ETV Bharat / international

କୋରୋନା: ବ୍ରାଜିଲରେ 7,910 ସଂକ୍ରମିତ, 299 ମୃତ - କୋରୋନା ସତର୍କତା

କୋରୋନା ଭାଇରସ୍ ସଂକ୍ରମଣ ହେତୁ ବ୍ରାଜିଲରେ ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା 6,836 ରୁ 7,910 କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ସୂଚନା ଦେଇଛି । ଏହାସହ ବର୍ତ୍ତମାନ ସୁଦ୍ଧା ଦେଶରେ କୋରୋନା ସଂକ୍ରମଣରେ 299 କୋରୋନାରେ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 3, 2020, 4:50 PM IST

ବ୍ରାସିଲିଆ: ସାରା ବିଶ୍ବରେ କୋରୋନା ଆତଙ୍କ ଜାରି ରହିଛି । ବିଭିନ୍ନ ଦେଶରେ କୋରୋନା ସଂକ୍ରମଣ ଓ ମୃତ୍ୟୁ ରିପୋର୍ଟ କ୍ରମଶଃ ବଢିବାରେ ଲାଗିଛି । ଏପରିସ୍ଥଳେ କୋରୋନା ଭାଇରସ୍ ସଂକ୍ରମଣ ହେତୁ ବ୍ରାଜିଲରେ ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା 6,836 ରୁ 7,910 କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ସୂଚନା ଦେଇଛି । ଏହାସହ ବର୍ତ୍ତମାନ ସୁଦ୍ଧା ଦେଶରେ କୋରୋନା ସଂକ୍ରମଣରେ 299 କୋରୋନାରେ ପ୍ରାଣ ହରାଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ କୋଭିଡ -19 ସଂକ୍ରମିତ ମୋଟ 59 ରୋଗୀଙ୍କ ମୃତ୍ୟୁ ଘଟିଛି ଏବଂ ମୃତ୍ୟୁହାରରେ 3.8 ପ୍ରତିଶତ ବୃଦ୍ଧି ଘଟିଛି ବୋଲି ଜିନହୁଆ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ପାଇଛି । ସ୍ବାସ୍ଥ୍ୟମନ୍ତ୍ରୀ ଲୁଇଜ ହେନ୍ରିଚ ମାଣ୍ଡେଟା ବୁଧବାର ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଏପ୍ରିଲରେ ଦେଶରେ ସଂକ୍ରମଣ ମାମଲା ବୃଦ୍ଧି ପାଇପାରେ।

ସେ ବ୍ରାଜିଲର ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି ଯେ, ଏହା ଭୟଭୀତ ହେବାର ସମୟ ନୁହେଁ ଏବଂ ସେମାନେ ସମସ୍ତେ ସାମାଜିକ ଦୂରତା ଏବଂ ଗୋଟିଏ ସ୍ଥାନରେ ରହିବା ପାଇଁ ଉଦ୍ୟମ ଜାରି ରଖିବା ଉଚିତ ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.