ETV Bharat / international

ପୁଣି ଭର୍ଜିନିଆ ସମୁଦ୍ରକୂଳରେ ଗୁଳିକାଣ୍ଡ; ଜଣେ ମୃତ, 2 ଆହତ

ଭର୍ଜିନିଆ ସମୁଦ୍ର କୂଳରେ ତିନି ରାଉଣ୍ଡ ଗୁଳିଚାଳନା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଥିବା ବୋଲି ପୋଲିସ କହିଛି । ଅଧିକ ପଢନ୍ତୁ...

author img

By

Published : Apr 5, 2021, 11:36 AM IST

ଭର୍ଜିନିଆ ସମୁଦ୍ରକୂଳରେ ଗୁଳିକାଣ୍ଡ
ଭର୍ଜିନିଆ ସମୁଦ୍ରକୂଳରେ ଗୁଳିକାଣ୍ଡ

ୱାଶିଂଟନ: ଭର୍ଜିନିଆ ସମୁଦ୍ର କୂଳରେ ତିନି ରାଉଣ୍ଡ ଗୁଳିଚାଳନା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଥିବା ବୋଲି ପୋଲିସ କହିଛି । ଭର୍ଜିନିଆ ସମୁଦ୍ରକୂଳ ପୋଲିସ ବିଭାଗ କହିଛି ଯେ ରାତି ପ୍ରାୟ 10ଟା 8ମିନିଟରେ ଗୁଳିଚାଳଣା ଖବର ପାଇଥିଲେ । ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ତିନି ଜଣଙ୍କ ଉଦ୍ଧାର କରିଥିଲା ।

ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ ଘୋଷଣା ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ଜୀବନ ପ୍ରତି ବିପଦ ରହିଥିବା ପୋଲିସ କହିଛି । ଏହାପରେ ଅନୁସନ୍ଧାନ ଆରମ୍ଭ ହୋଇଛି । ଏହାପୂର୍ବରୁ ମାର୍ଚ୍ଚ 26ରେ ମଧ୍ୟ ଭର୍ଜିନିଆ ସମୁଦ୍ରକୂଳରେ ଆଖି ପିଛୁଳା ଗୁଳି ଚାଳଣା ହୋଇଥିଲା । ଏଥିରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 8 ଜଣ ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.