ETV Bharat / international

'ମହିଳାଙ୍କ ପ୍ରତି ହିଂସାରେ ଜଡିତ ଆତଙ୍କୀ ସଂସ୍ଥାକୁ ତାଲିକାଭୁକ୍ତ କରିବା ଆବଶ୍ୟକ' - ସୁରକ୍ଷା ପରିଷଦରେ ଭାରତର ମନ୍ତବ୍ୟ

ମହିଳାଙ୍କ ପ୍ରତି ହେଉଥିବା ହିଂସା ସହ ଜଡିତ ଆତଙ୍କବାଦୀ ସଂସ୍ଥାଗୁଡ଼ିକୁ ତାଲିକାଭୁକ୍ତ କରିବାକୁ ଭାରତ ସୁରକ୍ଷା ପରିଷଦର ବିତର୍କରେ ପ୍ରକାଶ କରିଛି । ଅଧିକ ପଢନ୍ତୁ...

India stresses Security Council to list terror entities involved in violence against women
'ମହିଳାଙ୍କ ପ୍ରତି ହିଂସାରେ ଜଡିତ ଆତଙ୍କି ସଂସ୍ଥାକୁ ତାଲିକାଭୁକ୍ତ କରିବା ଆବଶ୍ୟକ'
author img

By

Published : Oct 30, 2020, 12:14 PM IST

ନିୟୁର୍କ: ମହିଳାଙ୍କ ପ୍ରତି ହେଉଥିବା ହିଂସା ସହ ଜଡିତ ଆତଙ୍କବାଦୀ ସଂସ୍ଥାଗୁଡ଼ିକୁ ତାଲିକାଭୁକ୍ତ କରିବାକୁ ଭାରତ ସୁରକ୍ଷା ପରିଷଦ ଉପରେ ଜୋର ଦେଇଛି । ଆତଙ୍କବାଦୀଙ୍କ ଦ୍ବାରା ମହିଳା ଓ ଯୁବତୀଙ୍କ ପ୍ରତି କରାଯାଇଥିବା ହିଂସା ଦୃଢ ନିନ୍ଦନୀୟ । ଏହି ହିଂସା ସଭ୍ୟ ସମାଜର ସୂରୁପକୁ ବିକୃତ କରୁଛି ବୋଲି ଗୁରୁବାର ମହିଳା, ଶାନ୍ତି ଓ ସୁରକ୍ଷା ଉପରେ ଜାତିସଂଘ ସୁରକ୍ଷା ପରିଷଦର ଖୋଲା ବିତର୍କରେ ଭାରତ ସ୍ପଷ୍ଟ କରିଛି ।

ଭାରତ କହିଛି, ସଂଘର୍ଷ ପରବର୍ତ୍ତୀ ପରିସ୍ଥିତିରେ ଗଣତାନ୍ତ୍ରିକ ସଂରଚନା ଏବଂ ଆଇନର ଶାସନରେ ମହିଳାମାନେ ସମ୍ମୁଖୀନ ହେଉଥିବା ଅସମାନତାକୁ ଦୂର କରିବା ଓ ଶାନ୍ତିପୂର୍ଣ୍ଣ ତଥା ସାମୂହିକ ବିକାଶରେ ମହିଳାଙ୍କୁ ସଂପୂର୍ଣ୍ଣ ଭାଗିଦାରୀ ଆବଶ୍ୟକ ଅଟେ । ସେମାନଙ୍କ ପ୍ରତି ହେଉଥିବା ହିଂସା ସହ ଜଡିତ ଆତଙ୍କବାଦୀ ସଂସ୍ଥାଗୁଡିକୁ ତାଲିକାଭୁକ୍ତ କରିବା ସହ ଡବ୍ଲୁପିଏସ(ମହିଳା, ଶାନ୍ତି ଓ ସୁରକ୍ଷା) ବିଚାରକୁ ପ୍ରଭାବଶାଳୀ କରାଇବାରେ ପରିଷଦ ଗୁରୁତ୍ବ ଦେବା ଆବଶ୍ୟକ । ଏହାସହ ବିବାଦ ଓ ମାନବିକ ସଙ୍କଟ ମହିଳାଙ୍କୁ ବିକାଶରୁ ଦୂରେଇ ରଖୁଛି । କୋଭିଡ-19 ଯୋଗୁଁ ଅର୍ଥନୈତିକ ଅବନତି ସେମାନଙ୍କୁ ଅଧିକ ବିପଦରେ ପକାଇବ ବୋଲି ଭାରତ ସୂଚୀତ କରିଛି ।

ଆହୁରିମଧ୍ୟ, ଆକ୍ସନ୍ ମାଧ୍ୟମରେ ସଦସ୍ୟ ରାଷ୍ଟ୍ରମାନେ ଶାନ୍ତି ରକ୍ଷା କ୍ଷେତ୍ରରେ ସାଧାରଣ ନାଗରିକ ଏବଂ ୟୁନିଫର୍ମ ମହିଳାଙ୍କ ସଂଖ୍ୟା ବୃଦ୍ଧି କରି ମହିଳା, ଶାନ୍ତି ଏବଂ ସୁରକ୍ଷା ଏଜେଣ୍ଡା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ ମଧ୍ୟ ଦୁଃଖର ବିଷୟ କି କେବଳ 5.4 ପ୍ରତିଶତ ମହିଳା ସୈନ୍ୟ ଏବଂ 15.1 ପ୍ରତିଶତ ପୋଲିସ ଶାନ୍ତି ରକ୍ଷା ଅପରେସନରେ କାର୍ଯ୍ୟ କରୁଛନ୍ତି । ତେଣୁ ପ୍ରତିଟି କ୍ଷେତ୍ରରେ ମହିଳାଙ୍କୁ ସାମିଲ କରିବା ଆବଶ୍ୟକ ବୋଲି ଦେଶ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.