ETV Bharat / international

ବାଇଡେନ ପ୍ରଶାସନରେ ଭାରତୀୟ ବଂଶୋଦ୍ଭବ ଅରୁଣ ଭେଙ୍କଟରମଣଙ୍କୁ ବଡ ଦାୟିତ୍ବ - arun-venkataraman

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଦେଇଛନ୍ତି ଡିଜି ପଦବୀର ଦାୟିତ୍ବ । ଅଧିକ ପଢନ୍ତୁ...

ବାଇଡେନ ପ୍ରଶାସନରେ ଭାରତୀୟ ବଂଶୋଦ୍ଭବ ଅରୁଣ ଭେଙ୍କଟରମଣଙ୍କୁ ବଡ ଦାୟିତ୍ବ

author img

By

Published : May 27, 2021, 12:12 AM IST

ୱାଶିଂଟନ: ବାରାକ ଓବାମାଙ୍କ ସରକାର ହେଉ କି ଟ୍ରମ୍ପ ପ୍ରଶାସନ । ଆଉ ଏବେ ବାଇଡେନଙ୍କ ଶାସନ କାଳ, ସବୁବେଳେ ଆମେରିକା ହ୍ବାଇଟ ହାଉସରେ ରହିଛି ଭାରତୀୟ ବଂଶୋଦ୍ଭବଙ୍କ ରାଜ । ଆମେରିକାରେ ନୂଆ କରି କ୍ଷମତାକୁ ଆସିଥିବା ରାଷ୍ଟ୍ରପତି ଜୋ ବାଇଡେନ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଦେଇଛନ୍ତି ଡିଜି ପଦବୀର ଦାୟିତ୍ବ ।

ଭାରତୀୟ ଆମେରିକୀୟ ଅରୁଣ ଭେଙ୍କଟରମଣଙ୍କୁ ବାଇଡେନ ପ୍ରଶାସନରେ ମିଳିଛି ବଡ ସଫଳତା । ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କୁ ଆମେରିକାର ମହାନିର୍ଦ୍ଦେଶକ ସହିତ ବୈଦେଶିକ ବାଣିଜ୍ୟିକ ସେବା ଓ ବାଣିଜ୍ୟ ବିଭାଗରେ ବୈଶ୍ବୟିକ ବଜାରରେ ସହାୟକ ସଚିବ ପଦରେ ନିଯୁକ୍ତ କରିଛନ୍ତି ।

ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ଅଧୀନରେ ବାଣିଜ୍ୟ ବିଭାଗର ଆନ୍ତର୍ଜାତୀୟ ବାଣିଜ୍ୟ ପ୍ରଶାସନ ନୀତିର ପ୍ରଥମ ନିର୍ଦ୍ଦେଶକ ଭାବରେ ଭେଙ୍କଟରମଣ ବିଶ୍ବ ବଜାରରେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ଉପରେ ଆମେରିକା ସରକାରଙ୍କୁ ଅନେକ ସହଯୋଗ କରିଥିଲେ । ପରେ ତାଙ୍କୁ ପୁଣି ବାଇଡେନ ପ୍ରଶାସନରେ ମଧ୍ୟ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପଦରେ ଦାୟିତ୍ବ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.