ନ୍ୟୁୟର୍କ: ବିଶ୍ବବ୍ୟାପୀ କୋରୋନା ସ୍ଥିତି ଖରାପ ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା 20 ଲକ୍ଷ ପାର କରିଥିବାବେଳେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ଆମେରିକାରେ ପରିସ୍ଥିତି ଅଧିକ ଖରାପ ହୋଇଛି ।
ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 45 ହଜାର 621 ଥିବାବେଳେ 29 ହଜାର 216 ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି 52 ହଜାର 736 ଲୋକ ସୁସ୍ଥ ହୋଇଛନ୍ତି । ତେବେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ନ୍ୟୁୟର୍କ ସହର ।
କେବଳ ଏଠାରେ 2 ଲକ୍ଷ 13 ହଜାର 779 ଆକ୍ରାନ୍ତ ବାହାରିଛନ୍ତି । ସେହିପରି 11 ହଜାର 586 ଲୋକଙ୍କ ମୃତ୍ୟୁ ହୋଇଛି । ପରିସ୍ଥିତିର ଭୟାବହତାକୁ ଦୃଷ୍ଟି ରଖି ପ୍ରଶାସନ କଡା ନିଷ୍ପତ୍ତି ନେଇଛି । ଆଗାମୀ ମେ 15 ଯାଏଁ ନ୍ୟୁୟର୍କରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି ।ଏହାସହ ଲୋକଙ୍କୁ ନିୟମ କଡାକଡି ଭାବେ ପାଳିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ସୌଜନ୍ୟ@ANI