ETV Bharat / international

ସରଫେସ ଡୁଓରେ ଆଣ୍ଡ୍ରଏଡ 11 ଅପଡେସନ, ମାଇକ୍ରୋସଫ୍ଟର କାର୍ଯ୍ୟ ଜାରି - ମାଇକ୍ରୋସଫ୍ଟ ଲାଟେଷ୍ଟ ନ୍ୟୁଜ୍‌

ମାଇକ୍ରୋସଫ୍ଟ ଖୁବଶୀଘ୍ର ଲଞ୍ଚ କରିବାକୁ ଯାଉଛି ଫୋଲ୍ଡେବୁଲ ସ୍ମାର୍ଟଫୋନ ସରଫେସ ଡୁଓ । ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଣ୍ଡ୍ରଏଡ 10 ରହିବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଆଣ୍ଡ୍ରଏଡ 11କୁ ଅପଡେଟ କରିବାର ଯୋଜନା ରହିଛି ।

surface duo, microsoft's surface duo, android 11 updation on surface duo, microsoft latest news, latest technology news, ସରଫେସ ଡୁଓ, ମାଇକ୍ରାସଫ୍ଟର ସରଫେସ ଡୁଓ, ସରଫେସ ଡୁଓରେ ଆଣ୍ଡ୍ରଏଡ 11 ଅପଡେସନ, ମାଇକ୍ରୋସଫ୍ଟ ଲାଟେଷ୍ଟ ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ସରଫେସ ଡୁଓରେ ଆଣ୍ଡ୍ରଏଡ 11 ଅପଡେସନ, ମାଇକ୍ରୋସଫ୍ଟର କାର୍ଯ୍ୟ ଜାରି
author img

By

Published : Jun 22, 2020, 9:34 AM IST

ସାନଫ୍ରାନ୍ସିସ୍କୋ: ମାଇକ୍ରୋସଫ୍ଟ ଖୁବଶୀଘ୍ର ଲଞ୍ଚ କରିବାକୁ ଯାଉଛି ଫୋଲ୍ଡେବୁଲ ସ୍ମାର୍ଟଫୋନ ସରଫେସ ଡୁଓ । ଜୁଲାଇ ଶେଷ ସୁଦ୍ଧା ଏହି ସ୍ମାର୍ଟଫୋନ ଲଞ୍ଚ ହେବାକୁ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଏଥିରେ ଆଣ୍ଡଏଡ 10 ରହିବାର ଯୋଜନା ରହିଛି । ଯାହାକୁ ପରବର୍ତ୍ତୀ ସମୟରେ ଆଣ୍ଡ୍ରଏଡ 11କୁ ପରିବର୍ତ୍ତନ କରାଯିବା ନେଇ ସ୍ପଷ୍ଟ ହୋଇଛି ।

ଏଦିଗରେ ମାଇକ୍ରୋସଫ୍ଟ ନିଜ କାର୍ଯ୍ୟ ଜାରି ରଖିଥିବା ବେଳେ ଲଞ୍ଚ ହେବାକୁ ଥିବା ଡୁଆଲ ସ୍କ୍ରିନ ଡିଭାଇସରେ ଏହାକୁ ଖୁବ ଶୀଘ୍ର ରୋଲ ଆଉଟ କରିବାର ଯୋଜନା ରଖିଛି । ଆଣ୍ଡ୍ରଏଡର ଏହି ନୂଆ ଭର୍ସନ ସେପ୍ଟେମ୍ବର ସୁଦ୍ଧା ସ୍ପଷ୍ଟ ହେବ ଏବଂ ଏହି ସମୟରେ ସରଫେସ ଡୁଓରେ ଏହାକୁ ରୋଲ ଆଉଟ କରିବ ମାଇକ୍ରୋସଫ୍ଟ । ତେବେ ରିପୋର୍ଟ ମୁତାବକ ଏହି ଟେକ ଜାଏଣ୍ଟ ସରଫେସ ଡୁଓର ଏଜ୍‌ ଓ ଆଉଟଲୁକକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତ ସମ୍ଭବ ଚେଷ୍ଟା କରୁଛି ।

ସରଫେସ ଡୁଓରେ କ୍ବାଲକମ ସ୍ନାପଡ୍ରାଗନ 855 SoC, 6 ଜିବି ର୍ୟାମ ସହ 64 ଜିବି ଓ 256 ଜିବି ଷ୍ଟୋରେଜର ଦୁଇଟି ଭାରିଏଣ୍ଟ ରହିବ । ଏଥିରେ 11ଏମପିର ଏକ ସିଙ୍ଗଲ କ୍ୟାମେରା ରହିବ, ଯାହା ଉଭୟ ଫ୍ରଣ୍ଟ ଓ ରିଅର କ୍ୟାମେରା ଆକାରରେ ବ୍ୟବହାର ହେବ । ଏଥିସହ ଏଥିରେ 5.6 ଇଞ୍ଚର ଦୁଇଟି ଆମୋଲେଡ ଡିସପ୍ଲେ ରହିବ । ବ୍ୟାଟେରୀ ବ୍ୟାକଅପ 3460ଏମଏଏଚ ସହ ଏଥିରେ ୟୁଏସବି-ସି ଫାଷ୍ଟ ଚାର୍ଜିଂ ବ୍ୟବସ୍ଥା ରହିବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.