ETV Bharat / international

Russia-Ukraine Crisis: ଯୁଦ୍ଧ ହେଲେ ପୁଟିନ ଦାୟୀ ରହିବେ କହିଲେ ବାଇଡେନ

ଅଳ୍ପ ଦିନ ମଧ୍ୟରେ ରୁଷ ୟୁକ୍ରେନ ଆକ୍ରମଣ କରିବା କଥାକୁ ପୁଣି ଦୋହରାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହି ଯୁଦ୍ଧ ଆଶଙ୍କାକୁ ନେଇ ପୁଣିଥରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ

Russia-Ukraine Crisis: ପୁଟିନଙ୍କୁ ପୁଣି ଚେତାବନୀ ଦେଲେ ବାଇଡେନ

author img

By

Published : Feb 19, 2022, 10:50 AM IST

ଓ୍ବାଶିଂଟନ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି । ଅଳ୍ପ ଦିନ ମଧ୍ୟରେ ରୁଷ ୟୁକ୍ରେନ ଆକ୍ରମଣ କରିବା କଥାକୁ ପୁଣି ଦୋହରାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହି ଯୁଦ୍ଧ ଆଶଙ୍କାକୁ ନେଇ ପୁଣିଥରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚେତାବନୀ ଦେଇଛନ୍ତି । ବାଇଡେନ କହିଛନ୍ତି ଯୁଦ୍ଧ ପାଇଁ କେବଳ ପୁଟିନ ହିଁ ଉତ୍ତରଦାୟୀ ରହିବେ।

ରୁଷିଆ-ୟୁକ୍ରେନ ପରିସ୍ଥିତି ସଂକ୍ରାନ୍ତରେ କହିବା ବେଳେ ବାଇଡେନ କହିଛନ୍ତି ଯେ, ରୁଷର ଯୋଜନା ବିଷୟରେ ଆମେ ଅନବରତ ଖବର ଦେଇ ଆସୁଛୁ । ଏହାର ଅର୍ଥ ନୁହେଁ ଯେ, ଆମେ ଯୁଦ୍ଧ ଚାହୁଁ । ବରଂ ଆମ ସାଧ୍ୟ ମତେ ଯୁଦ୍ଧ ଏଡ଼ାଇବାକୁ ଚାହୁଁଛୁ । ଯୁଦ୍ଧରୁ ବିରତ ରହି ୟୁକ୍ରେନ ଆକ୍ରମଣ କରିବାର କାରଣ ପ୍ରତିପାଦନ ପାଇଁ ରୁଷକୁ ବୁଝାଉଛୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୟୁକ୍ରେନ ଆକ୍ରମଣ କରିବା ଲାଗି ପୁଟିନ ନିଷ୍ପତ୍ତି ଗ୍ରହଣ କରିସାରିଛନ୍ତି । ଆସନ୍ତା ସପ୍ତାହରେ ଅଳ୍ପ ଦିନ ଭିତରେ ରୁଷ ସେନା ୟୁକ୍ରେନ୍‌ ଆକ୍ରମଣ କରିବାକୁ ଯୋଜନା କରୁଛି । ଏପରି ମନେହେଉଛି ୨.୮ ନିୟୁତ ଜନସାଧାରଣ ବାସ କରୁଥିବା ୟୁକ୍ରେନର ରାଜଧାନୀ କିଇଭ ଉପରେ ରୁଷ ଆକ୍ରମଣ କରିପାରେ ।

ରୁଷ ସୈନିକମାନେ ବେଲାରୁଷରୁ ଆରମ୍ଭ କରି ୟୁକ୍ରେନକୁ ଲାଗିଥିବା ରୁଷ ସୀମାନ୍ତ ଏବଂ ଦକ୍ଷିଣରେ କୃଷ୍ଣସାଗର ପର୍ଯ୍ୟନ୍ତ ଏବଂ ସବୁ ସୀମାନ୍ତ ପଟୁ ୟୁକ୍ରେନକୁ ଘେରି ରହିଛନ୍ତି । ଏହି ପରିସ୍ଥିତିରେ ଯୁଦ୍ଧ ଅସମ୍ଭବ ନୁହେଁ । ଯଦି ଏହି ଯୁଦ୍ଧ ହୁଏ ଏଥିପାଇଁ କେବଳ ପୁଟିନ ହିଁ ଉତ୍ତରଦାୟୀ ରହିବେ ବୋଲି ବାଇଡେନ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.