ETV Bharat / international

Biden UNGA Address: ଶୀତଳ ଯୁଦ୍ଧ ନୁହେଁ, ଶାନ୍ତି ଚାହୁଁଛି ଆମେରିକା - President Biden

ଚୀନ ସହିତ ବିବାଦ ମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଆମେ ଏକ ନୂତନ ଶୀତଳ ଯୁଦ୍ଧ ଚାହୁଁ ନାହୁଁ, ଯେଉଁଠାରେ ବିଶ୍ବ ବିଭାଜିତ ହୋଇଛି । ଆଫଗାନିସ୍ତାନରେ 20 ବର୍ଷର ସଂଘର୍ଷରେ ପୂର୍ଣ୍ଣଛେଦ ପଡିଥିବା କହିଛନ୍ତି ବାଇଡେନ । ଅଧିକ ପଢନ୍ତୁ...

Biden UNGA Address: ଚୀନ୍‌କୁ ବାଇଡେନଙ୍କ ଚେତାବନୀ ! ଶୀତଳ ଯୁଦ୍ଧ ଚାହୁନି ଆମେରିକା

author img

By

Published : Sep 21, 2021, 9:29 PM IST

ୱାଶିଂଟନ: ସୈନ୍ୟ ଶକ୍ତି ପ୍ରଥମ ନୁହେଁ ବରଂ ଅନ୍ତିମ ଉପାୟର ସାଧନ ହେବା ଆବଶ୍ୟକ । ଅସ୍ତ୍ରଶସ୍ତ୍ରରେ ମହାମାରୀକୁ ମାତ୍‌ ଦିଆଯାଇପାରିବ ନାହିଁ । ଏହି ବିଜ୍ଞାନ ଓ ରାଜନୀତିର ସାମୁହିକ ଇଚ୍ଛାଶକ୍ତି ଦ୍ବାରା ସମ୍ଭବ । ଆଜି ଆତଙ୍କବାଦର ଚ୍ୟାଲେଞ୍ଜକୁ ସାମ୍ନା କରୁଥିବା ଜାତିସଂଘର ସାଧାରଣ ସଭା(UNGA)କୁ ସମ୍ବୋଧିତ କରି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ଆଜି ଆମେରିକା 20 ବର୍ଷ ପୂର୍ବେ ଘଟିଥିବା 9/11 ଆକ୍ରମଣ ସମୟର ଦେଶ ନୁହେଁ । ପ୍ରଚାରପ୍ରସାରର ମୁକାବିଲା କରି ଆଜି ଆମେ ଅଧିକ ସୁସଜ୍ଜିତ ବୋଲି କହିଛନ୍ତି ବାଇଡେନ । ଆମେରିକା ରାଷ୍ଟ୍ରପତି କହିଛନ୍ତି, ଆତଙ୍କବାଦର ବିପଦକୁ ଆମେ ଜାଣୁ । ଗତ ମାସରେ କାବୁଲ ବିମାନବନ୍ଦରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 13 ଜଣ ଆମେରିକୀୟ ସୈନିକଙ୍କୁ ହରାଇଛୁ । ଅନେକ ଆଫଗାନବାସୀଙ୍କୁ ହତ୍ୟା କରାଯାଇଥିଲା। ଯେଉଁମାନେ ଆମ ବିରୁଦ୍ଧରେ ଆତଙ୍କବାଦୀ କାର୍ଯ୍ୟକଳାପ କରନ୍ତି ସେମାନେ ଆମେରିକାରେ ଏକ ସ୍ଥାୟୀ ଶତ୍ରୁ ପାଇବେ ବୋଲି ଚେତାବନୀ ଦେଇଛନ୍ତି ବାଇଡେନ ।

ଚୀନ ସହିତ ବିବାଦ ମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଆମେ ଏକ ନୂତନ ଶୀତଳ ଯୁଦ୍ଧ ଚାହୁଁ ନାହୁଁ, ଯେଉଁଠାରେ ବିଶ୍ବ ବିଭାଜିତ ହୋଇଛି। ଶାନ୍ତିପୂର୍ଣ୍ଣ ସଂକଳ୍ପ ଅନୁସରଣ କରୁଥିବା ଯେକୌଣସି ଦେଶ ସହିତ ଆମେରିକା କାର୍ଯ୍ୟ କରିବାକୁ ପ୍ରସ୍ତୁତ । କାରଣ ଆମର ବିଫଳତା ପାଇଁ ଆମେ ସମସ୍ତେ କଷ୍ଟ ସହିଛୁ ବୋଲି କହିଛନ୍ତି ରାଷ୍ଟ୍ରପତି ବାଇଜେନ ।

ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ବାଇଡେନ ୟୁଏନଜିଏରେ କହିଛନ୍ତି, ଆଜି ଆମେ ଆତଙ୍କବାଦ ବିପଦର ସମ୍ମୁଖୀନ ହେଉଛୁ । ଆଫଗାନିସ୍ତାନରେ 20 ବର୍ଷର ସଂଘର୍ଷର ଅନ୍ତ ଘଟାଇଛୁ। ଆମେ କୂଟନୀତିର ଦ୍ବାରକୁ ଖୋଲୁଛୁ। ଆମର ସୁରକ୍ଷା, ସମୃଦ୍ଧତା, ସ୍ବାଧୀନତା ପରସ୍ପର ସହ ଜଡିତ ଏବଂ ବିଶ୍ବର ସମସ୍ତ ଚ୍ୟାଲେଞ୍ଜ ବିରୁଦ୍ଧରେ ଆମେ ପୂର୍ବପରି ମିଳିତ ଭାବରେ କାର୍ଯ୍ୟ କରିବା ଉଚିତ ବୋଲି ମତ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.