ETV Bharat / international

ଆଇସୋଲେସନରେ କାନାଡା ପ୍ରଧାନମନ୍ତ୍ରୀ, ସୁସ୍ଥ ହେଲେ ସ୍ତ୍ରୀ - କାନାଡା ପ୍ରଧାନମନ୍ତ୍ରୀ

ଭୟଙ୍କର ମହାମାରୀ କୋରୋନାରୁ ସୁସ୍ଥ ହୋଇଛନ୍ତି କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ସୋଫିଆ। ଅଧିକ ପଢନ୍ତୁ...

ଆଇସୋଲେସନରେ କାନାଡା ପ୍ରଧାନମନ୍ତ୍ରୀ, ସୁସ୍ଥ ହେଲେ ସ୍ତ୍ରୀ

author img

By

Published : Mar 30, 2020, 8:42 PM IST

ଓଟ୍ଟାୱା(କାନାଡା): ଭୟଙ୍କର ମହାମାରୀ କୋରୋନାରୁ ସୁସ୍ଥ ହୋଇଛନ୍ତି କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ସୋଫିଆ । ସୋସିଆଲ ମିଡିଆରେ ରବିବାର ସେ ଏହା ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ ଏବେ ମଧ୍ୟ ଆଇସୋଲେସନରେ ଅଛନ୍ତି । ସ୍ବାସ୍ଥ୍ୟ ବିଭାଗର ପ୍ରୋଟୋକଲ ଓ ପରାମର୍ଶ ଅନୁସାରେ ସେ ଏହି ଆଇସୋଲେସନରେ ରହିବେ ବୋଲି କହିଛନ୍ତି ।

ପୂର୍ବରୁ ମାର୍ଚ୍ଚ ମାସ ଆରମ୍ଭରେ ସୋଫିଆ ଏହି ରୋଗର ଶିକାର ହୋଇଥିବା କାନାଡା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ଲକ୍ଷଣ ଦେଖାଦେବା ପରେ ତାଙ୍କୁ ଅଲଗା ରଖାଯାଇ ଚିକିତ୍ସା ଆରମ୍ଭ ହୋଇଥିଲା । ପ୍ରତିଷେଧକ ବ୍ୟବସ୍ଥା ଭାବେ ପ୍ରଧାନମନ୍ତ୍ରୀ ଜଷ୍ଟିନ ନିଜକୁ ଆଇସୋଲେସନରେ ରଖିଥିଲେ । ସୁସ୍ଥ ହେବା ଖବର ଦେବା ସହ ସମସ୍ତ ଡାକ୍ତର ଓ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଦେଇଥିଲେ ସୋଫିଆ । ଓଟ୍ଟାୱା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କ୍ଲିୟରାନ୍ସ ମିଳିବା ପରେ ସେ ଏହି ଖବର ପୋଷ୍ଟ କରିଥିଲେ । ଏହାସହ ସେ ସମସ୍ତ କୋରୋନା ପୀଡିତଙ୍କ ଆରୋଗ୍ୟ କାମନା କରିଛନ୍ତି ।

ଖବର ଅନୁସାରେ କୋରୋନା ପୀଡିତ ଖବର ଶୁଣି ସୋଫିଆଙ୍କ ବନ୍ଧୁ ପ୍ରିନ୍ସ ହ୍ୟାରୀ ଓ ମେଘାନ ମର୍କେଲ ଦୁଃଖପ୍ରକାଶ କରିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ । ଲଣ୍ଡନ ରାଜପରିବାରର ଏହି 2 ସଦସ୍ୟ ଏବେ କାନାଡାରୁ ଆମେରିକାକୁ ପଳାଇଆସିଛନ୍ତି । ରବିବାର ସୁଦ୍ଧା କାନାଡାରେ 6243ଟି କୋରୋନା ପଜିଟିଭ ମାମଲା ସାମନାକୁ ଆସିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.