ETV Bharat / international

ଆମେରିକାର ନୂତନ ରାଷ୍ଟ୍ରପତି-ଉପରାଷ୍ଟ୍ରପତି ଯୋଡିଙ୍କୁ ପାକ୍‌ର ଶୁଭେଚ୍ଛା

ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାକୁ ଶାସନ କରିବେ ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ-କମଲା ହାରିସ । ନବ ନିର୍ବାଚିତ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲା ପାକିସ୍ତାନ ।

author img

By

Published : Nov 8, 2020, 8:31 AM IST

ଆମେରିକାର ନୂତନ ରାଷ୍ଟ୍ରପତି-ଉପରାଷ୍ଟ୍ରପତି ଯୋଡିଙ୍କୁ ପାକ୍‌ର ଶୁଭେଚ୍ଛା
ଆମେରିକାର ନୂତନ ରାଷ୍ଟ୍ରପତି-ଉପରାଷ୍ଟ୍ରପତି ଯୋଡିଙ୍କୁ ପାକ୍‌ର ଶୁଭେଚ୍ଛା

ୱାଶିଂଟନ: ଆମେରିକାକୁ ମିଳିଲା ନୂଆ ରାଷ୍ଟ୍ରପତି । 46 ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ । ଏବଂ ଇତିହାସରେ ପ୍ରଥମ ଥର ଲାଗି ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ ପ୍ରଥମ କୃଷ୍ଣକାୟ ମହିଳା ଭାବେ କମଳା ହାରିସ ହେଲେ ଉପରାଷ୍ଟ୍ରପତି । ଏନେଇ ପାକିସ୍ତାନ ନେତା ବାଇଡେନ-ହାରିସଙ୍କ ଯୋଡିକୁ ଶୁଭେଚ୍ଛା ଜଣାଇଛନ୍ତି । ପାକିସ୍ତାନ-ଆମେରିକା ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଆଶା ବ୍ୟକ୍ତ କରିଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜୋ ବାଇଡେନ ଓ କମଲା ହାରିସଙ୍କ ବିଜୟୀ ପାଇଁ ବଧାଇ ଜଣାଇଛନ୍ତି । ଆଫଗାନିସ୍ତାନ ଓ ପାକିସ୍ତାନରେ ଶାନ୍ତିରେ ଶାନ୍ତି ବଜାୟୀ ରଖିବାକୁ ଦୁଇ ଦେଶ ମିଳିତ ଭାବେ କାମ କରିବାକୁ କଲେ ଆହ୍ବାନ ।

ଗଣତନ୍ତ୍ର ଉପରେ ସେ ବାଇଡେନଙ୍କ ବିଶ୍ବସ୍ତରୀୟ ଶିଖର ସମ୍ମିଳନୀକୁ ଅପେକ୍ଷା କରିଛନ୍ତି । ବେଆଇନ ଟ୍ୟାକ୍ସ ଦୁର୍ନୀତି ଗ୍ରସ୍ତ ନେତାଙ୍କ ବିରୋଧରେ କାମ କରିବେ ବୋଲି ଇମ୍ରାନ ଟ୍ବିଟ କରି ଜଣାଇଛନ୍ତି ।

ସେହିପରି ପାକିସ୍ତାନ ମୁସଲିମ ନୱାଜ(PML-N) ସୁପ୍ରିମୋ ନୱାଜ ସରିଫ ମଧ୍ୟ ନବନିର୍ବାଚିତ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇ ପାକିସ୍ତାନ-ଆମେରିକା ସମ୍ପର୍କକୁ ସୁଦୃଢ କରିବାକୁ କହିଛନ୍ତି ।

ସୂଚନାଯୋଗ୍ୟ, ଶନିବାର ବାଇଡେନ ରିପବ୍ଲିକ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ପଛରେ ପକାଇ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ମ୍ୟାଜିକ ନମ୍ବର 270କୁ ଅତିକ୍ରମ କରି ବାଇଡେନ 284 ଭୋଟ ହାତେଇଛନ୍ତି । ସେପଟେ ବାଇଡେନଙ୍କ ଜିତକୁ ଟ୍ରମ୍ପ ସମର୍ଥନ କରୁନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.