ୱାଶିଂଟନ: ବିଶ୍ବ ବ୍ରହ୍ମାଣ୍ଡରେ ଏଲିଅନ ଭଳି କିଛି ଅଛି ବୋଲି ଅନେକ ଖବର ସାମ୍ନାକୁ ଆସୁଛି । ପୃଥିବୀ ବାହାରେ ଥିବା ଦୁନିଆ ଏବଂ ସେଠାରେ ରହୁଥିବା ଏଲିଅନ ସମୟ ସମୟରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟୁଛି । ଏହା ସହ ବିଭିନ୍ନ ସମୟରେ ୟୁଏଫଓରେ ଭିଡିଓ ଦେଖାଯିବା ମଧ୍ୟ ଦାବି କରାଯାଇଛି । ତେବେ ଏହାର ସତ୍ୟତା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍ ସୋମବାର 3 ଟି ୟୁଏଫଓର ଭିଡିଓ ଜାରି କରିଛି । ନେଭାଡା ସିନେଟର ପୂର୍ବତନ ଡେମୋକ୍ରାଟିକ୍ ନେତା ହ୍ୟାରି ରିଡ୍ ମଧ୍ୟ ଟ୍ବିଟ କରିଛନ୍ତି ।
ଏହି ଭିଡିଓଗୁଡିକ ମଧ୍ୟରୁ ଗୋଟିଏ 2004ରେ ଏବଂ 2015 ର, ଦୁଇଟି ଭିଡିଓ ଆମେରିକୀୟ ନୌସେନା ପାଇଲଟଙ୍କ ଦ୍ବାରା ରେକର୍ଡ କରାଯାଇଥିଲା । ତେବେ ଏହି ଭିଡିଓଗୁଡିକ ଲିକ୍ ହୋଇସାରିଛି । ପେଣ୍ଟାଗନ୍ର ୱେବସାଇଟ୍ ଅନୁଯାୟୀ, ଲୋକଙ୍କ ମଧ୍ୟରେ ଦ୍ବନ୍ଦ ଦୂର କରିବାକୁ ଏହି ଭିଡିଓଗୁଡିକ ଜାରି କରାଯାଇଛି ।
ପେଣ୍ଟାଗନ୍ ମୁଖପାତ୍ର ସୋ ଗାଗ୍ ଏହି ଭିଡିଓ ଗୁଡିକୁ ଜନସାଧାରଣଙ୍କ ମଧ୍ୟରେ ସ୍ପଷ୍ଟ କରିବାକୁ ଏବଂ ଏହା ସତ କି ନୁହେଁ ତାହା ପ୍ରକାଶ କରିଛନ୍ତି । ଏହା ପ୍ରକୃତରେ ଅସଲି ଫୁଟେଜ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ମାତ୍ର ଏହାକୁ ଅଜ୍ଞାତ ଦୃଶ୍ୟମାନ ବସ୍ତୁ ଭାବେ କୁହାଯାଇଛି ।
UFO ଦୃଶ୍ୟର ଅନୁସନ୍ଧାନ ପାଇଁ ଏକ ଉନ୍ନତ ଏରୋସ୍ପେସ୍ ବିପଦ ଚିହ୍ନଟ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଥିଲା । ତେବେ କିଛି ନ ମିଳିବା ପରେ ତାହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଲୁଇ ଏଲିଜୋଣ୍ଡୋଙ୍କ ଅନୁଯାୟୀ ଏହି ଭିଡିଓ ଗୁଡିକ ଉପରେ ଅଧିକ ଅନୁସନ୍ଧାନ କରାଯିବା ଉଚିତ୍ ।