ETV Bharat / international

ଆଇଫୋନ ଅନଲକ ପାଇଁ ହ୍ୟାକରଙ୍କ ନୂଆ ଟୁଲ ‘ଜେଲବ୍ରେକ’ - ଆଇଫୋନ ଅନଲକ ପାଇଁ ଜେଲବ୍ରେକ

ଏକ ଆଇଫୋନ ହ୍ୟାକିଂ ଟିମ ନିକଟରେ ରିଲିଜ କରିଛି ଆଇଫୋନ ଅନଲକ କରିବାର ନୂଆ ଟୁଲ । ଏହାର ନାମ ରହିଛି ‘ଜେଲବ୍ରେକ’ । ଏହି ଟୁଲ ବ୍ୟବହାରରେ ଆଇଓଏସର ଲାଟେଷ୍ଟ ଭର୍ସନ ବ୍ୟବହାରକାରୀ ନିଜ ଇଚ୍ଛା ମୁତାବକ ଯେକୌଣସି ସଫ୍ଟଓୟାର ଇନଷ୍ଟଲ କରିପାରିବେ ।

jailbreak, hackers new toll for apple, jailbreak to unlock iphone, hacking, ଜେଲବ୍ରେକ, ଆପଲ ପାଇଁ ହ୍ୟାକରଙ୍କ ନୂଆ ଟୁଲ, ଆଇଫୋନ ଅନଲକ ପାଇଁ ଜେଲବ୍ରେକ, ହ୍ୟାକିଂ
ଆଇଫୋନ ଅନଲକ ପାଇଁ ହ୍ୟାକରଙ୍କ ନୂଆ ଟୁଲ ‘ଜେଲବ୍ରେକ’
author img

By

Published : May 26, 2020, 6:44 AM IST

ସାନ ଫ୍ରାନ୍ସିସ୍କୋ: ଏକ ଆଇଫୋନ ହ୍ୟାକିଂ ଟିମ ନିକଟରେ ରିଲିଜ କରିଛି ଆଇଫୋନ ଅନଲକ କରିବାର ନୂଆ ଟୁଲ । ଏହାର ନାମ ରହିଛି ‘ଜେଲବ୍ରେକ’ । ଏହି ଟୁଲ ବ୍ୟବହାରରେ ଆଇଓଏସର ଲାଟେଷ୍ଟ ଭର୍ସନ ବ୍ୟବହାରକାରୀ ନିଜ ଇଚ୍ଛା ମୁତାବକ ଯେକୌଣସି ସଫ୍ଟଓୟାର ଇନଷ୍ଟଲ କରିପାରିବେ । ଆପଲ କମ୍ପାନୀ ନିଜ ୟୁଜର୍ସଙ୍କୁ କୌଣସି ଅନଅଥୋରାଇଜ୍ଡ ଆପ୍‌ ବ୍ୟବହାର କରିବା ପାଇଁ ମନା କରୁଥିବା ବେଳେ ଏହି ନୂଆ ଟୁଲ ୟୁଜର୍ସଙ୍କୁ ଦେଉଛି ସମ୍ପୂର୍ଣ୍ଣ ସ୍ବାଧୀନତା ।

ପ୍ରକାଶ ଯେ ଆଇଫୋନ ୟୁଜର୍ସ କେବଳ କିଛି ନିର୍ଦ୍ଦିଷ୍ଟ ଅଥୋରାଇଜ୍ଡ ଆପ୍‌କୁ ବ୍ୟବହାର କରିପାରିବେ । ଏହି ଆପ୍‌ କମ୍ପାନୀ ଦ୍ବାରା ସ୍ବତନ୍ତ୍ର ଭାବେ ‘ୱାଲଡ ଗାର୍ଡେନ’ ଦ୍ବାରା ଅଥୋରାଇଜ ହେବା ଦରକାର । ନଚେତ ଏହାକୁ ଇନଶ୍ଟଲ କରିବା ପାଇଁ କମ୍ପାନୀ ଅନୁମତି ଦିଏ ନାହିଁ । କିନ୍ତୁ ହ୍ୟାକରମାନେ ଏହାର ସମାଧାନ ସ୍ବରୂପ ଜେଲବ୍ରେକ ପ୍ରସ୍ତୁତ କରିଛନ୍ତି । ଏହା ଆଇଫୋନରେ ପୂର୍ବରୁ ରହିଥିବା ଅବୈଧତାକୁ ଭଙ୍ଗ କରି ପ୍ରସ୍ତୁତ କରାଯାଇଥିବା ଜଣା ପଡିଛି ।

ନିକଟରେ ଆଇଓଏସ 11 ଓ ଆଇଓଏସ 13.5 ପରିଚାଳିତ କରୁଥିବା ଅନକଭର ଟିମ୍‌ ଏକ ଟୁଲ ରିଲିଜ କରିଥିବା ପ୍ରକାଶ ହୋଇଛି । ହେଲେ ବର୍ତ୍ତମାନ ଜେଲବ୍ରେକ ଆପଲ ପାଇଁ କେତେ ଦିନ କାମ କରିବା ସେଥିରେ କୌଣସି ସ୍ଥାୟୀ ସୂଚନା ନାହିଁ । କାରଣ କମ୍ପାନୀ ହ୍ୟାକରଙ୍କ ଏହି ଟୁଲକୁ ଭାଙ୍ଗିବା ପାଇଁ ଚେଷ୍ଟା ଆରମ୍ଭ କରିସାରିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.