ETV Bharat / international

କୋରୋନାରୁ ସୁସ୍ଥ ହେବା ପରେ ରାଜନୈତିକ ମୈଦାନରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ରଣ ହୁଙ୍କାର

author img

By

Published : Oct 13, 2020, 7:11 PM IST

ରାଜନୈତିକ ମୈଦାନରେ ରଣ ହୁଙ୍କାର ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଫ୍ଲୋରିଡାର ଏକ ନିର୍ବାଚନୀ ରାଲିରେ ସେ ଅତ୍ୟନ୍ତ ଶକ୍ତିଶାଳୀ ଅନୁଭବ କରୁଥିବା ସେ କହିଛନ୍ତି । ଅଧିକ ପଢନ୍ତୁ...

କୋରୋନାରୁ ସୁସ୍ଥ ହେବା ପରେ ରାଜନୈତିକ ମୈଦାନରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ରଣ ହୁଙ୍କାର
କୋରୋନାରୁ ସୁସ୍ଥ ହେବା ପରେ ରାଜନୈତିକ ମୈଦାନରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ରଣ ହୁଙ୍କାର

ୱାସିଂଟନ: ମହାମାରୀ କୋରୋନାରୁ ସୁସ୍ଥ ହେବା ପରେ ରାଜନୈତିକ ମୈଦାନରେ ରଣ ହୁଙ୍କାର ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଫ୍ଲୋରିଡାର ଏକ ନିର୍ବାଚନୀ ରାଲିରେ ସେ ଅତ୍ୟନ୍ତ ଶକ୍ତିଶାଳୀ ଅନୁଭବ କରୁଥିବା କହିଛନ୍ତି । କେବଳ ସେତିକି ନୁହେଁ, ନିର୍ବାଚନୀ ସଭାରେ ଉପସ୍ଥିତ ପ୍ରଶଂସକଙ୍କୁ ଚୁମ୍ବନ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଥିଲେ ଟ୍ରମ୍ପ ।

ଟ୍ରମ୍ପ ନିଜ ଅଭିଭାଷଣ ରଖୁଥିବା ସମୟରେ ମାସ୍କ ପରିଧାନ କରିନଥିଲେ । ଏପରିସ୍ଥିତିରେ ସେ ସେଠାରେ ଉପସ୍ଥିତ ପ୍ରଶଂସକଙ୍କୁ କହିଥଲେ ଯେ ମୁଁ ବର୍ତ୍ତମାନ ବେଶ ଶକ୍ତିଶାଳୀ ଅନୁଭବ କରୁଛି ଏବଂ ଆପଣମାନଙ୍କୁ ଚୁମ୍ବନ କରିବାକୁ ଇଚ୍ଛା ପ୍ରକଟ କରୁଛି ।

ଟ୍ରମ୍ପ ନିଜ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନରେ ନିଜର ପ୍ରତିଦ୍ବନ୍ଦୀ ବାଇଡେନ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ହେବା ପାଇଁ ସମାଜବାଦୀ, ମାର୍କସବାଦୀ ଓ ଚରମପନ୍ଥୀଙ୍କ ହାତରେ ନିଜ ପାର୍ଟିକୁ ଟେକି ଦେଇଛନ୍ତି । ତେବେ ଏହା ଆମେରିକାର ଇତିହାସରେ ସବୁଠୁ ମହତ୍ବପୂର୍ଣ୍ଣ ନିର୍ବାଚନ ବୋଲି ଟ୍ରମ୍ପ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.