ETV Bharat / international

କୋରୋନାକୁ ନେଇ ସଠିକ ତଥ୍ୟ ଦେଉନି ଭାରତ: ଟ୍ରମ୍ପ

author img

By

Published : Sep 30, 2020, 2:36 PM IST

ଆମେରିକା ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍ ଏବଂ ତାଙ୍କର ଡେମୋକ୍ରାଟିକ ପ୍ରତିଦ୍ବନ୍ଦ୍ବୀ ଜୋ ବିଡେନ ବିତର୍କ ମଞ୍ଚରେ ପରସ୍ପରକୁ ଭେଟିଛନ୍ତି । ଟ୍ରମ୍ପ ନିଜର କୋରୋନା ପରିଚାଳନାର ଦୋଷ ତ୍ରୁଟି ଲୁଚାଇବାକୁ ଭାରତ ଉପରେ ବଡ ଦୋଷ ଲଦିଛନ୍ତି । ଅଧିକ ପଢନ୍ତୁ...

କୋରୋନା ଭାଇରସ ଉପରେ ସଠିକ ତଥ୍ୟ ଦେଉନି ଭାରତ
କୋରୋନା ଭାଇରସ ଉପରେ ସଠିକ ତଥ୍ୟ ଦେଉନି ଭାରତ

ୱାଶିଂଟନ: ଆସନ୍ତା ନଭେମ୍ବର 3 ତାରିଖରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଏହା ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ତାଙ୍କର ଡେମୋକ୍ରାଟିକ ପ୍ରତିଦ୍ବନ୍ଦ୍ବୀ ଜୋ ବିଡେନଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ବିତର୍କ ମଞ୍ଚରେ ପରସ୍ପରକୁ ଭେଟିଛନ୍ତି । କ୍ଲେଭେଲାଣ୍ଡରେ ଉଭୟ ବିଭିନ୍ନ ପ୍ରସଙ୍ଗରେ ମତ ରଖିବା ସହ ପରସ୍ପରକୁ ଟାର୍ଗେଟ କରିଥିଲେ । ଆମେରିକାରେ କୋରୋନା ମୃତ୍ୟୁ ପ୍ରସଙ୍ଗରେ ଟ୍ରମ୍ପ ଭାରତ ବିରୋଧରେ ଏକ ବଡ ବୟାନ ଦେଇଛନ୍ତି ।

ବିଶ୍ବରେ କୋରୋନା ଯୋଗୁଁ ସର୍ବାଧିକ ଆମେରିକା ପ୍ରଭାବିତ ହୋଇଛି । ଏଠାରେ ମୃତ୍ୟୁ ସଂଖ୍ୟା 2 ଲକ୍ଷ ପାର କରିଛି । ଆମେରିକାରେ କୋଭିଡ ପରିଚାଳନା ଓ ବଢୁଥିବା ମୃତ୍ୟୁ ସଂଖ୍ୟାକୁ ନେଇ ଜୋ ବିଡେନ ଟ୍ରମ୍ପଙ୍କୁ ଟାର୍ଗେଟ କରିଥିଲେ । ଟ୍ରମ୍ପ ନିଜର ଦୋଷ ଲୁଚାଇବାକୁ ଯାଇ ସମସ୍ତ ଦୋଷ ଚୀନ ଉପରେ ଲଦିଥିଲେ । ଭାରତ, ଚୀନ ଓ ରୁଷିଆ ନିଜର ପ୍ରକୃତ ମୃତ୍ୟୁ ସଂଖ୍ୟା ଦର୍ଶାଉ ନାହିଁନ୍ତି ବୋଲି ମଧ୍ୟ ଟ୍ରମ୍ପ ଅଭିଯୋଗ କରିଛନ୍ତି ।

ଆମେରିକାରେ ଲକଡାଉନ ପକାଇବା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁକୁ ନେଇ ଟ୍ରମ୍ପ ନିଜକୁ ବଞ୍ଚାଇବାକୁ କହିଛନ୍ତି, ଯଦି ସେ ଠିକ୍ ସମୟରେ ତାଲାବନ୍ଦ କରିନଥାନ୍ତେ ତେବେ ଅଧିକ ଲୋକ ମରିଥାନ୍ତେ। ସଠିକ ସମୟରେ ଲକଡାଉନ କରିଥିଲେ ବୋଲି ଆଜି 2 ଲକ୍ଷ ଲୋକଙ୍କ ଜୀବନ ଯାଇଛି, ନଚେତ ଏହା ଠାରୁ ଅଧିକ ଲୋକ ପ୍ରାଣ ହରାଇଥାନ୍ତେ | ଆମେରିକାରେ ଏପରି ପରିସ୍ଥିତି ପାଇଁ କେବଳ ଚୀନ ହିଁ ଦାୟୀ । ଆଜି ପର୍ଯ୍ୟନ୍ତ ଚୀନରେ କେତେ ମୃତ୍ୟୁବରଣ କରିଛନ୍ତି ତାହାର କାହା ପାଖରେ ରିପୋର୍ଟ ନାହିଁ । ରୁଷିଆ, ଭାରତରେ ମୃତ୍ୟୁ ସଂଖ୍ୟା ସଠିକ ଭାବେ ପ୍ରକାଶ କରାଯାଉନାହିଁ । ଏହାପରେ ଟ୍ରମ୍ପ ଜୋ ବିଡେନଙ୍କୁ ଟାର୍ଗେଟ କରି କହିଥିଲେ, ’’ମୁଁ ଯେତେବେଳେ ଲକଡାଉନ୍ ପକାଇଥିଲି, ସେତେବେଳେ ତାଙ୍କୁ ସମାଲୋଚନା କରାଯାଇଥିଲା । କିନ୍ତୁ ଡକ୍ଟର ଫାଉଚି ନିଜେ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି।

ସୂଚନାଯୋଗ୍ୟ, ଆମେରିକା ଫେବୃଆରୀ-ମାର୍ଚ୍ଚରୁ ଦେଶରେ ଲକଡାଉନ ଲଗାଇଥିଲା | ଅନେକ ଦେଶରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଟ୍ରମ୍ପ ପ୍ରଥମେ ପ୍ରତିବନ୍ଧକ ଲଗାଇଥିଲେ । ଯାହାକୁ ନେଇ ତାଙ୍କୁ ସମାଲୋଚନା କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.