ETV Bharat / international

ଟୋକ୍ନୋଲୋଜି ଦୁନିଆରେ ବିଶ୍ବବାସୀଙ୍କ ସାଥୀ ‘ରବ’ - Philadelphia Man Making 10,000 New Friends

ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଫିଲାଡେଲଫିଆ ବାସିନ୍ଦା ରବ ଲୋୱେ । ରବଙ୍କ ଏକମାତ୍ର ଲକ୍ଷ୍ୟ ପ୍ରତିଦିନ ଏକାଧିକ ଅଜଣା ଲୋକଙ୍କୁ ଭେଟିବା । ଆଉ ସେମାନଙ୍କ ସହ ନୂଆ ସମ୍ପର୍କ ବନାଇବା ।

ଟୋକ୍ନୋଲୋଜି ଦୁନିଆରେ ଲୋକଙ୍କ ସାଥୀ ‘ରବ’
author img

By

Published : Oct 3, 2019, 7:11 PM IST

ହାଇଦ୍ରାବାଦ: ଆଜିର ଟେକ୍ନୋଲୋଜି ଦୁନିଆରେ ଆମେ ଧିରେ ଧିରେ ଏକା ପଡିଯାଉଛୁ । କୌଣସି ଘଟଣା ବା ମାନସିକ ଅବସାଦ ଆମକୁ ଏକା କରୁନାହିଁ । ବରଂ ଅଧିକ ସ୍ମାର୍ଟଫୋନ, ଲାପଟପ, ମୋବାଇଲ ଗେମ, ସୋସିଆଲ ମିଡିଆ ଆମକୁ ଏକା କରିଦେଉଛି । ନିଜ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟଙ୍କ ଠାରୁ ଆମେ ଦୂରେଇ ଯାଉଛୁ । ଏକାଠି ବୁଲାବୁଲି ମଜା କରିବା ଏବେ ପ୍ରାୟ ବନ୍ଦ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନି । ନିଜ ଲୋକଙ୍କ ପାଇଁ ସମୟ ମିଳୁନାହିଁ । କିନ୍ତୁ ମୋବାଇଲରେ ଖେଳିବାକୁ ଅନେକ ସମୟ ।

ଫଳରେ ଆମର ମାନସିକ ଓ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହେଉଛି । ଯାହା ନିଶ୍ଚିତ ଭାବେ ଆଗାମୀ ପିଢି ଲାଗି ଏକ ସମସ୍ୟା । ସିଧାସଳଖ ସାକ୍ଷାତ କିମ୍ବା କଥାବାର୍ତ୍ତା ଲାଗି ଏବେ ପ୍ରାୟ ସବୁ ବ୍ୟକ୍ତିଙ୍କ ପାଇଁ ସମୟର ଅଭାବ । ତେବେ ଏପରି ପରିସ୍ଥିତିରେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଫିଲାଡେଲଫିଆ ବାସିନ୍ଦା ରବ ଲୋୱେ । ରବଙ୍କ ଏକମାତ୍ର ଲକ୍ଷ୍ୟ ପ୍ରତିଦିନ ଏକାଧିକ ଅଜଣା ଲୋକଙ୍କୁ ଭେଟିବା । ଆଉ ସେମାନଙ୍କ ସହ ନୂଆ ସମ୍ପର୍କ ବନାଇବା ।

ଗତ 4 ବର୍ଷରେ ରବ ପ୍ରାୟ ୨ ହଜାର ୮୦୦ ଅଜଣା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହୋଇ ସମ୍ପର୍କ ଯୋଡିଛନ୍ତି । ହେଲେ ରବ ଏହି କାମ କୌଣସି ସୋସିଆଲ ମିଡିଆ ବା ସ୍ମାର୍ଟଫୋନ ଦ୍ବାରା କରୁନାହାନ୍ତି । ସେ ଲୋକଙ୍କୁ ସିଧାସଳଖ ଭେଟୁଛନ୍ତି ଏବଂ ସମ୍ପର୍କ ବନାଉଛନ୍ତି । ସବୁଠୁ ବଡ କଥା ଏହି ସମ୍ପର୍କ ବନାଇ ସେ ଏହାକୁ ବଜାୟ ମଧ୍ୟ ରଖୁଛନ୍ତି । କେବଳ ସମ୍ପର୍କ ତିଆରି କରିବା ତାଙ୍କ ଲକ୍ଷ୍ୟ ନୁହେଁ ସେମାନଙ୍କ ସହ ଏହାକୁ ଦୀର୍ଘକାଳୀନ ବଜାର ରଖିବା ମଧ୍ୟ ତାଙ୍କର ପ୍ରଥମ ଉଦ୍ଦେଶ୍ୟ ।

ବାଣିଜ୍ୟରେ ସ୍ନାତକ ପରେ 28 ବର୍ଷୀ ରବ ୨୦୧୩ରେ ଏକ ଘରୋଇ କମ୍ପାନୀରେ ବିଜନେସ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ । ତେବେ କର୍ମକ୍ଷେତ୍ରରେ ଚାପ ଓ ବ୍ୟସ୍ତତା ତାଙ୍କୁ ନିଜ ଲୋକଙ୍କଠାରୁ ଦୂରେଇ ଦେଇଥିଲା । ଯାହା ତାଙ୍କୁ ଖୁବ ବାଧିଥିଲା । ପରେ ୨୦୧୫ରେ ଚାକିରୀ ଛାଡି ସେ ଲୋକଙ୍କ ସହିତ ସମ୍ପର୍କ ଯୋଡିବା ଅଭିଯାନ ଆରମ୍ଭ କରିଥିଲେ । ଯାହା ଆଜି ପର୍ଯ୍ୟନ୍ତ ଚାଲୁ ରହିଛି ।

ପ୍ରତିଦିନ ସେ ବିଭିନ୍ନ ସ୍ଥାନରେ 4 ଜଣ ବ୍ୟକ୍ତିଙ୍କୁ ଭେଟୁଛନ୍ତି । ସେମାନଙ୍କ ସହିତ ଏକ ଘଣ୍ଟା ପର୍ଯ୍ୟନ୍ତ କଥାବାର୍ତ୍ତା କରୁଛନ୍ତି । ଏକାଠି ବୁଲୁଛନ୍ତି ଓ ମଜା କରୁଛନ୍ତି । ଏହାଦ୍ବାରା ତାଙ୍କର ଲୋକଙ୍କ ସହିତ ଅଧିକ ସମ୍ପର୍କ ବଢ଼ୁଛି । ତାଙ୍କ ଅନୁସାରେ ଏପରି ସାକ୍ଷାତ ଓ କଥାବାର୍ତ୍ତା ଦ୍ବାରା ଲୋକ ସମ୍ପର୍କ ଅଧିଜ ମଜଭୁତ ହୁଏ । ଫଳରେ ମନ ଖୁସି ରହେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.