ETV Bharat / international

କୋଭିଡ-19 ମୁକାବିଲା କରିବ ଜିନ ଆଧାରିତ ଟୀକା

author img

By

Published : May 7, 2020, 4:28 PM IST

କୋରୋନା ମୁକାବିଲା କରିବାକୁ ପ୍ରାଣ ପ୍ରଣେ ଚେଷ୍ଟା ଚାଲିଛି । ଟୀକା ପ୍ରସ୍ତୁତ କରିବାକୁ ବୈଜ୍ଞାନିକମାନେ ଦିନ ରାତି ଚେଷ୍ଟା ଚଳାଇଛନ୍ତି । ସେପଟେ ହାବାର୍ଡ ମେଡିକାଲ୍ ସ୍କୁଲର ଅନୁସନ୍ଧାନକାରୀମାନେ AAVCOVID ନାମକ ଏକ ପରୀକ୍ଷାମୂଳକ ଟିକା ପରୀକ୍ଷା ଏବଂ ବିକାଶ ଦିଗରେ ଅଗ୍ରଗତି ଘୋଷଣା କରିଛନ୍ତି ।

କୋଭିଡ-19 ମୁକାବିଲା କରିବ ଜିନ ଆଧାରିତ ଟୀକା
କୋଭିଡ-19 ମୁକାବିଲା କରିବ ଜିନ ଆଧାରିତ ଟୀକା

ୱାଶିଂଟନ: ସମଗ୍ର ବିଶ୍ବ ଏବେ କୋରୋନାରେ ଜର୍ଜରିତ । ଟୀକା ସନ୍ଧାନ କରିବାକୁ ଅହରହ ଚାଲିଛି ଚେଷ୍ଟା । ଏତିକି ବେଳେ ହାବାର୍ଡ ମେଡିକାଲ୍ ସ୍କୁଲର ଅନୁସନ୍ଧାନକାରୀମାନେ AAVCOVID ନାମକ ଏକ ପରୀକ୍ଷାମୂଳକ ଟୀକା ପରୀକ୍ଷା ଏବଂ ବିକାଶ ଦିଗରେ ଅଗ୍ରଗତି ଘୋଷଣା କରିଛନ୍ତି ।

AAVCOVID ହେଉଛି SARS-CoV2 ବିପକ୍ଷରେ ଜିନ ଆଧାରିତ ଟୀକା । ଏହା ଏକ ଅନନ୍ୟ ଜିନ୍-ଆଧାରିତ ଟୀକା କୌଶଳ । ଯାହା ଆଡେନୋ ଆସୋସିଏଟେଡ ଭାଇରାଲ୍ (AAV) ଭେକ୍ଟର ବ୍ୟବହାର କରେ । ଏହା କ୍ଲିନିକ ଯୁକ୍ତ ଜିନ୍ ଟ୍ରାନ୍ସଫର ଟେକ୍ନୋଲୋଜି ଦ୍ବାରା କ୍ଷତିକାରକ ଭାଇରାଲ୍ କ୍ୟାରିଅରର ଗୁଣକୁ ବ୍ୟବହାର କରିଥାଏ ।

ଏଠାରେ ସୂଚନା ଥାଉ ଯେ SARS-CoV-2 ସ୍ପାଇକ୍ ଆଣ୍ଟିଜେନ୍ ର ଜେନେଟିକ୍ କ୍ରମ ଯୋଗାଇବା ପାଇଁ AAV ବ୍ୟବହୃତ ହୁଏ । ଯାହା ଦ୍ବାରା ଶରୀର କୋରୋନା ଭାଇରସ୍ ପ୍ରତି ରୋଗ ପ୍ରତିରୋଧକ ପ୍ରତିକ୍ରିୟା ସୃଷ୍ଟି କରିପାରିବ । ଜିନ୍ ଥେରାପି କ୍ଷେତ୍ରରେ ଏହି ଟେକ୍ନୋଲୋଜି ବହୁଳ ଭାବରେ ବ୍ୟବହୃତ ହୋଇଛି । ଏବଂ AAV ଆଧାରିତ ଔଷଧର ଉତ୍ପାଦନ ଏବଂ କ୍ଲିନିକାଲ୍ ବ୍ୟବହାର ପାଇଁ ମହତ୍ତ୍ବପୂର୍ଣ୍ଣ ଅଭିଜ୍ଞତା ଏବଂ କ୍ଷମତା ଅଛି ।

ମାସାଚୁସେଟ୍ସ ଚକ୍ଷୁ ଏବଂ କର୍ଣ୍ଣର ଗ୍ରୋସବେକ୍ ଜିନ୍ ଥେରାପି ସେଣ୍ଟରର ନିର୍ଦ୍ଦେଶକ ତଥା ହାବାର୍ଡ ମେଡିକାଲ୍ ସ୍କୁଲର ଚକ୍ଷୁ ବିଭାଗର ଆସୋସିଏଟ୍ ପ୍ରଫେସର ଲୁକ୍ ଏଚ୍ ଭାଣ୍ଡେନବର୍ଗ କହିଛନ୍ତି ଯେ ବର୍ତ୍ତମାନ ମାନବଙ୍କ ମଧ୍ୟରେ କ୍ଲିନିକାଲ ପରୀକ୍ଷା ଆରମ୍ଭ କରିବାର ଯୋଜନା ସହିତ ଏହା ପ୍ରିକ୍ଲିନିକାଲ୍ ବିକାଶରେ ଅଛି ।

ସେ କହିଛନ୍ତି, ନିରାପଦ ତଥା ଦକ୍ଷ ଜିନ୍ ବିତରଣ ପାଇଁ AAV ଏକ ଉନ୍ନତ ଜ୍ଞାନକୌଶଳ । ତେବେ ଉହାନ ଘଟଣା ଜଣାପଡିବା ପରେ ଜାନୁଆରୀ ମଧ୍ୟଭାଗରେ ଭାଣ୍ଡେନବର୍ଗ ଏବଂ ତାଙ୍କ ଲାବୋରେଟୋରୀ ଟୀକା ଉପରେ କାମ ଆରମ୍ଭ କରିଥିଲେ । ଏକ ସଙ୍କଟରେ, ଆମେ ଅଣୁ ଜୀବବିଜ୍ଞାନର ଶକ୍ତି ବ୍ୟବହାର କରିପାରିବା ଏବଂ ସପ୍ତାହରେ ଏକ ଟୀକାର ଡ୍ରାଫ୍ଟ ପ୍ରସ୍ତୁତ କରିପାରିବା ଏବଂ ଏଠାରେ ତାହା ହିଁ କରାଯାଇଥିଲା । ବର୍ତ୍ତମାନ ଏହି ପଦ୍ଧତିର ନିରାପତ୍ତା ଏବଂ କାର୍ଯ୍ୟକାରିତା ପ୍ରତିଷ୍ଠା ପାଇଁ କ୍ଲିନିକାଲ୍ ଅଧ୍ୟୟନ ଆବଶ୍ୟକ ବୋଲି ଭାଣ୍ଡେନବର୍ଗେ କହିଛନ୍ତି ।

AAVମଧ୍ୟ ଏକ ଦ୍ରୁତ ଅନୁକୂଳ ପ୍ରଯୁକ୍ତିବିଦ୍ୟା । ଅନୁସନ୍ଧାନକାରୀଙ୍କ ଅନୁଯାୟୀ ଯଦି SARS-CoV-2 ଭୂତାଣୁର ଏକ ନୂତନ ଷ୍ଟ୍ରେନ୍ ଉତ୍ପନ୍ନ ହୁଏ, ତେବେ AAVCOVID ଟୀକା ଭିତରେ ଥିବା ଜେନେଟିକ୍ କୋଡ ଏକ ଅପଡେଟ ଜେନେଟିକ୍ କୋଡ୍ ପାଇଁ ବିନିମୟ ହୋଇପାରିବ ଏବଂ ସପ୍ତାହକ ମଧ୍ୟରେ ଏକ ଅପଡେଟ୍ ଟୀକାକୁ ପ୍ରକ୍ରିୟାକରଣ କରାଯାଇପାରିବ ।

AAVCOVID ଟୀକା ରୋଗୀଙ୍କ ଦେହରେ ଇଞ୍ଜେକ୍ସନ୍ ଦ୍ୱାରା ପରିଚାଳିତ ହେବ । ଏବେ ଏହା ଜୀବଜନ୍ତୁଙ୍କ ମଡେଲରେ ପରୀକ୍ଷା ଚାଲିଛି ଏବଂ ପ୍ରାରମ୍ଭିକ ଉତ୍ପାଦନ କାର୍ଯ୍ୟ ଆରମ୍ଭ ହୋଇଛି । ପରେ କ୍ଲିନିକାଲ ପରୀକ୍ଷଣ ପରେ ଜଣେ କିମ୍ବା ଦୁଇଜଣଙ୍କ ଦେହରେ ଏହା ଟେଷ୍ଟ କରାଯିବ । ୱାଇକ୍ ଗ୍ରୋସବେକ୍, ଏମିଲିଆ ଫାଜାଲାରୀ ଏବଂ ଅନ୍ୟମାନଙ୍କ ନେତୃତ୍ୱରେ ଏହାର ଅନୁସନ୍ଧାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.