ETV Bharat / international

କୋରୋନାରୁ ବଞ୍ଚିବାକୁ ହେଲେ ମାସ୍କ ବାଧ୍ୟତାମୂଳକ: ଆମେରିକା

ବର୍ତ୍ତମାନ ଅର୍ଥନୈତିକ ବିପର୍ଯ୍ୟୟ ଏଡାଇବାକୁ ଆମେରିକା ସରକାର ସମସ୍ତ କ୍ଷେତ୍ର ଖୋଲିଦେଇଛନ୍ତି । ଆଗାମୀ ଦିନରେ ଦ୍ବିତୀୟ ସଟଡାଉନର ସାମନା ନ କରିବା ପାଇଁ ଏବେଠାରୁ ବ୍ୟବସ୍ଥା ଆପଣାଇବାକୁ ଜନତାଙ୍କୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...

କୋରୋନାରୁ ବଞ୍ଚିବାକୁ ହେଲେ ମାସ୍କ ବାଧ୍ୟତାମୂଳକ: ଆମେରିକା
କୋରୋନାରୁ ବଞ୍ଚିବାକୁ ହେଲେ ମାସ୍କ ବାଧ୍ୟତାମୂଳକ: ଆମେରିକା
author img

By

Published : Jun 20, 2020, 10:56 AM IST

ନ୍ୟୁୟର୍କ: କୋରୋନା ସଂକ୍ରମଣ ବଢିଚାଲିଥିବାବେଳେ ଆମେରିକା, ଋଷ, ଭାରତ, ବ୍ରାଜିଲ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି । ଏସବୁ ଜାଗାରେ ଆକ୍ରାନ୍ତଙ୍କ ସଂଖ୍ୟା ଖୁବ୍ ଅଧିକ ରହିଛି । ସେହିପରି ଲକଡାଉନ କୋହଳ ହେଉଥିବାବେଳେ ଏହି ଜାଗାମାନଙ୍କରେ ସଂକ୍ରମଣର ଆଶଙ୍କା ପୁଣି ବଢିବାର ସମ୍ଭାବନା ରହିଛି ।

ଏହାକୁ ଦୃଷ୍ଟିରେ ରଖି ଆମେରିକାର ସମସ୍ତ ଷ୍ଟେଟରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଅତିକମରେ 6ଟି ଷ୍ଟେଟରେ କୋରୋନା ଭୂତାଣୁର ନୂଆ ମାମଲା ରେକର୍ଡ କରିଛି । ଫଳରେ କାଲିଫର୍ଣ୍ଣିଆ, ଉତ୍ତର କାରୋଲିନା ଭଳି ପ୍ରଦେଶରେ ଲୋକଙ୍କୁ ମାସ୍କ ପିନ୍ଧି ଘରୁ ବାହାରିବାକୁ ସରକାର ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ସ୍ଥିତିରେ ଲକଡାଉନ କୋହଳ ହେଉଛି । ପୁଣି ଥରେ ସଂକ୍ରମଣ ବ୍ୟାପୀ ଚାଲିଲେ ଏହାକୁ ରୋକିବା କଷ୍ଟକର ହୋଇପଡିବ । ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ସବୁ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଆପଣାଇବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ସରକାର ।

ବର୍ତ୍ତମାନ ଅର୍ଥନୈତିକ ବିପର୍ଯ୍ୟୟ ଏଡାଇବାକୁ ସରକାର ସମସ୍ତ କ୍ଷେତ୍ର ଖୋଲିଦେଇଛନ୍ତି । ଧିରେ ଧିରେ ସବୁ ସେକ୍ଟର ଖୋଲୁଛି । ତେବେ ଲୋକେ ଯେପରି ଆଗାମୀ ଦିନରେ ଦ୍ବିତୀୟ ସଟଡାଉନର ସାମନା ନ କରନ୍ତି, ସେଥିପାଇଁ ଏବେଠାରୁ ବ୍ୟବସ୍ଥା ଆପଣାଇବାକୁ ଆମେରିକା ସରକାର ଜନତାଙ୍କୁ ନିବେଦନ କରିଛନ୍ତି । ଫ୍ଲୋରିଡାରେ ଶୁକ୍ରବାର 3207 କେସ ବାହାରିଛି । ଗୋଟିଏ ସପ୍ତାହରେ ଦ୍ବିତୀୟ ସର୍ବାଧିକ ଦୈନିକ ରେକର୍ଡ । ସେହିପରି କାଲିଫର୍ଣ୍ଣିଆରେ 4000ରୁ ଅଧିକ ମାମଲା ସ୍ପଷ୍ଟ ହୋଇଛି । ଯାହାକୁ ନେଇ ଅନେକ ଷ୍ଟେଟର ସରକାର ନିଜ ଲୋକଙ୍କୁ ସାବଧାନ ରହିବାକୁ କହିଛନ୍ତି । ବାହାରକୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ରହିଛି । ସେହିପରି ଅନେକ ଷ୍ଟେଟ୍ ଏହାକୁ ବାଧ୍ୟତାମୂଳକ ଭାବେ ଲାଗୁ କରିବାକୁ ବିଚାର କରୁଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.