ETV Bharat / international

‘ମିଟ୍‌ ନାଓ’ରେ ମାଇକ୍ରୋସଫ୍ଟର ନୂଆ ଆଡିସନ - ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌

ବର୍ତ୍ତମାନ ସମୟରେ ବଢିବାରେ ଲାଗିଛି ଗ୍ରୁପ କଲ ବା ଭିଡିଓ କନଫରେନ୍ସର ଚାହିଦା । ଏମିତିରେ ସମସ୍ତ ଭିଡିଓ କନଫରେନ୍ସିଂ ଆପ୍‌ ମଧ୍ୟରେ ଜୋର ଧରିଛି ଟକ୍କର । ଏହି ପ୍ରତିଯୋଗିତାରେ ମାଇକ୍ରୋସଫ୍ଟର ମିଟ୍‌ ନାଓ ଆପ୍‌କୁ ଅଧିକ ଆକର୍ଷଣୀୟ କରିବା ପାଇଁ କମ୍ପାନୀ ଏଥିରେ କିଛି କୁଲ ଆଡିସନ କରିଥିବା ପ୍ରକାଶ କରିଛି ।

meet now, microsoft's new feature on meet now, microsoft latest news, latest technology news, teams free, ମିଟ୍‌ ନାଓ, ମିଟ୍‌ ନାଓରେ ମାଇକ୍ରାସଫ୍ଟର ନୂଆ ଫିଚର, ମାଇକ୍ରୋସଫ୍ଟ ଲାଟେଷ୍ଟ ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ଟିମ୍ସ ଫ୍ରି
‘ମିଟ୍‌ ନାଓ’ରେ ମାଇକ୍ରୋସଫ୍ଟର ନୂଆ ଆଡିସନ
author img

By

Published : Jun 14, 2020, 1:33 AM IST

ସାନ ଫ୍ରାନ୍ସିସ୍କୋ: ବର୍ତ୍ତମାନ ସମୟରେ ବଢିବାରେ ଲାଗିଛି ଗ୍ରୁପ କଲ ବା ଭିଡିଓ କନଫରେନ୍ସର ଚାହିଦା । ଏମିତିରେ ସମସ୍ତ ଭିଡିଓ କନଫରେନ୍ସିଂ ଆପ୍‌ ମଧ୍ୟରେ ଜୋର ଧରିଛି ଟକ୍କର । ଏହି ପ୍ରତିଯୋଗିତାରେ ମାଇକ୍ରୋସଫ୍ଟର ମିଟ୍‌ ନାଓ ଆପ୍‌କୁ ଅଧିକ ଆକର୍ଷଣୀୟ କରିବା ପାଇଁ କମ୍ପାନୀ ଏଥିରେ କିଛି କୁଲ ଆଡିସନ କରିଥିବା ପ୍ରକାଶ କରିଛି । ଏହି କ୍ରମରେ ଏବେ ଟିମ୍‌ସର ନୂଆ ଫ୍ରି ଭର୍ସନ ଆସିଥିବା କମ୍ପାନୀ କହିଛି ।

ଏହି ଫ୍ରି ଭର୍ସନର ବ୍ୟବହାର କରି ବର୍ତ୍ତମାନ ୟୁଜର୍ସ ମିଟିଂ ଆୟୋଜନ କରିପାରିବେ ଓ ନିଜ ଇଚ୍ଛା ମୁତାବକ ଲୋକଙ୍କୁ ଆଗୁଆ ଇନଭିଟେସନ ପଠାଇ ପାରିବେ । ଏଥିପାଇଁ ମିଟିଂର ଲିଙ୍କ କପି କରି ଅନ୍ୟଙ୍କୁ ପଠାଯାଇପାରେ କିମ୍ବା ଆଉଟଲୁକ ବା ଗୁଗୁଲ କ୍ୟାଲେଣ୍ଡର ଦ୍ବାରା ଅଫିସିଆଲ ଇନଭିଟେସନ ମଧ୍ୟ ପଠାଯାଇପାରେ । ଏନେଇ ଅନେକ ଦିନ ଧରି ୟୁଜର୍ସମାନ ଇଚ୍ଛା ପ୍ରକାଶ କରିଥିବା ବେଳେ ଶନିବାର ଏହାକୁ ବ୍ୟବହାର କରିବା ପାଇଁ କମ୍ପାନୀ ଫିଚର ଆକାରରେ ଏହି ସୁବିଧା ରୋଲ ଆଉଟ କରିଛି ।

ତେବେ ଟିମ୍ସ ଫ୍ରିର ୟୁଜର୍ସମାନେ ନିଜ କଲ ସମୟରେ ଚାହିଁଲି ଲାଇଭ କ୍ୟାପ୍ସନ ଅନ କରିପାରିବେ । କେବଳ ସେତିକି ନୁହେଁ ନିଜ ମିଟିଂକୁ ଅଧିକ ଜୀବନ୍ତ ଓ ଆକର୍ଷଣୀୟ କରିବା ପାଇଁ ଆପଣ ଚାହିଁଲେ ବ୍ୟାକଗ୍ରାଉଣ୍ଡ ଇମେଜର ମଧ୍ୟ ବ୍ୟବହାର କରିପାରିବେ । ମାଇକ୍ରୋସଫ୍ଟ ସୋଲିଟାରୀ ବ୍ୟାକଗ୍ରାଉଣ୍ଡ ସହ ଅନ୍ୟ 20ଟି ଇମେଜକୁ କମ୍ପାନୀ ଡିଜାଇନ କରିଛି । ତେବେ ଏହି ଇମେଜ ଜରିଆରେ ଏଲଜିବିଟିକ୍ୟୁକୁ କମ୍ପାନୀ ନିଜର ସମର୍ଥନ ଦର୍ଶାଇଛି ।

ସେପଟେ ଗତବର୍ଷ କମ୍ପାନୀ କଲ ସମୟରେ ୟୁଜର୍ସଙ୍କ ବ୍ୟକ୍ତିଗତ ଜୀବନକୁ ସୁରକ୍ଷିତ ରଖିବା ପାଇଁ ବ୍ୟାକଗ୍ରାଉଣ୍ଡ ବ୍ଲର ଅପ୍ସନ ରୋଲ ଆଉଟ କରିଥିଲା । ଯାହାକୁ ୟୁଜର୍ସ ଖୁବ ପସନ୍ଦ କରିଥିବା ଦେଖାୟାଇଥିଲା । ଆଗକୁ ଏହି ନୂଆ ଟିମ୍ସ ଫ୍ରିକୁ ମଧ୍ୟ ୟୁଜର୍ସ ସେମିତି ପସନ୍ଦ କରିବେ ବୋଲି କମ୍ପାନୀ ଆଶାବାଦୀ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.