ETV Bharat / international

ଲକଡାଉନରେ ରଙ୍ଗ ନମ୍ବରରୁ ଲଭଷ୍ଟୋରୀ

ଉଭୟଙ୍କ ସମ୍ପର୍କକୁ ଦୃଢ କରିଥିଲା ରଙ୍ଗ ନମ୍ବର । ପ୍ରଥମେ ପରସ୍ପରକୁ ରଙ୍ଗ ନମ୍ବର ଯୋଗୁଁ ସରି ଲେଖିଥିଲେ । ପରେ ଧିରେ ଧିରେ ତାଙ୍କ ସମ୍ପର୍କ ଆଗେଇଥିଲା । ଅଧିକ ପଢନ୍ତୁ...

ଲକଡାଉନରେ ରଙ୍ଗ ନମ୍ବରରୁ ଲଭଷ୍ଟୋରୀ
ଲକଡାଉନରେ ରଙ୍ଗ ନମ୍ବରରୁ ଲଭଷ୍ଟୋରୀ
author img

By

Published : May 1, 2020, 6:06 PM IST

ହାଇଦ୍ରାବାଦ: ପ୍ରେମରେ ଲକ ପକାଇପାରିନି ଲକଡାଉନ । ସାମାଜିକ ଦୂରତାକୁ ମାନି ଲୋକେ ଘରେ ରହୁଛନ୍ତି । କିନ୍ତୁ ପ୍ରେମକୁ ଅଟକାଇପାରିନାହାନ୍ତି । କିଏ ଡ୍ରୋନରେ ନିଜ ଗର୍ଲଫ୍ରେଣ୍ଡକୁ ନମ୍ବର ଦେଉଛି ତ କିଏ ଉପହାର ପଠାଉଛି । ସମୟ ଯେତେ କଷ୍ଟକର ହେଲେ ମଧ୍ୟ ଲୋକେ ପ୍ରେମ ପାଇବାର ଉପାୟ ଖୋଜି ନେଉଛନ୍ତି । ଏପରି ସମୟରେ କିଛି ଲକି ଲଭ ବାର୍ଡ୍ସ ମଧ୍ୟ ନିଜ ପ୍ରେମ ପାଇବାରେ ସଫଳ ହୋଇଛନ୍ତି । ପ୍ରେମ କେତେବେଳେ କେଉଁଠି କେଉଁ ଉପାୟରେ ହେବ ତାହା ଜାଣିବା ମୁସ୍କିଲ । ଯାହା ଏହି ଘଟଣା ସ୍ପଷ୍ଟ କରିଛି ।

ଏହିପରି ଏକ ଘଟଣା ଘଟିଛି ଆମେରିକାରେ । ଏଠାରେ ଜଣେ ଯୁବକ ଏକ ରଙ୍ଗ ନମ୍ବରରୁ ନିଜ ପ୍ରେମ ପାଇବାରେ ସଫଳ ହୋଇଛନ୍ତି । ଖବର ଅନୁସାରେ ମାଇକ ନାମକ ଜଣେ ଯୁବକ ଏକ ଡେଟରେ ଯେଉଁ ଝିଅଙ୍କ ସହ ଯାଇଥିଲା ସେ ତାକୁ ଭୁଲ ଫୋନ ନମ୍ବର ଦେଇଥିଲା । ଯେତେବେଳେ ମାଇକ ଏହି ନମ୍ବରରେ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ଫୋନଟି କୋଡି ନାମକ ଜଣେ ଯୁବତୀ ଉଠାଇଥିଲେ । ଏହାପରେ ସେ ଜଣେ ଆକ୍ଟ୍ରେସ ଓ ସିଙ୍ଗର ବୋଲି ଟ୍ବିଟରରୁ ଜାଣିପାରିଥିଲେ ମାଇକ ।

ତେବେ ଉଭୟଙ୍କ ସମ୍ପର୍କକୁ ଦୃଢ କରିଥିଲା ରଙ୍ଗ ନମ୍ବର । ପ୍ରଥମେ ପରସ୍ପରକୁ ରଙ୍ଗ ନମ୍ବର ଯୋଗୁଁ ସରି ଲେଖିଥିଲେ । ପରେ ଧିରେ ଧିରେ ତାଙ୍କ ସମ୍ପର୍କ ଆଗେଇଥିଲା । ଏହାସହ ଲକଡାଉନରେ କିପରି ସମୟ ଅତିବାହିତ କରୁଛନ୍ତି ସେନେଇ ପରସ୍ପରକୁ ଅବଗତ କରାଉଥିଲେ । ସ୍ମାର୍ଟଫୋନରେ ଉଭୟ ପଠାଉଥିଲେ ପ୍ରତିଦିନର ଅପଡେଟ । ଏହାସହ ନିଜର ଫଟୋ ପଠାଇବା ସହ ଭିଡିଓ କଲରେ ମଧ୍ୟ କଥା ହେଉଥିଲେ । ଆଉ ଏହା ମଧ୍ୟରେ କେତେବେଳେ ପ୍ରେମ ହୋଇଯାଇଥିଲା ସେମାନେ ଜାଣିପାରିନଥିଲେ । ଶେଷରେ ମନର କଥା ମୁହଁକୁ ଆଣି ପରସ୍ପରକୁ ପ୍ରପୋଜ କରିଥିଲେ ।

ସମ୍ପର୍କ ବଢିବା ସହ ସେମାନେ ଡେଟରେ ଯିବାକୁ ସ୍ଥିର କରିଥିଲେ । ହେଲେ ଲକଡାଉନ ଯୋଗୁଁ ଅନଲାଇନରେ ଏହା କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଭିଡିଓ କଲ ସାଜିଥିଲା ମାଧ୍ୟମ । ଉଭୟ ଫୁଲ ଗେଟଅପରେ ୱାଇନ ପିଇ ଭିଡିଓ କଲରେ ଉଠାଇଥିଲେ ଡେଟର ମଜା । ତେବେ ମାଇକ ଓ ରୋଡିଙ୍କ ଫଲୋର୍ସ ଉଭୟଙ୍କୁ ଶୁଭେଚ୍ଛା ଦେବା ସହ ପରବର୍ତ୍ତୀ ଅପଡେଟକୁ ଅପେକ୍ଷା କରିଛନ୍ତି ବୋଲି କହିଥିଲେ । କିଛି ଫଲୋର୍ସ ସେମାନଙ୍କ ବିବାହ ଖୁବଶିଘ୍ର ହେଉ ବୋଲି କାମନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.