ETV Bharat / international

ନିଯୁକ୍ତି ଯୋଗାଉଥିବା ସଂସ୍ଥା ଛଟେଇ ପାଇଁ କରୁଛି ପ୍ରସ୍ତୁତି

ଚାକିରୀ ଯୋଗାଉଥିବା ସଂସ୍ଥା ଲିଙ୍କଡେନ୍ କୋରୋନା ଦ୍ବାରା ଜାରି ଲକଡାଉନରେ ମାନ୍ଦାବସ୍ଥା ଭୋଗିଛି । ଫଳରେ ଏହା ନିଜ କର୍ମକ୍ଷେତ୍ରରୁ କିଛି କର୍ମଚାରୀଙ୍କୁ କାଢି ଦେଇଛି । ମଙ୍ଗଳବାର ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି ଯେ ଆଗାମୀ ଦିନରେ ଏହା ପ୍ରାୟ 960ଟି ଚାକିରୀ ବନ୍ଦ କରିବାକୁ ଯାଉଛି । ଅଧିକ ପଢନ୍ତୁ..

ରୋଜଗାର ଦେଉଥିବା ସଂସ୍ଥା ଛଡାଇନେଲା ଚାକିରୀ
ରୋଜଗାର ଦେଉଥିବା ସଂସ୍ଥା ଛଡାଇନେଲା ଚାକିରୀ
author img

By

Published : Jul 21, 2020, 9:37 PM IST

କାଲିଫର୍ଣ୍ଣିଆ: କୋରୋନା ଯୋଗୁଁ ମାଡ ଖାଇଛି ସମସ୍ତ ସେକ୍ଟର । ପ୍ରଭାବିତ ହୋଇଛି ସବୁ କ୍ଷେତ୍ର । ଆର୍ଥିକ ମାନ୍ଦାବସ୍ଥାର ଶିକାର ହୋଇଛନ୍ତି ସମସ୍ତ କମ୍ପାନୀ । ଯିଏ ଦିନେ ବିଶ୍ବବ୍ୟାପୀ ଲୋକଙ୍କୁ ରୋଜଗାର ଯୋଗାଉଥିଲା ଆଜି ସେ ହିଁ ଚାକିରୀରୁ ଛଟେଇ ଆରମ୍ଭ କରିଛି । ଏହା ହେଉଛି ମାଇକ୍ରୋସୋଫ୍ଟର ପେସାଦାର ନେଟୱାର୍କିଂ ସାଇଟ୍ ଲିଙ୍କଡେନର ଦୃଶ୍ୟ ।

ଚାକିରୀ ଯୋଗାଉଥିବା ସଂସ୍ଥା ଲିଙ୍କଡେନ୍ କୋରୋନା ଦ୍ବାରା ଜାରି ଲକଡାଉନରେ ମାନ୍ଦାବସ୍ଥା ଭୋଗିଛି । ଫଳରେ ଏହା ନିଜ କର୍ମକ୍ଷେତ୍ରରୁ କିଛି କର୍ମଚାରୀଙ୍କୁ କାଢି ଦେଇଛି । ମଙ୍ଗଳବାର ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି ଯେ ଆଗାମୀ ଦିନରେ ଏହା ପ୍ରାୟ 960ଟି ଚାକିରୀ ବନ୍ଦ କରିବାକୁ ଯାଉଛି । ବିଶ୍ବରେ ଏହା ମୋଟ୍ 6 ପ୍ରତିଶତ ବୋଲି କୁହାଯାଇଛି । ବର୍ତ୍ତମାନ ପରିସ୍ଥିତିରେ ବିଭିନ୍ନ ସଂସ୍ଥା ଛଟେଇ କରୁଥିବାବେଳେ ଲିଙ୍କଡେନ୍ ଉପରେ ଅଧିକ ଲୋକ ନିର୍ଭର କରୁଛନ୍ତି । ବିଶ୍ବବ୍ୟାପୀ ଏହାର ନେଟୱାର୍କ ରହିଛି । ତେବେ ଯେଉଁଠାରେ ଲୋକେ ଚାକିରୀ ଖୋଜୁଛନ୍ତି ସେଠାରେ ଖୋଦ୍ ସଂସ୍ଥା ପକ୍ଷରୁ ଛଟେଇ କରାଯିବା ନିଶ୍ଚିତ ବିଡମ୍ବନାର ବିଷୟ ।

ବିଶ୍ବସ୍ତରରେ ଲିଙ୍କଡେନର ଥିବା ସେଲ୍ସ ଓ ହାୟାରିଂ ଡିଭିଜନରୁ ଏହି ଛଟେଇ ହେବ ବୋଲି କମ୍ପାନୀ ପ୍ରକାଶ କରିଛି । ଏନେଇ ନିଜ ୱେବସାଇଟରେ ମନ୍ତବ୍ୟ ଦେଇଛନ୍ତି ମୁଖ୍ୟ କାର୍ଯ୍ୟନିର୍ବାହୀ ରିୟାନ ରୋସଲାନସ୍କି । ସେ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ବାଧ୍ୟ ହୋଇ କମ୍ପାନୀ ଏପରି ନିଷ୍ପତ୍ତି ନେଇଛି । ତେବେ ଛଟେଇ ହେବାକୁ ଥିବା କର୍ମଚାରୀଙ୍କୁ 10 ସପ୍ତାହ ଯାଏଁ ପାରିଶ୍ରମିକ ମିଳିବ ବୋଲି ସେ କହିଛନ୍ତି । ଏହାସହ ଆମେରିକା କର୍ମଚାରୀଙ୍କ ପାଇଁ ଗୋଟିଏ ବର୍ଷର ସ୍ବାସ୍ଥ୍ୟ ବୀମା ମଧ୍ୟ ପ୍ରଦାନ କରାଯିବ । ସେହିପରି କମ୍ପାନୀ ଦ୍ବାରା ଦିଆଯାଇଥିବା ମୋବାଇଲ, ଲାପଟପ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ କର୍ମଚାରୀମାନେ ନିଜ ସହ ରଖିପାରିବେ । ଆଗାମୀ ଦିନରେ ଏହା ସେମାନଙ୍କୁ କାମରେ ସାହାଯ୍ୟ କରିବ ବୋଲି ରିୟାନ କହିଛନ୍ତି ।

ଚଳିତ ସପ୍ତାହରେ ଛଟେଇ ହେବାକୁ ଥିବା କର୍ମଚାରୀଙ୍କୁ ସମସ୍ତ ସୂଚନା ଆଗୁଆ ପ୍ରଦାନ କରାଯିବ । ଏହାସହ ସେମାନଙ୍କୁ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଜାଣିବା ପାଇଁ ଏକ ନିମନ୍ତ୍ରଣ ଦିଆଯିବ । ଯିଏ ଏହା ନପାଇବ ସେ ଛଟେଇ ହେବ ନାହିଁ ବୋଲି ରିୟାନ କହିଛନ୍ତି । ପ୍ରକାଶ ଥାଉ କି କାଲିଫର୍ଣ୍ଣିଆର କମ୍ପାନୀ ଲିଙ୍କଡେନ୍ ଏକ ୱେବସାଇଟ୍ ଯେଉଁଠି ଲୋକମାନେ ଚାକିରୀ ଖୋଜିଥାନ୍ତି । ଏହାସହ ବିଭିନ୍ନ କମ୍ପାନୀ ଏଠାରେ ନିଜ ସଂସ୍ଥାର ପଦବୀ ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ କରିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.