By

Published : Jun 23, 2020, 4:23 PM IST

ୱାଶିଂଟନ: ଆମେରିକାରେ କୃଷ୍ଣକାୟଙ୍କ ସମର୍ଥନରେ ଚାଲିଥିବା ଆନ୍ଦୋଳନ ତୀବ୍ର ରୂପ ନେଇଛି । ଏବେ ବି ବିଭିନ୍ନ ଜାଗାରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ବିକ୍ଷୋଭକାରୀ ହିଂସାତ୍ମକ ରୂପ ନେବା ସହ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ମୂର୍ତ୍ତି ଭାଙ୍ଗିବାରେ ଲାଗିଛନ୍ତି । ଏହି ଅବସରରେ ହ୍ବାଇଟ୍ ହାଉସ ବାହାରେ ମଧ୍ୟ ସୋମବାର ଏହି ପ୍ରକାର କାର୍ଯ୍ୟ ପାଇଁ ଚେଷ୍ଟା କରିଥିଲେ ଆନ୍ଦୋଳନକାରୀ ।

ଖବର ଅନୁସାରେ ସୋମବାର ଶତାଧିକ ଆନ୍ଦୋଳନକାରୀ ହ୍ବାଇଟ୍ ହାଉସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏହି ସମୟରେ ସେମାନେ ଲାଫାୟେଟ୍ଟେ ପାର୍କ ନିକଟରେ ଥିବା ଆମେରିକାର ସପ୍ତମ ରାଷ୍ଟ୍ରପତି ଆଣ୍ଡ୍ରୃ ଜ୍ୟାକସନଙ୍କ ମୂର୍ତ୍ତି ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଏହା ଚାରିପାଖେ ଦଉଡି ଓ ଚେନ୍ ପକାଇ ମୂର୍ତ୍ତିକୁ ବାନ୍ଧି ପକାଇବା ସହ ତଳେ ପକାଇବାର ଜୋରଦାର ଉଦ୍ୟମ ଚାଲିଥିଲା । ଏହାସହ ମୂର୍ତ୍ତିରେ ହତ୍ୟାକାରୀ ବୋଲି ମଧ୍ୟ ସେମାନେ ଲେଖିଦେଇଥିଲେ ।

ତେବେ ଏହି ସମୟରେ ପୋଲିସ ଫୋର୍ସ ପହଞ୍ଚିଯିବା ସହ ମୂର୍ତ୍ତିକୁ ଭାଙ୍ଗିବାରୁ ରକ୍ଷା କରିଥିଲେ । ପ୍ରାୟ ଶହେ ପୋଲିସ କର୍ମୀ ସେମାନଙ୍କ ଉପରେ ପିପର ସ୍ପ୍ରେ କରି ସେଠାରୁ ବିକ୍ଷୋଭକାରୀଙ୍କୁ ଘଉଡାଇଥିବା ସୂଚନା ରହିଛି । ଲୋକଙ୍କ ଉପରେ ଏକ ହେଲିକେପ୍ଟର ଉଡି ସେମାନଙ୍କ ଉପରେ ଏହି ସ୍ପ୍ରେ କରିବା ଫଳରେ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ । ବିକ୍ଷୋଭକାରୀ କହିଛନ୍ତି ଯେ ପୋଲିସ ଶାନ୍ତି ଭାବେ ଚାଲିଥିବା ଏକ ପ୍ରତିବାଦ ଯାତ୍ରାକୁ ଭାଙ୍ଗିବାକୁ ଚେଷ୍ଟା କରିବା ସହ ସେମାନଙ୍କ ଉପରେ ଆକ୍ରମଣ କରିଥିଲା ।

ପ୍ରକାଶ ଥାଉ କି 1829ରୁ 1837 ମଧ୍ୟରେ ତତ୍କାଳୀନ ରାଷ୍ଟ୍ରପତି ଆଣ୍ଡ୍ରୃ ପ୍ରାୟ 500 କ୍ରୀତଦାସଙ୍କୁ କିଣି ନିଜ ଅଧୀନରେ ରଖିଥିଲେ । ଏହାସହ ପ୍ରାୟ 60 ହଜାର ଆମେରିକୀୟଙ୍କୁ ଦେଶରୁ ନିର୍ବାସିତ କରିବାରେ ସେ ମୁଖ୍ୟ ଭୂମିକା ନେଇଥିଲେ । ତାଙ୍କୁ ଟ୍ରାଏଲ ଅଫ୍ ଟିଅର୍ସ ନାମରେ ଜଣାଯାଏ । ବର୍ତ୍ତମାନ ବ୍ଲାକ ଲାଇଭ୍ସ ମ୍ୟାଟର ନାମରେ ଚାଲିଥିବା ଏହି ଆନ୍ଦୋଳନ ତୀବ୍ର ରୂପ ନେଇଛି । ଜର୍ଜ ଫ୍ଲେୟଡଙ୍କ ସମର୍ଥନରେ ଲୋକମାନେ ପୋଲିସ ବିରୋଧରେ ଆନ୍ଦୋଳନ ଚଲାଇଛନ୍ତି । ବିଭିନ୍ନ ଜାଗାରେ ଜାତିଆଣ ସହ ଯୋଡିରହିଥିବା ବ୍ୟକ୍ତିବିଶେଷଙ୍କ ମୂର୍ତ୍ତି ଭାଙ୍ଗୁଛନ୍ତି ବିକ୍ଷୋଭକାରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.