ETV Bharat / international

ଏହି ଦେଶରେ ହାରିଲା କୋରୋନା - New Zealand is now free of coronavirus

17 ଦିନ ହେବ ଏହି ଦେଶରେ ରିପୋର୍ଟ ହୋଇନି କୌଣସି କୋରୋନା ମାମଲା । ଶେଷ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି । ଫଳରେ ଦେଶ ଏବେ କୋରୋନା ମୁକ୍ତ ହୋଇପାରିଛି ଅଧିକ ପଢନ୍ତୁ...

ଏହି ଦେଶରେ ହାରିଲା କୋରୋନା
ଏହି ଦେଶରେ ହାରିଲା କୋରୋନା
author img

By

Published : Jun 8, 2020, 1:21 PM IST

ୱେଲିଂଟନ: ହାରିଲା କୋରୋନା । କାମ ଦେଲା ସଠିକ ଋଣନୀତି । ସାରା ବିଶ୍ବ କୋରୋନା ମହାମାରୀ ସହ ଲଢେଇ କରୁଥିବାବେଳେ, ଏହି ଦେଶ କୋରୋନାକୁ ମାତ ଦେବାରେ ସଫଳ ହେଇଛି । ମେ 22ରେ ଶେଷ ଥର ପାଇଁ ଏହି ଦେଶରେ ଚିହ୍ନଟ ହୋଇଥିଲା କୋରୋନା । ସେବେ ଠାରୁ ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ନୂଆ ରିପୋର୍ଟ କରିନାହିଁ ।

ନ୍ୟୁଜିଲାଣ୍ଡରେ 17 ଦିନ ତଳେ ନୂଆ ପଜିଟିଭ ସାମ୍ନାକୁ ଆସିଥିଲା । ଏହା ପର ଠାରୁ କୌଣସି ସଂକ୍ରମିତ ମାମଲା ରେକର୍ଡ ହୋଇନାହିଁ । ଫେବୃୟାରୀ ପର ଠାରୁ କୌଣସି ସକ୍ରିୟ ମାମଲା ମଧ୍ୟ ନାହିଁ । ଚିକିତ୍ସାଧିନ ଥିବା ଶେଷ ଆକ୍ରାନ୍ତ ବ୍ୟକ୍ତି ମଧ୍ୟ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ ଘୋଷଣା କରିଛନ୍ତି, ଖୁବଶୀଘ୍ର ସୀମା ଉପରେ କଡା ପ୍ରତିବନ୍ଧକକୁ ହଟାଯିବ । ଲେଭଲ-1 ଆଲର୍ଟରୁ ଆଗକୁ ବଢିବ । ସୋମବାର ବିଳମ୍ବିତ ରାତିରୁ ବିବାହ, ଅନ୍ତିମ ସଂସ୍କାର ଓ ପବ୍ଲିକ ଟ୍ରାନ୍ସଫୋର୍ଟକୁ ବିନା କୌଣସି କଟକଣାରେ ପୁଣି ଥରେ ଆରମ୍ଭ କରାଯିବ । ଯଦି ଆଗକୁ ନ୍ୟୁଜିଲାଣ୍ଡରେ କୋରୋନା ଭାଇରସ ମାମଲା ସାମ୍ନାକୁ ନ ଆସେ ତେବେ ଆସନ୍ତା ସପ୍ତାହରେ ଦେଶକୁ କୋରୋନା ମୁକ୍ତ ବୋଲି ଘୋଷଣା କରାଯିବ ।

ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡରେ କୋରୋନା ଚିହ୍ନଟ ପରେ ମାର୍ଚ୍ଚ 25ରୁ ଲକଡାଉନ ଘୋଷଣା କରାଯାଇଥିଲା । ଏଥିରେ 22 ଲୋକଙ୍କ ମୃତ୍ୟୁ ହେବା ସହ 15 ଶହ ଲୋକେ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଦେଶର ଶେଷ କୋରୋନା ସଂକ୍ରମିତ ବ୍ୟକ୍ତି ଜଣେ 50 ବର୍ଷୀୟ ମହିଳା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.