ETV Bharat / international

ହୋଷ୍ଟନରେ ବାତିଲ ହେଲା ଟେକ୍ସାସ ରିପବ୍ଲିକାନ କନଭେନ୍ସନ - ହୋଷ୍ଟନରେ କୋରୋନା ସ୍ଥିତି

ଚଳିତବର୍ଷ ଆୟୋଜିତ ହେବାକୁ ଥିବା ଟେକ୍ସାସ ରିପବ୍ଲିକାନ କନଭେନ୍ସନକୁ କୋରୋନା ସଂକ୍ରମଣ ପାଇଁ ସ୍ଥଗିତ ରଖାଯାଇଛି । ଆଗାମୀ ସପ୍ତାହରେ ଏହି କନଭେନ୍ସନ ଆୟୋଜିତ ହେବାର ଯୋଜନା ରହିଥିଲା ।

texas republican convention, corona situation in houston, corona update in houston, ଟେକ୍ସାସ ରିପବ୍ଲିକାନ କନଭେନ୍ସନ, ହୋଷ୍ଟନରେ କୋରୋନା ସ୍ଥିତି, ହୋଷ୍ଟନରେ କୋରୋନା ଅପଡେଟ
ହୋଷ୍ଟନରେ ବାତିଲ ହେଲା ଟେକ୍ସାସ ରିପବ୍ଲିକାନ କନଭେନ୍ସନ
author img

By

Published : Jul 10, 2020, 6:37 AM IST

ହୋଷ୍ଟନ:ଚଳିତବର୍ଷ ଆୟୋଜିତ ହେବାକୁ ଥିବା ଟେକ୍ସାସ ରିପବ୍ଲିକାନ କନଭେନ୍ସନକୁ କୋରୋନା ସଂକ୍ରମଣ ପାଇଁ ସ୍ଥଗିତ ରଖାଯାଇଛି । ଆଗାମୀ ସପ୍ତାହରେ ଏହି କନଭେନ୍ସନ ଆୟୋଜିତ ହେବାର ଯୋଜନା ରହିଥିଲା । ହେଲେ ହୋଷ୍ଟନରେ ବଢି ଚାଲିଥିବା ସଂକ୍ରମଣ ସଂଖ୍ୟାକୁ ନଜରରେ ରଖି ଏହାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ଗୁରୁବାର ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।

ବୁଧବାର ଦିନ ଏହି କନଭେନ୍ସନ ଆୟୋଜନ ନେଇ ଟ୍ବିଟ ଜରିଆରେ ତର୍କ ହୋଇଥିଲା । ଏଥିରେ ସହରର ମେୟର ସିଲଭେଷ୍ଟର ଟର୍ଣ୍ଣର କହିଥିଲେ କି ରାଜ୍ୟରେ ଲୋକଙ୍କ ସୁରକ୍ଷା ବର୍ତ୍ତମାନ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଷୟ । କେବଳ ରାଜ୍ୟବାସୀ ନୁହେଁ କନଭେନ୍ସନ ସଦସ୍ୟଙ୍କ ସୁରକ୍ଷା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ । ଏହାଛଡା ଯଦି ଏହି କନଭେନ୍ସନ ଆୟୋଜିତ ହୋଇଥାଆନ୍ତା ତେବେ ଏଥିରେ ସାମିଲ ହୋଇଥିବା ଲୋକେ ମଧ୍ୟ ସଂକ୍ରମିତ ହେବାର ଭୟ ରହିଥିଲା । ତେଣୁ ଏପରି ସ୍ଥିତିକୁ ଏଡାଇବାକୁ ଯାଇ ଏପରି ନିଷ୍ପତ୍ତି ନିଆଯାଇଥିବା ସେ ପ୍ରକାଶ କରିଛନ୍ତି ।

ତେବେ ଜର୍ଜ ଆର ବ୍ରାଉନ କନଭେନ୍ସନ ସେଣ୍ଟରରେ ଆଗାମୀ ସପ୍ତାହରେ ଏହି କନଭେନ୍ସନ ଆୟୋଜିତ ହେବାର ଯୋଜନା ରହିଥିଲା । ହେଲେ ଏହାକୁ ବର୍ତ୍ତମାନ ସ୍ଥଗିତ ରଖିବା ପାଇଁ ନିଆଯାଇଥିବା ନିଷ୍ପତ୍ତିର ବିଧିବଦ୍ଧ ପ୍ରକ୍ରିୟା ଗୁରୁବାରଠାରୁ ଆରମ୍ଭ ହୋଇଥିବା ଜଣା ପଡିଛି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯେତେ ସମ୍ଭବ ପଦକ୍ଷେପ ନେବା ପାଇଁ ଏବେ ହୋଷ୍ଟନରେ ପ୍ରଚେଷ୍ଟା ଆରମ୍ଭ ହୋଇଛି ।

ସୂଚନା ମୁତାବକ ଜୁଲାଇ 16ରୁ 18 ଯାଏଁ ଏହି କନଭେନ୍ସନ ଆୟୋଜିତ ହେବାକୁ ଥିବା ବେଳେ ଏଥିରେ ପାଖାପାଖି 6000 ଲୋକେ ସାମିଲ ହେବାର ଯୋଜନା ରହିଥିଲା । ସେପଟେ ଟେକ୍ସାସ ସମେତ ଫ୍ଲୋରିଡା, ଆରିଜୋନା ଓ କାଲିଫର୍ଣ୍ଣିଆରେ କୋରୋନା ସଂକ୍ରମଣ ବଢିଚାଲିଥିବା ଜଣାପଡିଛି । ଟେକ୍ସାସରେ ବର୍ତ୍ତମାନ ସୁଦ୍ଧା 10,028 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.