ETV Bharat / international

ଆମେରିକା ଆକ୍ରମଣରେ ISIS ମୁଖ୍ୟ ନିହତ, ଘୋଷଣା କଲେ ରାଷ୍ଟ୍ରପତି ବାଇଡେନ - ସିରିଆରେ ଆମେରିକାର ଆକ୍ରମଣ

ଆମେରିକା ଆକ୍ରମଣରେ ISIS ମୁଖ୍ୟ ଅଲ-ହାସିମି ଅଲ-କୁରେଶିର ନିହତ । ଘୋଷଣା କଲେ ରାଷ୍ଟ୍ରପତି ବାଇଡେନ । ପ୍ରତିଷ୍ଠାତା ଆବୁ ବକର୍ ଅଲ-ବାଗଦାଦୀର ନିଧନ ପରେ ନେଉଥିଲା ନେତୃତ୍ବ । ଅଧିକ ପଢନ୍ତୁ

ଆମେରିକା ଆକ୍ରମଣରେ ISIS ମୁଖ୍ୟ ନିହତ, ଘୋଷଣା କଲେ ରାଷ୍ଟ୍ରପତି ବାଇଡେନ

author img

By

Published : Feb 3, 2022, 9:51 PM IST

ଓ୍ବାଶିଂଟନ: ଆମେରିକର ସ୍ପେଶାଲ ଫୋର୍ସର ଏକ ଅପରେସନରେ ଟପ ଆତଙ୍କୀ ସଂଗଠନ ISIS ମୁଖ୍ୟ ନିହତ ହୋଇଛି । ଆଜି ସିରିଆର ଦକ୍ଷିଣ-ପଶ୍ଚିମାଞ୍ଚଳରେ ଆମେରିକା ସ୍ପେଶାଲ ଫୋର୍ସ ପକ୍ଷରୁ ଲଞ୍ଚ କରାଯାଇଥିବା ଅପରେସନରେ ISIS ମୁଖ୍ୟ ଆବୁ ଇବ୍ରାହିମ ଅଲ-ହାସିମି ଅଲ-କୁରେଶିର ମୃତ୍ୟୁୁ ହୋଇଥିବା ହୋଇଛି । ଅପରେସନର ସଫଳତା ନେଇ ଆଜି (ଗୁରୁବାର) ଘୋଷଣା କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ।

ଆମେରିକା ଆକ୍ରମଣରେ ISIS ମୁଖ୍ୟ ନିହତ, ଘୋଷଣା କଲେ ରାଷ୍ଟ୍ରପତି ବାଇଡେନ
ଆମେରିକା ଆକ୍ରମଣରେ ISIS ମୁଖ୍ୟ ନିହତ, ଘୋଷଣା କଲେ ରାଷ୍ଟ୍ରପତି ବାଇଡେନ

ବାଇଡେନ କହିଛନ୍ତି ଏହି ଅଭିଯାନ ଆମେରିକା ସ୍ପେଶାଲ ଫୋର୍ସର କମାଣ୍ଡୋମାନେ ସାମିଲ ହୋଇଥିଲେ । ଅପରେସନ ସଫଳ ହେବା ସହ ଆତଙ୍କୀକୁ ନିହତ କରିବାରେ ସେମାନେ ସଫଳ ହୋଇଛନ୍ତି । ଅପରେସନରେ ସାମିଲ ସ୍ପେଶାଲ ଫୋର୍ସର ସମସ୍ତ କମାଣ୍ଡୋ ସୁରକ୍ଷିତ ଫେରିଛନ୍ତି । ପେଣ୍ଟାଗନ୍ ପ୍ରେସ୍ ସଚିବ ଜନ୍ କିର୍ବି ଏହା ପୂର୍ବରୁ ଗୁରୁବାର ହୋଇଥିବା ଆକ୍ରମଣକୁ ଏକ ଆତଙ୍କବାଦ ନିରୋଧୀ ମିଶନ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଏଥିରେ କୌଣସି ଆମେରିକୀୟ ଆହତ ହୋଇନାହାଁନ୍ତି ବୋଲି ଦର୍ଶାଇଛନ୍ତି । 2019 ମସିହାରେ ଆମେରିକାର ସ୍ପେଶାଲ ଫୋର୍ସର ଆକ୍ରମଣରେ ISISର ପ୍ରତିଷ୍ଠାତା ଆବୁ ବକର୍ ଅଲ-ବାଗଦାଦୀର ନିଧନ ପରେ ଆବୁ ଇବ୍ରାହିମ ଅଲ-ହାସିମି ଅଲ-କୁରେଶି ସର୍ବେଚ୍ଚ ନେତା ଭାବେ ଦାୟିତ୍ବ ନେଇଥିଲା ।

  • Last night at my direction, U.S. military forces successfully undertook a counterterrorism operation. Thanks to the bravery of our Armed Forces, we have removed from the battlefield Abu Ibrahim al-Hashimi al-Qurayshi — the leader of ISIS.
    https://t.co/lsYQHE9lR9

    — President Biden (@POTUS) February 3, 2022 " class="align-text-top noRightClick twitterSection" data=" ">

ତେବେ ଆକ୍ରମଣ ପରେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ସିରିଆର ଏକାଧିକ ଉଦ୍ଧାରକାରୀ ଟିମ । ବର୍ତ୍ତମାନ ସେଠାରେ ୬ ଜଣ ଶିଶୁ ଏବଂ ଚାରିଜଣ ମହିଳାଙ୍କ ସମେତ ଅତି କମରେ 13 ଜଣଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇସାରିଛି । ପ୍ରତ୍ୟେକ୍ଷଦର୍ଶୀ ତଥା ସ୍ଥାନୀୟ ବାସିନ୍ଦା କହିଛନ୍ତି, ମଧ୍ୟରାତ୍ରୀରୁ ଆରମ୍ଭ ହୋଇଥିବା ଏହି ଅପରେସନରେ କମାଣ୍ଡୋମାନେ ହେଲିକପ୍ଟରରେ ଅବତରଣ କରିବା ସହ ଉକ୍ତ ବିଲ୍ଡିଂକୁ ଚାରିଆଡୁ ଘେରିଯାଇ ଆକ୍ରମଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.