ETV Bharat / international

ଜଳବାୟୁ ପରିବର୍ତ୍ତନ ଲଢେଇରେ ଭାରତର ରେକର୍ଡ ସବୁଠାରୁ ଖରାପ: ଟ୍ରମ୍ପ

author img

By

Published : Oct 23, 2020, 1:40 PM IST

ଆମେରିକା ରାଷ୍ଟ୍ରପତି ନିର୍ବାଚନର ଚୂଡାନ୍ତ ବିତର୍କରେ ଭାରତକୁ ଟାର୍ଗେଟ କଲେ ଡୋନାଲ୍ଡ ଟ୍ରମ୍ପ । ଜଳବାୟୁ ପରିବର୍ତ୍ତନ ବିଷୟରେ ଆଲୋଚନା କରିବା ସମୟରେ ଟ୍ରମ୍ପ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ବିରୋଧ ଲଢେଇରେ ଭାରତର ସ୍ଥିତି ଅତ୍ୟନ୍ତ ଖରାପ ।

ଜଳବାୟୁ ପରିବର୍ତ୍ତନ ଲଢେଇରେ ଭାରତର ରେକର୍ଡ ସବୁଠାରୁ ଖରାପ: ଟ୍ରମ୍ପ
ଜଳବାୟୁ ପରିବର୍ତ୍ତନ ଲଢେଇରେ ଭାରତର ରେକର୍ଡ ସବୁଠାରୁ ଖରାପ: ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଚୂଡାନ୍ତ ବିତର୍କରେ ଭାରତକୁ ଟ୍ରମ୍ପଙ୍କ ଟାର୍ଗେଟ । ବିତର୍କରେ ବିଶ୍ବ ବଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ଆଲୋଚନା ସମୟରେ ଟ୍ରମ୍ପ କହିଛନ୍ତି ଯେ ଭାରତ, ଚୀନ ଓ ଋଷର ଜଳବାୟୁ ଅତ୍ୟନ୍ତ ଖରାପ । ଏହି ଦେଶ ଗୁଡିକରେ ବାୟୂ ପ୍ରଦୂଷଣ ଅଧିକ ହେଉଥିବା ବେଳେ ସେମାନେ ଏହାର ଯତ୍ନ ନେଉ ନାହାନ୍ତି । ହେଲେ ଆମେରିକା ଏୟାର କ୍ବାଲିଟି ଇଣ୍ଡେକ୍ସର ଧ୍ୟାନ ସର୍ବଦା ରଖିଥାଏ ।

ଟ୍ରମ୍ପ ଏପରି କହିଛନ୍ତି ଯେ, ଚୀନକୁ ଦେଖ ଏହାର ବାୟୁ କେତେ ପ୍ରଦୂଷିତ, ସେହିପରି ଋଷିଆ ଓ ଭାରତର ବାୟୁ ମଧ୍ୟ ଅପରିଷ୍କାର । ଏହାସହ ପ୍ୟାରିସ୍‌ ଜଳବାୟୁ ଚୁକ୍ତିରୁ ଆମେରିକା ଓହରିବା ପ୍ରସଙ୍ଗରେ ଟ୍ରମ୍ପ କହିଥିଲେ, ମୁଁ ଚୁକ୍ତିରୁ ଏଥିପାଇଁ ବାହାରିଥିଲି କାରଣ ଲକ୍ଷ ଲକ୍ଷ ନିଯୁକ୍ତି ଓ ହଜାର ହଜାର କମ୍ପାନୀର ବଳିଦାନ ଦେଇପାରିବି ନାହିଁ । ଆମ ପ୍ରତି ଅନ୍ୟାୟ କରାଯାଇଥିଲା ବୋଲି କହିଥିଲେ ଟ୍ରମ୍ପ ।

ଗତବର୍ଷ ପ୍ୟାରିସ ଜଳବାୟୁ ଚୁକ୍ତିରୁ ଆମେରିକା ଓହରି ଯାଇଥିବା ନେଇ ଜାତିସଂଘକୁ ଆନୁଷ୍ଠାନିକ ଭାବେ ଅବଗତ କରାଇଥିଲା । ଏହି ବିଶ୍ବ ସ୍ତରୀୟ ଚୁକ୍ତିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ ପ୍ୟାରିସ ଜଳବାୟୁ ଚୁକ୍ତିର ଉଦେଶ୍ୟ ଗ୍ଲୋବାଲ ୱାର୍ମିଂକୁ 2 ଡିଗ୍ରୀରୁ ସେଲସିୟସ୍ ତଳେ ରଖିବା ।

ଡିସେମ୍ବର, 2018 ରେ ପ୍ରକାଶିତ ଗ୍ଲୋବାଲ୍ କାର୍ବନ୍ ପ୍ରୋଜେକ୍ଟର ଆକଳନ ଅନୁଯାୟୀ ବିଶ୍ବରେ କାର୍ବନ ଡାଇଅକ୍ସାଇଡ ନିର୍ଗକାରୀ ଦେଶ ମଧ୍ୟରେ ଭାରତର ସ୍ଥାନ ଚତୁର୍ଥ । 2017 ରେ ସର୍ବୋଚ୍ଚ 4 ଟି କାର୍ବନ ଡାଇଅକ୍ସାଇଡ ନିର୍ଗମନକାରୀ ଦେଶ ମଧ୍ୟରେ ଚୀନ (27%), ଆମେରିକା (15%), ୟୁରୋପୀୟ ୟୁନିଅନ୍ (10%) ଏବଂ ଭାରତ (7%) କାର୍ବନ ଡାଇଅକ୍ସାଇଡ ନିର୍ଗତ କରିଥାଏ ।

ସେପଟେ ବର୍ଣ୍ଣ ବୈଷମ୍ୟକୁ ନେଇ ତର୍କ ବିତର୍କ ସମୟରେ ଟ୍ରମ୍ପଙ୍କ ଉପରେ ବର୍ଷିଥିଲେ ବାଇଡେନ । କୃଷ୍ଣକାୟଙ୍କ ଉପରେ ଅତ୍ୟାଚାର ବଢିଛି । ଟ୍ରମ୍ପ ସରକାର ଆଇନ ଶୃଙ୍ଘଳା ପରିସ୍ଥିତି ବଜାୟ ରଖିବାରେ ବିଫଳ ବୋଲି କହିଥିଲେ ବାଇଡେନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.