ETV Bharat / international

ହିଂସା ପରେ ଆମେରିକାର କ୍ୟାପିଟଲରେ ଲକଡାଉନ

ଆମେରିକାର କ୍ୟାପିଟଲରେ ହିଂସା ଦେଖିବାକୁ ମିଳିଛି । ସୁରକ୍ଷା ଦୃଷ୍ଟିରୁ କ୍ୟାପିଟଲରେ ଲକଡାଉନ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Apr 3, 2021, 8:46 AM IST

ହିଂସା ପରେ ଆମେରିକାର କ୍ୟାପିଟଲରେ ଲକଡାଉନ
ହିଂସା ପରେ ଆମେରିକାର କ୍ୟାପିଟଲରେ ଲକଡାଉନ

ୱାଶିଂଟନ: ଆମେରିକାର କ୍ୟାପିଟଲରେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ । ଏକ ସନ୍ଦେହଜନକ କାର ଆସି ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ଧକ୍କା ଦେଇଥିଲା । ଯେଉଁଥିରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି । ସେପଟେ ଏପରି ଉତ୍ତେଜନାମୂଳକ ପରିସ୍ଥିତି ଦେଖି କ୍ୟାପିଟଲକୁ ଲକଡାଉନ କରାଯାଇଛି ।

ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ପରେ କ୍ୟାପିଟଲ କ୍ୟାମ୍ପସ ବ୍ୟାରିକେଟ ନିକଟରେ ପୋଲିସ ଗୁଳି ଚାଳନା କରିଥିଲେ । ଏଥିରେ ଜଣେ ସନ୍ଦିଗ୍ଧଙ୍କ ଦେହରେ ଗୁଳି ବାଜିଛି । ଶୁକ୍ରବାର ଗୁଳିଚାଳନା ପରେ କ୍ୟାପିଟଲକୁ ବନ୍ଦ ରଖାଯାଇଛି । କାର ଡ୍ରାଇଭର ଜୋରଜବରଦସ୍ତ ସାଂସଦ ଭିତରକୁ ପ୍ରବେଶ କରିବାକୁ ଯାଇ ସୁରକ୍ଷା କର୍ମୀଙ୍କ ଗୁଳିରେ ଆହତ ହୋଇଛନ୍ତି । ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେପଟେ, ପୋଲିସ କର୍ମଚାରୀ ୱିଲିୟମ ଇଭାନ୍ସଙ୍କ ଦେହାନ୍ତକୁ ସମ୍ମାନ ଜଣାଇ କ୍ୟାପିଟଲର ପତାକାକୁ ଅର୍ଦ୍ଧନିମିତ କରାଯାଇଛି । ଘଟଣାରେ ରାଷ୍ଟ୍ରପତି ପ୍ରତିକ୍ରିୟା ଦେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏହି ଘଟଣା ଶୁଣିବା ପରେ ପ୍ରଥମ ମହିଳା ଓ ତାଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ଘଟଣା । ଏଥିସହିତ ମୃତକଙ୍କ ପରିବାରକୁ ସମବେଦନ ଜଣାଇଥିଲେ ବିଡେନ । ଏହା ସହ ସେ ଘଟଣାର ତଦନ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ, ଆମେରିକା ଉପରାଷ୍ଟ୍ରପତି କମଲା ହାରିସ ଏହି ହିଂସାକାଣ୍ଡକୁ ଶୋକ ପ୍ରକାଶ କରିଛନ୍ତି । କ୍ୟାପିଟଲକୁ ସୁରକ୍ଷା ଦେବାକୁ ଯାଏ ଅଫିସର ଜଣକ ନିଜର ବଳିଦାନ ଦେଇଛନ୍ତି । ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଥିଲେ କମଲା ।

ସୂଚନାଯୋଗ୍ୟ, ଜାନୁଆରି 6 ତାରିଖରେ କ୍ୟାପିଟଲରେ ଆମେରିକା ନିର୍ବାଚନ ଫଳାଫଳକୁ କେନ୍ଦ୍ର କରି ବଡ ଧରଣର ହିଂସା ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.