ETV Bharat / international

ମେସ୍କିକୋରେ ଆରମ୍ଭ ହେଲା ଫାଇଜର ଟିକାକରଣ

author img

By

Published : Dec 25, 2020, 11:53 AM IST

ମହାମାରୀ କୋରୋନା ବିରୋଧରେ ଆମେରିକାର ପ୍ରସ୍ତୁତ ଫାଇଜର ଏବେ ବିଭିନ୍ନ ଦେଶରେ ଟିକାକରଣ କରାଯାଉଛି । ଗୁରୁବାର ମେସ୍କିକୋରେ ଫାଇଜର କୋରୋନା ଟିକାକୁ ଅନୁମତି ଦିଆଯାଇଛି ।

ମେସ୍କିକୋରେ ଆରମ୍ଭ ହେଲା ଫାଇଜର ଟିକାକରଣ
ମେସ୍କିକୋରେ ଆରମ୍ଭ ହେଲା ଫାଇଜର ଟିକାକରଣ

ମେସ୍କୋ ସିଟି: ଆମେରିକା ଦ୍ବାରା ପ୍ରସ୍ତୁତ କୋରୋନା ଟିକା ଫାଇଜରକୁ ମେସ୍କିକୋରେ ଅନୁମତି । ଗୁରୁବାର ଠାରୁ ମେସ୍କିକୋରେ ଆରମ୍ଭ ହୋଇଯାଇଛି ଟିକାକରଣ । ପ୍ରଥମ ବ୍ୟକ୍ତି ଭାବେ ଲାଟିନ ଆମେରିକାର ଜଣେ ନର୍ସଙ୍କୁ ଏହି ଟିକା ଦିଆଯାଇଛି ।

ଏକ ଲାଇଭ ଟିଭି କାର୍ଯ୍ୟକ୍ରମରେ ମାରିଆ ଇରେନେ ରାମିରେଜ(59)କୁ ପ୍ରଥମ ଟିକା ଲଗାଯାଇଥିଲା । ଟିକାକରଣ ପରେ ମାରିଆ କହିଥିଲେ, 2020ରେ ଏହା ତାଙ୍କ ପାଇଁ ଥିଲା ସର୍ବୋତ୍ତମ ଉପହାର । ସତ କହିବାକୁ ଗଲେ, ଆମେ ସମସ୍ତେ ଭୟଭୀତ ଥିଲୁ, ହେଲେ ଏହି ସୁଦ୍ଧର ସାମ୍ନା କରିବାକୁ କେହି ନା କେହି ସାମ୍ନାକୁ ଆସିବା ଦରକାର ତେଣୁ ସେ ଏହାର ସାମ୍ନା କରିଛନ୍ତି ବୋଲି କହିଛନ୍ତି ରାମିରେଜ।

ସେପଟେ, ସହକାରୀ ସ୍ବାସ୍ଥ୍ୟ ସଚିବ ହୁଗୋ ଲୋପେଜ-ଗାଟେଲ କହିଥିଲେ, ମହାମାରୀର ପର୍ଯ୍ୟାୟ ପରିବର୍ତ୍ତନ ହୋଇଛି ଏହାର ଚିକିତ୍ସା ଦିଗରେ ଆଶା ଦେଖାଦେବାରେ ଲାଗିଛି ।

ମେକ୍ସିକୋକୁ ବର୍ତ୍ତମାନ 3 ହଜାର ଡୋଜ ଟିକା ପାଇଛି । ମଙ୍ଗଳବାର ସୁଦ୍ଧା ଆଉ 53 ହଜାର ଡୋଜ ପାଇବ । ଜାନୁଆରୀ ଶେଷ ସୁଦ୍ଧା ଦେଶ ପାଖରେ 1.4 ମିଲିୟନ ଓ 2021 ର ମଧ୍ୟଭାଗ ସୁଦ୍ଧା 11.75 ମିଲିୟନ ଡୋଜ ଫାଇଜର ଟିକା ହାସଲ କରିବାକୁ ମେକ୍ସିକୋ ଲକ୍ଷ୍ୟ ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.