ETV Bharat / international

କୋରୋନାରେ ସଂକ୍ରମିତ ପ୍ରଥମ କୁକୁର ମୃତ - କୋରୋନାରେ ସଂକ୍ରମିତ ପ୍ରଥମ କୁକୁର ମୃତ୍ୟୁ

ଆମେରିକାରେ କୋଭିଡ-19 ସଂକ୍ରମିତ ‘ଜର୍ମାନ ସେଫର୍ଡ’ କୁକୁରର ମୃତ୍ୟୁ ହୋଇଛି । କୁକୁରଙ୍କ ଠାରେ କୋରୋନା ଦେଖା ଦେଇଥିବାର ଏହା ଥିଲା ପ୍ରଥମ ମାମଲା । ଅଧିକ ପଢନ୍ତୁ...

କୋରୋନାରେ ସଂକ୍ରମିତ ପ୍ରଥମ କୁକୁର ମୃତ୍ୟୁ
କୋରୋନାରେ ସଂକ୍ରମିତ ପ୍ରଥମ କୁକୁର ମୃତ୍ୟୁ
author img

By

Published : Jul 31, 2020, 12:56 PM IST

ନ୍ୟୁୟର୍କ: ଆମେରିକାରେ କୋଭିଡ-19 ସଂକ୍ରମିତ ‘ଜର୍ମାନ ସେଫର୍ଡ’ କୁକୁରର ମୃତ୍ୟୁ ହୋଇଛି । କୁକୁରଙ୍କ ଠାରେ କୋରୋନା ଦେଖା ଦେଇଥିବାର ଏହା ଥିଲା ପ୍ରଥମ ମାମଲା । କୁକୁରକୁ ପାଳିଥିବା ଷ୍ଟୋଟେନ ଦ୍ବୀପର ରୋବର୍ଟ ଓ ଆଲିସନ ମହୋନି ନ୍ୟାସନାଲ ଜିଓଗ୍ରାଫିକକୁ ସୂଚନା ଦେଇଛନ୍ତି ।

ସାତ ବର୍ଷର କୁକୁର 'ବଡି' ଏପ୍ରିଲ ମଧ୍ୟଭାଗରେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲା । ଅନେକ ସପ୍ତାହ ଧରି ସଂକ୍ରମଣରେ ପୀଡିତ ଥିଲା। କୋରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ପାଇଁ ‘ବଡି’ର କୋରୋନା ଟେଷ୍ଟ କରାଯାଇଥିଲା । ଆମେରିକାର କୃଷି ବିଭାଗ ଜୁନ ମାସରେ ରିପୋର୍ଟ କରିଥିଲେ ନ୍ୟୁୟର୍କରେ ଥିବା ‘ଜର୍ମାନ ସେଫର୍ଡ’ ହେଉଛି ପ୍ରଥମ କୁକୁର ଯିଏକି କୋରୋନା ଆକ୍ରାନ୍ତ ହୋଇଛି ।

‘ବଡି’ର ସ୍ବାସ୍ଥ୍ୟବସ୍ଥା ବିଗିଡିବା ପରେ ଜୁଲାଇ 11ରେ ମୃତ୍ୟୁ ହୋଇଥିଲା । କୁକୁର ରକ୍ତ ନମୁନାରେ ପ୍ରତିରୋଧ ଯାଞ୍ଚ ସମୟରେ କ୍ୟାନସର ହୋଇଥିବା ଜଣାପଡିଥିଲା । ତେବେ କୁକୁରର ମୃତ୍ୟୁ କୋରୋନା ପାଇଁ ହୋଇଛି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

କୃଷି ବିଭାଗ ଆମେରିକାର ଅନେକ ପ୍ରାଣୀଙ୍କ ଠାରେ କୋରୋନା ସଂକ୍ରମଣକୁ ନିଶ୍ଚିତ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ 12 କୁକୁର, 10 ବିଲେଇ, ବାଘ ଏବଂ ସିଂହ କୋଭିଡ -19 ରେ ପୀଡିତ ଥିବା ଜଣାପଡିଛି। ବିଭାଗ କହିଛି ଯେ ପଶୁମାନଙ୍କଠାରୁ କୋରୋନା ଭୂତାଣୁ ବିସ୍ତାର ହେବାର କୌଣସି ପ୍ରମାଣ ନାହିଁ, କିନ୍ତୁ ଦେଖାଯାଉଛି ଯେ କେତେକ କ୍ଷେତ୍ରରେ ଏହି ସଂକ୍ରମଣ ଲୋକଙ୍କଠାରୁ ପଶୁଙ୍କ ନିକଟରେ ବ୍ୟାପିପାରେ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.