ETV Bharat / international

ମିଶନ କାବୁଲ ଶେଷ, 20 ବର୍ଷ ପରେ ଆଫଗାନିସ୍ତାନ ଛାଡିଲା ଆମେରିକା - ଆମେରିକୀୟ ସେନା

ଦୀର୍ଘ ଦିନ ଉଦ୍ଧାର କାର୍ଯ୍ୟ ଶେଷ କରି ଆଫଗାନିସ୍ତାନ ଛାଡିଲା ଆମେରିକୀୟ ସେନା । ଗତକାଲି(ସୋମବାର) ଆମେରିକା ତାର ଉଦ୍ଧାର କାର୍ଯ୍ୟ ଶେଷ କରିଛି । ଅଧିକ ପଢନ୍ତୁ...

ଆଫଗାନିସ୍ତାନରେ ଉଦ୍ଧାର କାର୍ଯ୍ୟରେ ଆମେରିକାର ପୂର୍ଣ୍ଣଚ୍ଛେଦ

author img

By

Published : Aug 31, 2021, 8:21 AM IST

ୱାଶିଂଟନ: ତାଲିବାନ ଆତଙ୍ଗୀ ସଂଗଠନ ଆଫଗାନିସ୍ତାନକୁ କାବୁ କରି ନେବା ପରେ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଅନେକ ଦେଶର ସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏଥିରେ ଆମେରିକା ସେନାବାହିନୀ ମଧ୍ୟ ସାମିଲ ହୋଇଥିଲା । ଆଗଷ୍ଟ ୩୧ ସୁଦ୍ଧା ଆମେରିକା ତାର ଉଦ୍ଧାର କାର୍ଯ୍ୟ ଶେଷ କରିବ ବୋଲି କହିଥିଲା । ଗତକାଲି(ସୋମବାର) ଆମେରିକା ତାର ଉଦ୍ଧାର କାର୍ଯ୍ୟ ଶେଷ କରିଛି ।

ଦୀର୍ଘ ଦିନ ଧରି ଆଫଗାନବାସୀଙ୍କୁ ସ୍ତାନାନ୍ତରଣ କରିବାରେ ନିୟୋଜିତ ଥିଲା ଆମେରିକା ସେନା । ଏହି ସମୟରେ କାବୁଲ ବିମାନବନ୍ଦର ବିସ୍ଫୋରଣରେ ୧୩ଜଣ ଆମେରିକୀୟ ସେନା ପ୍ରାଣ ହରାଇଛନ୍ତି । ସୋମବାର ଏହି ଉଦ୍ଧାର କାର୍ଯ୍ୟରେ ପୂର୍ଣ୍ଣଚ୍ଛେଦ ପକାଇଛି ଆମେରିକା । ଆଫଗାନିସ୍ତାନ ଛାଡିଥିବା ଶେଷ ଆମେରିକୀୟ ସେନା ମେଜର ଜେନେରାଲ କ୍ରିସ ଡୋନାହୁ ସି -17 ବିମାନରେ କାବୁଲ ମିଶନ ଶେଷ କରି ଆମେରିକାର ଅଭିମୁଖେ ବାହାରିଥିବା ନେଇ ଟ୍ବିଟ କରି ସୂଚନା ଦେଇଛି ଆମେରିତା ପ୍ରତିରକ୍ଷା ବିଭାଗ ।

ଗତକାଲି ଉଦ୍ଧାର କାର୍ଯ୍ୟର ଶେଷ କରିବା ପାଇଁ ଡେଡଲାଇନ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତାଲିବାନ ଆତଙ୍କବାଦୀଙ୍କ ଦ୍ବାରା ଶାସିତ ଆଫଗାନରୁ ଜୀବନ ବଞ୍ଚାଇବା ପାଇଁ ସମସ୍ତଙ୍କୁ ବିମାନ ଯୋଗେ ସ୍ତାନାନ୍ତରଣ କରାଯାଉଥିଲା । ଏହି ସ୍ଥାନାନ୍ତର ଏବଂ ଯୁଦ୍ଧ ପ୍ରୟାସର ସମାପ୍ତି ହୋଇଛି । ଗତ ୧୭ ଦିନ ଭିତରେ ୧ ଲକ୍ଷ ୨୦ ହଜାରଙ୍କୁ ଉଦ୍ଧାର କରାଯାଇଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଜେ ବାଇଡେନ ।

ଗତକାଲି ଉଦ୍ଧାର କାର୍ଯ୍ୟ ଶେଷ କରିବା ପାଇଁ ଡେଡଲାଇନ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତାଲିବାନ ଆତଙ୍କବାଦୀଙ୍କ ଦ୍ବାରା ଶାସିତ ଆଫଗାନରୁ ଜୀବନ ବଞ୍ଚାଇବା ପାଇଁ ସମସ୍ତଙ୍କୁ ବିମାନ ଯୋଗେ ସ୍ତାନାନ୍ତରଣ କରାଯାଉଥିଲା । ଏହି ସ୍ଥାନାନ୍ତର ଏବଂ ଯୁଦ୍ଧ ପ୍ରୟାସର ସମାପ୍ତି ହୋଇଛି । ଗତ ୧୭ ଦିନ ଭିତରେ ୧ ଲକ୍ଷ ୨୦ ହଜାରଙ୍କୁ ଉଦ୍ଧାର କରାଯାଇଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଜେ ବାଇଡେନ ।

କାବୁଲରେ ଆତ୍ମଘାତୀ ବିସ୍ଫୋରଣର ପ୍ରତିଶୋଧ ନେଇଛି ଆମେରିକା । ଆଫଗାନିସ୍ତାନର ISIS-Kକୁ ଟାର୍ଗେଟ କରି ନାଙ୍ଗାହାର ପ୍ରଦେଶରେ ଆମେରିକା ସେନା ଡ୍ରୋନ ଷ୍ଟ୍ରାଇକ କରିଥିଲା । ଏହି ଡ୍ରୋନ ଷ୍ଟ୍ରାଇକରେ କେବଳ ମୁଖ୍ୟ ଷଡଯନ୍ତ୍ରାକାରୀଙ୍କୁ ହତ୍ୟା କରାଯାଇଥିବା ନୌସେନା ମୁଖପାତ୍ର କ୍ୟାପଟେନ ଓ୍ବିଲିୟମ ଅରବାନଙ୍କ ପକ୍ଷରୁ ସୂଚନା ମିଳିଥିଲା ।

ପ୍ରକାଶ ଥାଉ କି, ଗୁରୁବାର କାବୁଲ ବିମାନ ବନ୍ଦର ବାହାରେ ସିରିଜ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଫଗାନିସ୍ତାନ ଥରି ଉଠିଥିଲା । ଯାହା ବିଶ୍ବବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା । ଅନ୍ୟପକ୍ଷେ ଏହି ବିସ୍ଫୋରଣରେ ଅନେକ ଆଫଗାନ ନାଗରିକଙ୍କ ସହିତ ୧୩ ଆମେରିକୀୟ ସେନା ପ୍ରାଣ ହରାଇଥିଲେ ।

ବିସ୍ଫୋରଣ ପରେ ବି ଅଫଗାନିସ୍ତାନରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ୧୨ ଘଣ୍ଟା ମଧ୍ୟରେ ଅତି କମରେ ୪ହଜାର ୨୦୦ ଲୋକଙ୍କୁ କାବୁଲରୁ ସ୍ଥାନାନ୍ତରଣ କରାଯାଇଥିବା ହ୍ବାଇଟହାଉସ ପକ୍ଷରୁ ସୂଚନା ମିଳିଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.