ETV Bharat / international

ଆମେରିକାରେ ପ୍ରଥମ, କୃଷ୍ଣକାୟ ବ୍ୟକ୍ତିଙ୍କ ହତ୍ୟାକାରୀକୁ 22 ବର୍ଷ ଜେଲ୍ - ହତ୍ୟାକାରୀକୁ 22 ବର୍ଷ ଜେଲ୍

ଆମେରିକାରେ ପ୍ରଥମ କରି କୃଷ୍ଣକାୟ ବ୍ୟକ୍ତିଙ୍କ ହତ୍ୟା ମାମଲାର ଅପରାଧୀକୁ କାରାଦଣ୍ଡ ଶୁଣାଇଲେ କୋର୍ଟ । ଦୋଷୀକୁ 22 ବର୍ଷ 6 ମାସ ସଶ୍ରମ କାରାଦଣ୍ଡ । ଅଧିକ ପଢନ୍ତୁ...

ଆମେରିକାରେ ପ୍ରଥମ, ଜଣେ କୃଷ୍ଣକାୟ ବ୍ୟକ୍ତଙ୍କ ହତ୍ୟାକାରୀକୁ 22 ବର୍ଷ ଜେଲ୍

author img

By

Published : Jun 26, 2021, 12:56 PM IST

Updated : Jun 26, 2021, 2:01 PM IST

ୱାଶିଂଟନ: ଆମେରିକାରେ ପ୍ରଥମ କରି କୃଷ୍ଣକାୟ ବ୍ୟକ୍ତିଙ୍କ ହତ୍ୟା ମାମଲାର ଅପରାଧୀକୁ ଦଣ୍ଡିତ କରାଯାଇଛି । ଆମେରିକାରେ ବସବାସ କରୁଥିବା କଳାରଙ୍ଗର ବ୍ୟକ୍ତି ଜିଓର୍ଜ ଫ୍ଲୋଏଡଙ୍କ ହତ୍ୟାକାରୀକୁ 22 ବର୍ଷ 6 ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।ମିନିୟାପୋଲିସର ପୂର୍ବତନ ପୋଲିସ ଅଧିକାରୀ ଡେରେକ ଚାଉଭିନଙ୍କୁ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରାଯାଇ ଜେଲ୍ ଦଣ୍ଡ ଦେଇଛନ୍ତି ଅଦାଲତ ।

ଚାଉଭିନଙ୍କୁ ତାଙ୍କ ଅଧିକାର ଏବଂ ପଦବୀର ଅପବ୍ୟବହାର ଏବଂ କୃଷ୍ଣକାୟ ବ୍ୟକ୍ତି ଫ୍ଲୋଏଡଙ୍କ ପ୍ରତି କରିଥିବା ଅତି ହୀନ ବ୍ୟବହାର ପାଇଁ ଅଦାଲତ ତାଙ୍କୁ କାରାଦଣ୍ଡ ଶୁଣାଇଛନ୍ତି । ଆମେରିକାରେ ଜଣେ ପୋଲିସ କର୍ମଚାରୀଙ୍କୁ ଏପରି ଅପରାଧ ପାଇଁ ଦଣ୍ଡିତ କରିବା ହେଉଛି ପ୍ରଥମ, ଯାହା ପୂର୍ବରୁ କେବେ ହୋଇନଥିଲା ।

ସୂଚନା ଅନୁଯାୟୀ ଚାଉଭିନ ଫ୍ଲୋଏଡଙ୍କ ବେକକୁ ଆଣ୍ଠୁରେ ଚାପି ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ । ଏହି ଘଟଣା ପରେ ଆମେରିକାରେ ଜାତିଗତ ଭେଦଭାବ ବିରୋଧରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦୀର୍ଘ ଏକ ବର୍ଷ ପରେ ମାମଲାକୁ ଗୁରୁତର ଭାବେ ନେଇ ଆମେରିକା କୋର୍ଟ ଦୋଷୀକୁ ଦଣ୍ଡିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 26, 2021, 2:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.