ETV Bharat / international

ଆମେରିକା ନିର୍ବାଚନ; ବିଜୟୀ ନେଇ ପୁଣି ବାଇଡେନଙ୍କ ଦୃଢୋକ୍ତି - we will be declared winners

ଆମେରିକା ନିର୍ବାଚନର ଫଳାଫଳକୁ ନେଇ ବଢୁଛି ଉତ୍କଣ୍ଠା । ଭୋଟ ଗଣତି ଶେଷ ହେବା ପୂର୍ବରୁ ପୁଣି ଥରେ ନିଜକୁ ବିଜୟୀ ଘୋଷଣା କଲେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ । ଅଧିକ ପଢନ୍ତୁ...

ବିଜୟୀ ନେଇ ପୁଣି ବାଇଡେନଙ୍କ ଦୃଢୋକ୍ତି
ବିଜୟୀ ନେଇ ପୁଣି ବାଇଡେନଙ୍କ ଦୃଢୋକ୍ତି
author img

By

Published : Nov 6, 2020, 10:31 AM IST

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜାରି ରହିଛି ଭୋଟ ଗଣତି । ନିର୍ବାଚନ ଫଳାଫଳ ନେଇ ବଢିଚାଲିଛି ଉତ୍କଣ୍ଠା । ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ ବିଜୟୀ ଦ୍ବାରଦେଶ ଠାରୁ ମାତ୍ର 6 ଭୋଟରରୁ ଦୂରରେ ରହିଛନ୍ତି । ତେବେ ଶେଷ ମୁହୂର୍ତ୍ତରେ ବାଜି ଓଲଟିବାର ଯଥେଷ୍ଟ ସମ୍ଭାବନା ରହିଛି । ଏପରି ସ୍ଥିତିରେ ଜୋ ବାଇଡେନ ବିଜୟୀ ହୋଇଥିବା ନେଇ ପୁଣି ଥରେ ଦୃଢୋକ୍ତି କରିଛନ୍ତି ।

ୱିଲିଙ୍ଗଡନରେ ଜୋ ବାଇଡେନ ଫଳାଫଳକୁ ଦେଖି ଆନନ୍ଦ ଅନୁଭବ କରୁଛନ୍ତି । ନିର୍ବାଚନ ଭୋଟ ଗଣତି ଶେଷ ବେଳକୁ ସେ ଏବଂ ତାଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହେରିସ ବିନା ଦ୍ବନ୍ଦରେ ବିଜୟୀ ହେବେ । ତେଣୁ ଏଥିପାଇଁ ସେ ସମସ୍ତ ଆମେରିକାବାସୀଙ୍କ ଧୈର୍ଯ୍ୟ ରଖିବାକୁ କହିଛନ୍ତି ବାଇଡେନ । ଗଣତି ଜାରି ରହିଛି, ଏହା ଶେଷ ହେବା ମାତ୍ରେ ନିଶ୍ଚୟ ମତଦାନ ଆମ ସପକ୍ଷରେ ରହିବ ବୋଲି ବାଇଡେନ କହିଛନ୍ତି ।

ବର୍ତ୍ତମାନ ଜୋ ବିଡେନଙ୍କୁ ମୋଟ 264 ଟି ଭୋଟ ମିଳିଥିବାବେଳେ ଡୋନାଲ୍ଡ ଟ୍ରମ୍ପ ମୋଟ 214 ଭୋଟ ପାଇଛନ୍ତି । ଅର୍ଥାତ ସଂଖ୍ୟାଗରିଷ୍ଠତା ପାଇଁ ଜୋ ବିଡେନଙ୍କୁ ମାତ୍ର 6 ଭୋଟ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କୁ 56 ଭୋଟର ଆବଶ୍ୟକତା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.