ୱାଶିଂଟନ: ୟୁଜେନେ ଜେନେ ସ୍କାଲିଆ ଆମେରିକାର ପରବର୍ତ୍ତୀ ଶ୍ରମ ସଚିବ ଭାବରେ ନିଯୁକ୍ତି ପାଇବେ । ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।
ଜେନେ ଉଭୟ ଆଇନ ଓ ଶ୍ରମ କ୍ଷେତ୍ରରେ ବେଶ୍ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସେ ତାଙ୍କ ପ୍ରଶାସନର ଜଣେ ଶ୍ରେଷ୍ଠ ସଦସ୍ୟ ହୋଇପାରିବେ ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି।