ETV Bharat / international

Capitol attack: ଆମେରିକାର ୪ ପୋଲିସ ଅଧିକାରୀଙ୍କ ଆତ୍ମହତ୍ୟା - U.S. Capitol officer suicide

ଆମେରିକା ହିଂସା ସମୟରେ ୟୁଏସ କ୍ୟାପିଟୋଲ ହିଲ୍‌ର ସୁରକ୍ଷାରେ ମୁତୟନ ହୋଇଥିବା ଆଉ ଜଣେ ପୋଲିସ ଅଧିକାରୀ କରିଛନ୍ତି ଆତ୍ମହତ୍ୟା । ଏହାକୁ ମିଶାଇ ବର୍ତ୍ତମାନସୁଦ୍ଧା ଆତ୍ମହତ୍ୟା କରିଥିବା ପୋଲିସ ଅଫିସରଙ୍କ ସଂଖ୍ୟା ୪ରେ ପହଁଞ୍ଚିଛି । ଅଧିକ ପଢନ୍ତୁ...

Capitol attack: ଆମେରିକାର ୪ ପୋଲିସ ଅଫିସରଙ୍କ ଆତ୍ମହତ୍ୟା

author img

By

Published : Aug 3, 2021, 7:54 PM IST

ୱାଶିଂଟନ: ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକାରେ ଏଯାଏଁ କୁହୁଳୁଛି କ୍ୟାପିଟୋଲ ହିଂସା । ଜଣେ ପରେ ଜଣେ ଟପ୍‌ ପୋଲିସ ଅଫିସରଙ୍କ ଆତ୍ମହତ୍ୟା ଘଟଣାକୁ ଦେଇଛି ନୂଆ ମୋଡ । ହିଂସା ସମୟରେ ୟୁଏସ କ୍ୟାପିଟୋଲ ହିଲ୍‌ର ସୁରକ୍ଷାରେ ମୁତୟନ ହୋଇଥିବା ଆଉ ଜଣେ ପୋଲିସ ଅଧିକାରୀ କରିଛନ୍ତି ଆତ୍ମହତ୍ୟା । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟା କରିଥିବା ପୋଲିସ ଅଫିସରଙ୍କ ସଂଖ୍ୟା ୪ରେ ପହଁଞ୍ଚିଛି ।

ମଙ୍ଗଳବାର ଜଣେ ୟୁଏସ ପୋଲିସ ଅଫିସର ଆତ୍ମହତ୍ୟା କରିଥିବା ୱାଶିଂଟନ ଡିସି ମେଟ୍ରୋପୋଲିଟାନ ପୋଲିସ ବିଭାଗ ସ୍ପଷ୍ଟ କରିଛି । ପୋଲିସ ବିଭାଗର ମୁଖପାତ୍ର କ୍ରିଷ୍ଟେନ ମେଟଜରଙ୍କ ସୂଚନା ଅନୁଯାୟୀ, ସ୍ବତନ୍ତ୍ର ଅପରେସନ ଡିଭିଜନର ଏମରଜେନ୍ସି ରେସପନ୍ସ ଟିମରେ ଥିବା ଗୁନ୍ଥର ହସିଦାଙ୍କ ମୃତଦେହ ମିଳିଛି ।

୨୯ ଜୁଲାଇରେ ଗୁନ୍ଥରଙ୍କ ମୃତଦେହ ତାଙ୍କ ବାସଭବନରୁ ମିଳିଥିଲା । ତେବେ ସେ ଆତ୍ମହତ୍ୟା କରିଥିବା ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ଏହାପୂର୍ବରୁ ଜୁଲାଇ ୧୦ରେ ମେଟ୍ରୋପୋଲିଟାନ ପୋଲିସ ଅଫିସର କାୟିଲ ଡିଫ୍ରେଟାଗ ଆତ୍ମହତ୍ୟା କରିଥିଲେ । ସେହିପରି ହିଂସା ପରେ ଚଳିତବର୍ଷ ଆରମ୍ଭରେ ମେଟ୍ରୋପୋଲିଟାନ ପୋଲିସ ଅଧିକାରୀ ଜେଫ୍ରି ସ୍ମିଥ ଓ କ୍ୟାପୋଟୋଲ ପୋଲିସ ଅଫିସର ହୋୱାର୍ଡଲିବେନଗୁଡ ମଧ୍ୟ ଆତ୍ମହତ୍ୟା କରି ପ୍ରାଣ ହରାଇଥିଲେ । ଏହି ୪ ପୋଲିସ ଅଫିସରଙ୍କ ଆତ୍ମହତ୍ୟା ପରେ କ୍ୟାପିଟୋଲ ପୋଲିସ ଅଫିସର ବ୍ରାୟେନ ସିକ୍‌ନିକ୍‌ଙ୍କର ହୃଦଘାତ ଯୋଗୁଁ ଜୀବନ ଯାଇଥିଲା ।

ବିଶ୍ବର ସୁପର ପାୱାର ଆମେରିକାର ଶାସନପ୍ରଣାଳୀକୁ ସବୁଠାରୁ ସ୍ଥିର ଗଣତାନ୍ତ୍ରିକ ବ୍ୟବସ୍ଥା ଭାବରେ ବିବେଚନା କରାଯାଏ । ଯିଏ ଗଣତନ୍ତ୍ରର ଦ୍ବାହି ଦେଇ କ୍ରମାଗତ ଭାବରେ ଅନ୍ୟ ଦେଶମାନଙ୍କୁ ଜ୍ଞାନ ବାଣ୍ଟିଥାଏ, ସେହି ଆମେରିକାରେ ଜାନୁଆରୀ ୬ରେ ଧୂମିଳ ହୋଇଥିଲା ଗଣତନ୍ତ୍ରର ଚିତ୍ର । ମାତ୍ର 4 ଘଣ୍ଟା ମଧ୍ୟରେ, 200 ବର୍ଷରୁ ଅଧିକ ପୁରୁଣା ଗଣତନ୍ତ୍ର ଗରିମା ମାଟିରେ ମିଶିଯାଇଥିଲା । କାରଣ ହିଂସାରେ ଜଳିଥିଲା ଆମେରିକାର କ୍ୟାପିଟୋଲ ହିଲ୍‌ ।

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ଜୋ ବାଡେନଙ୍କ ବିଜୟକୁ ସ୍ବୀକାର କରିପାରିନଥିଲେ ଟ୍ରମ୍ପ ସମର୍ଥକ । ଯାହା ଫଳରେ ଜାନୁଆରୀ ୬ରେ ଟ୍ରମ୍ପଙ୍କ ସମର୍ଥକଙ୍କ ଭିଡ଼ ୟୁଏସ କ୍ୟାପିଟୋଲ ଉପରେ କରିଥିଲେ ଆକ୍ରମଣ । ଏହି ଆକ୍ରମଣରେ କ୍ୟାପିଟାଲ ହିଲ୍‌କୁ ସୁରକ୍ଷା ଦେଉଥିବା ପୋଲିସ ପବିଭାଗର ଅନେକ ଆଧିକାରୀ ଆହତ ହେବା ସହ ମୋଟ ୫ ଜଣଙ୍କର ଜୀବନ ଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.