ETV Bharat / international

ଟ୍ରମ୍ପଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କଲା ଇରାନ - donald trump

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରିବା ପାଇଁ ସୋମବାର ଇରାନ ପକ୍ଷରୁ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଛି । ତାଙ୍କୁ ହେପାଜତକୁ ନେବା ପାଇଁ ଇରାନ ଇଣ୍ଟରପୋଲର ସାହାଯ୍ୟ ମଧ୍ୟ ଲୋଡିଛି ।

 ଟ୍ରମ୍ପ
ଟ୍ରମ୍ପ
author img

By

Published : Jun 29, 2020, 5:59 PM IST

ତେହରାନ: ଆମେରିକାର ଏୟାରଷ୍ଟ୍ରାଇକରେ ଇରାନର କୁଦସ୍ ସେନାର ପ୍ରମୁଖ ମେଜର ଜେନେରାଲ କାଶିମ ସୁଲେମାନିଙ୍କ ମୃତ୍ୟୁ ପରେ ଆମେରିକା ବିରୋଧରେ ବଡ ନିଷ୍ପତ୍ତି ନେଇଛି ଇରାନ୍ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରିବା ପାଇଁ ସୋମବାର ଇରାନ ପକ୍ଷରୁ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଛି । ତେବେ ଟ୍ରମ୍ପଙ୍କ ବ୍ୟତୀତ ଅନ୍ୟ କେତେଜଣଙ୍କ ବିରୋଧରେ ମଧ୍ୟ ୱାରେଣ୍ଟ ଜାରି କରିଛି ଇରାନ । ସେମାନଙ୍କୁ ହେପାଜତକୁ ନେବା ପାଇଁ ଇରାନ ଇଣ୍ଟରପୋଲର ସାହାଯ୍ୟ ମଧ୍ୟ ଲୋଡିଛି ।

ତେବେ ଟ୍ରମ୍ପଙ୍କୁ ଏନେଇ କୌଣସି ବିପଦ ନଥିବା ଜଣାପଡିଛି । କିନ୍ତୁ ଇରାନର ଏଭଳି ନିଷ୍ପତ୍ତି ଉଭୟ ଦେଶ ମଧ୍ୟରେ ବିବାଦକୁ ପୁଣିଥରେ ବଢାଇପାରେ ବୋଲି ଆଶଙ୍କା କରାଯାଉଛି ।

ତେହରାନର ପ୍ରସିକ୍ୟୁଟର ଅଲି ଅଲକ୍ବାସିମେହର ଏନେଇ କହିଛନ୍ତି, ଟ୍ରମ୍ପ ଏବଂ ଅନ୍ୟ 30 ଜଣ ଜାନୁଆରୀରେ 30ରେ ହୋଇଥିବା ଏୟାରଷ୍ଟ୍ରାଇକରେ ସାମିଲ ଥିବା ଅଭିଯୋଗ ହୋଇଛି । ଯେଉଁଥିରେ ଜେନେରାଲ କାଶିମ ସୁଲେମାନିଙ୍କ ମୃତ୍ୟୁ ଘଟିଥିଲା । ସେପଟେ ଫ୍ରାନ୍ସର ଲାୟୋନ ସ୍ଥିତ ଇଣ୍ଟରପୋଲ ଇରାନର ଅନୁରୋଧର ଜବାବ ଏବେସୁଦ୍ଧା ଦେଇନାହିଁ ।

ତେବେ ଅଲି ଟ୍ରମ୍ପଙ୍କ ବ୍ୟତୀତ ଅନ୍ୟ କାହାକୁ ଚିହ୍ନି ପାରିନାହାନ୍ତି । କିନ୍ତୁ ଇରାନ ଟ୍ରମ୍ପଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳ ସମାପ୍ତ ହେବା ପରେ ମଧ୍ୟ ନିଜ ଅଭିଯୋଗକୁ ଜାରି ରଖିବ ବୋଲି ସେ କହିଛନ୍ତି । ତେବେ ଅଲିଙ୍କ କହିବା ଅନୁଯାୟୀ, ଇରାନ ଟ୍ରମ୍ପ ଏବଂ ଅନ୍ୟମାନଙ୍କ ବିରୋଧରେ ରେ଼ଡ ନେଟିସ ମଧ୍ୟ ଜାରି କରିବାକୁ ଇଣ୍ଟରପୋଲ ନିକଟରେ ଆବେଦନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.