ETV Bharat / international

ICJ Order: ଋଷ୍ ବିରୁଦ୍ଧରେ ଭୋଟ ଦେଲେ ଭାରତୀୟ ବିଚାରପତି

ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ(ICJ)ରେ ଋଷିଆ ବିରୁଦ୍ଧରେ ଭୋଟ ଦେଲେ ଭାରତୀୟ ବିଚାରପତି । ତୁରନ୍ତ ଯୁଦ୍ଧ ବିରାମ ପ୍ରସଙ୍ଗରେ ଭୋଟ ଗ୍ରହଣ କରିଥିଲେ ICJ । ଅଧିକ ପଢନ୍ତୁ

ICJ Order: ଋଷ୍ ବିରୁଦ୍ଧରେ ଭୋଟ ଦେଲେ ଭାରତୀୟ ବିଚାରପତି
ICJ Order: ଋଷ୍ ବିରୁଦ୍ଧରେ ଭୋଟ ଦେଲେ ଭାରତୀୟ ବିଚାରପତି
author img

By

Published : Mar 17, 2022, 10:58 AM IST

Updated : Mar 17, 2022, 11:04 AM IST

ୱାସିଂଟନ: ଅନ୍ତର୍ଜାତୀୟ ନ୍ୟାୟ ଅଦାଲତରେ ଋଷ୍ ବିରୁଦ୍ଧରେ ଭୋଟ ଦେଲେ ଭାରତୀୟ ବିଚାରପତି । ଜାତିସଂଘରେ ଋଷ୍ ବିରୋଧି ପ୍ରସ୍ତାବରେ ଭାରତ ବାରମ୍ବାର ଭୋଟ ଦେବାରୁ ନିବୃତ୍ତ ରହୁଥିବା ବେଳେ ICJରେ ଭାରତୀୟ ବିଚାରପତି ଋଷ୍ ବିରୁଦ୍ଧରେ ମତଦାନ କରିଛନ୍ତି । ଋଷିଆର ବର୍ବରତା ଏବଂ ମାନବାଧିକାର ଉଲ୍ଲଙ୍ଘନ ବିରୁଦ୍ଧରେ କିଛି ଦିନ ତଳେ ୟୁକ୍ରେନ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ(ICJ)ର ଦ୍ବାରସ୍ଥ ହେବା ସହ ଏହାର ତୁରନ୍ତ ଫଇସଲା କରିବା ପାଇଁ ନିବେଦନ କରିଥିଲା । ବୁଧବାର ଦିନ ICJ ତୁରନ୍ତ ଯୁଦ୍ଧ ବନ୍ଦ ପ୍ରସଙ୍ଗରେ ଭୋଟ ଗ୍ରହଣ କରି 13-2 ଭୋଟ ସହ ଯୁଦ୍ଧ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବଡ କଥା ହେଉଛି, ଏହି ମାମଲାରେ ICJରେ ଭାରତୀୟ ପ୍ରତିନିଧି ଭାବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦଳବୀର ଭଣ୍ଡାରୀ( Justice Dalveer Bhandari) ଋଷ୍ ବିରୁଦ୍ଧରେ ଭୋଟ ଦେଇଛନ୍ତି ।

ପ୍ରକାଶଥାଉ କି, ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ୧୫ ବିଚାରପତିଙ୍କ ଭୋଟିଂ ଆଧାରରେ ରାୟ ଶୁଣାଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩ ବିଚାରପତି ଋଷ୍ ବିରୁଦ୍ଧରେ ଭୋଟ୍ ଦେଇଥିବା ବେଳେ ୨ ଜଣ ଏହା ସପକ୍ଷରେ ଦେଇଛନ୍ତି । ଋଷ୍ ବିରୋଧି ଭୋଟରେ ଭାରତୀୟ ବିଚାରପତି ଦଳବୀର ଭଣ୍ଡାରୀ ସାମିଲ୍ ଅଛନ୍ତି । ସେପଟେ ଅନ୍ତର୍ଜାତୀୟ ଅଦାଲତଙ୍କ ଯୁଦ୍ଧ ବନ୍ଦ ନିର୍ଦ୍ଦେଶକୁ ଆମେରିକା ସ୍ବାଗତ କରିଛି । ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ନେଡ୍ ପ୍ରାଇସ କହିଛନ୍ତି, ICJ ସ୍ପଷ୍ଟ ଭାବେ ଋଷକୁ ନିଜର ସାମରିକ ଅପରେସନ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି । ତେଣୁ ଫେବୃୟାରୀ ୨୪ରୁ ୟୁକ୍ରେନରେ ଆକ୍ରମଣ କରୁଥିବା ଋଷ ତୁରନ୍ତ ଏହି ଆଦେଶ ପାଳନ କରୁ ।

ପ୍ରାଇସ୍ ଆହୁରିମଧ୍ୟ କହିଛନ୍ତି ଯେ, ୟୁକ୍ରେନର ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ଏବଂ ବ୍ୟାପକ କ୍ଷୟକ୍ଷତି ଘଟଣାରେ ଅଦାଲତ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଏଥିସହ ୟୁକ୍ରେନ ସେନା ଦ୍ବାରା ଡୋନାବସ ଅଞ୍ଚଳରେ ନରସଂହାର କରାଯାଇଥିବା ନେଇ ଋଷ କରୁଥିବା ଦାବି ନେଇ ତା' ପାଖରେ କୌଣସି ପ୍ରମାଣ ନଥିବା ମଧ୍ୟ କୋର୍ଟ ଜାଣିବାକୁ ପାଇଛନ୍ତି । ଏହି ନରସଂହାର ଅଭିଯୋଗ କେବଳ ଋଷ ବେଆଇନ ଆକ୍ରମଣର ଏକ ବାହାନା ବୋଲି ୟୁକ୍ରେନ ଯୁକ୍ତି ବାଢିଛି ।

Last Updated : Mar 17, 2022, 11:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.