ETV Bharat / international

ଭାରତରେ ଉତ୍ପାଦନ ଆରମ୍ଭ ହେଲା ଅକ୍ସଫୋର୍ଡ କୋରୋନା ଟିକା - କୋରୋନା ଟିକା

ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ମିଳିତ ସହଯୋଗରେ କୋରୋନା ଟିକା ପ୍ରସ୍ତୁତ ଜୋରସୋରରେ ଚାଲିଛି । ଏହା ମଧ୍ୟରେ ଏକ ଭଲ ଖବର ସାମ୍ନାକୁ ଆସିଛି । ଏହି ଟିକା ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ପ୍ରସ୍ତୁତ କରାଯାଉଛି।

oxford vaccine
ଅକ୍ସଫୋର୍ଡ କୋରୋନା ଟୀକାର ଭାରତରେ ଉତ୍ପାଦନ ଆରମ୍ଭ
author img

By

Published : Jul 23, 2020, 12:03 PM IST

ନୂଆଦିଲ୍ଲୀ: ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ମିଳିତ ସହଯୋଗରେ କୋରୋନା ଟିକା ପ୍ରସ୍ତୁତ ଜୋରସୋରରେ ଚାଲିଛି । ଏହା ମଧ୍ୟରେ ଏକ ଭଲ ଖବର ସାମ୍ନାକୁ ଆସିଛି । ଏହି ଟିକା ଭାରତର ପୁଣେ ଭିତ୍ତିକ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ପ୍ରସ୍ତୁତ କରାଯାଉଛି।

ଗତ ଦୁଇ ଦିନ ପୂର୍ବେ ପ୍ରାରମ୍ଭିକ ପରୀକ୍ଷା ଫଳାଫଳ ଅକ୍ସଫୋର୍ଡ ଦ୍ୱାରା ପ୍ରକାଶିତ ହୋଇଥିଲା । ଏହି ଟିକା ବର୍ତ୍ତମାନ ମାନବ କ୍ଲିନିକାଲ ପରୀକ୍ଷଣର ତୃତୀୟ ପର୍ଯ୍ୟାୟରେ ହେବ ବୋଲି ଆଶା କରାଯାଉଛି।

ଭାରତରେ ବ୍ୟବହାର ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଟିକା ପ୍ରସ୍ତୁତ ଆରମ୍ଭ କରିଛି । ସେରମ୍ ଇନଷ୍ଟିଚ୍ୟୁଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶ ଯାଦବ କହିଛନ୍ତି, ଅଗଷ୍ଟ ଶେଷ ସୁଦ୍ଧା କମ୍ପାନୀ 2-3 ମିଲିୟନ ଡୋଜ ପ୍ରସ୍ତୁତ କରିବାକୁ ଚାହୁଁଛି। କମ୍ପାନୀ ଫେଜ -3 ପରୀକ୍ଷଣର ବ୍ୟବସାୟିକ ଆବଶ୍ୟକତା ଅନୁଯାୟୀ ଟିକା ପ୍ରସ୍ତୁତ କରିବାକୁ ଚାହୁଁଛି ।

ଏହାପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ନିଶ୍ଚିତ କରିଛନ୍ତି ଯେ, କମ୍ପାନୀ ପ୍ରାୟ ଏକ ବିଲିୟନରୁ ଅଧିକ ଡୋଜ ଟିକା ପ୍ରସ୍ତୁତ କରିବ । ଯାହା କେବଳ ଭାରତ ପାଇଁ ନୁହେଁ ବରଂ ଅନ୍ୟ ସ୍ୱଳ୍ପ ଆୟକାରୀ ଦେଶମାନଙ୍କୁ ମଧ୍ୟ ସାହାଯ୍ୟ କରିବ।

ଏଥିସହ ସେ କହିଛନ୍ତି, ଟିକାର ଡୋଜ ପ୍ରତି ମୂଲ୍ୟ 1000 ଟଙ୍କା ରହିବ । ଏହା ସମସ୍ତ ଶ୍ରେଣୀର ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଆସନ୍ତା ବର୍ଷ ଆରମ୍ଭରେ ଏହି ଟିକା ବଜାରକୁ ଆସିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.