ୱାଶିଂଟନ: ଆମେରିକାର ହେଲଥ୍ କେୟାର କମ୍ପାନୀ ଜନସନ ଆଣ୍ଡ ଜନସନ (ଜେ ଆଣ୍ଡ ଜେ) ଘୋଷଣା କରିଛି ଯେ ଏହା ଆମେରିକା ଏବଂ କାନାଡାରେ ବେବି ଟେଲକମ୍ ପାଉଡର ବିକ୍ରି କରିବା ବନ୍ଦ କରିବ । ଶିଶୁ ଉତ୍ପାଦ ତିଆରିରେ ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା କମ୍ପାନୀର ନାମରେ ଉପଭୋକ୍ତା ମାନେ ପାଉଡର ବ୍ୟବହାର କର୍କଟ ରୋଗ ସୃଷ୍ଟି କରୁଥିବା ଦାବି କରି କମ୍ପାନୀ ନାମରେ ହଜାର ହଜାର ଗ୍ରାହକଙ୍କ ମକଦ୍ଦମା ଦାୟର ଦାୟର କରୁଛନ୍ତି । ଫଳରେ କମ୍ପାନୀ ଏପରି ନିଷ୍ପତ୍ତି ନେଇଛି ।
ଉପଭୋକ୍ତାଙ୍କ ଦାବି ପରେ କମ୍ପାନୀକୁ କୋଟି କୋଟି ଟଙ୍କା କ୍ଷତିପୂରଣ ଦେବାକୁ କୁହାଯାଇଛି । କମ୍ପାନୀ ନାମରେ ବର୍ତ୍ତମାନ 16,000 ରୁ ଅଧିକ ଉପଭୋକ୍ତା ମକଦ୍ଦମା ଦାୟର କରିଛନ୍ତି । ଅଭିଯୋଗ ହୋଇଛି ଯେ ପାଉଡରରେ ଏପରି ପଦାର୍ଥର ବ୍ୟବହାର ରହିଛି, ଯାହା କର୍କଟ ରୋଗ ହେବାର ଆଶଙ୍କା ରହିଛି ।
ଜନସନ ଆଣ୍ଡ ଜନସନ କହିଛନ୍ତି ଯେ କମ୍ପାନୀ ଏହି ଉତ୍ପାଦ ବିକ୍ରୟ ବନ୍ଦ କରିବ । ଗ୍ରାହକଙ୍କ ଅଭ୍ୟାସରେ ପରିବର୍ତ୍ତନ ଏବଂ ଉତ୍ପାଦ ନିରାପତ୍ତା ବିଷୟରେ ଭୁଲ ତଥ୍ୟ ହେତୁ ଉତ୍ତର ଆମେରିକାରେ ବେବି ପାଉଡରର ଚାହିଦା ହ୍ରାସ ପାଉଛି ବୋଲି କମ୍ପାନୀ କହିଛି ।
@IANS