ETV Bharat / international

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା କରିବ ଫେସବୁକ - america

ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଜଣାଇବ ଫେସବୁକ। ଏନେଇ ଫେସବୁକ ପକ୍ଷରୁ ବିଧିବଦ୍ଧ ଭାବେ ଏକ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି। ଫେସବୁକ ସହ ଇନଷ୍ଟାଗ୍ରାମରେ ମଧ୍ୟ ଏହି ତଥ୍ୟ ଉପଲବ୍ଧ ହେବ। ଅଧିକ ପଢ଼ନ୍ତୁ...

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା କରିବ ଫେସବୁକ

author img

By

Published : Nov 6, 2020, 8:31 PM IST

ସାନ ଫ୍ରାନ୍ସିସ୍କୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଜଣାଇବ ଫେସବୁକ। ଏନେଇ ଫେସବୁକ ପକ୍ଷରୁ ବିଧିବଦ୍ଧ ଭାବେ ଏକ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି। ଏହାସହ ଏଣିକି ନିର୍ବାଚନର ପ୍ରତିଟି ଅପଡେଟ ମଧ୍ୟ ଫେସବୁକରୁ ଜାଣିହେବ। ଫେସବୁକ ସହ ଇନଷ୍ଟାଗ୍ରାମରେ ମଧ୍ୟ ଏହି ତଥ୍ୟ ଉପଲବ୍ଧ ହେବ। ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ କୌଣସି ଭୁଲ ତଥ୍ୟ ଯେଭଳି ନବ୍ୟାପିବ ଏହାକୁ ଦୃଷ୍ଟିରେ ଫେସବୁକ ସମସ୍ତ ତଥ୍ୟ ଦେବାକୁ ନିଶ୍ଚିତ କରିଛି।

ଜଣାଶୁଣା ଗଣମାଧ୍ୟମ ପକ୍ଷରୁ ସମସ୍ତ ତଥ୍ୟ ପାଇବା ପରେ ହିଁ ନିର୍ବାଚନକୁ ଅପଡେଟ କରାଯିବ। ଏହାସହ ଆମେରିକାର ଭୋଟିଂ ସୂଚନା କେନ୍ଦ୍ର ସହ ଜଡ଼ିତ ଥିବା ସମସ୍ତ ନେଟୱର୍କ ସହ ଫେସବୁକ ଯୋଗାଯୋଗରେ ରହିବ। ଯେକୌଣସି ସ୍ଥାନରେ ଯେଉଁ ପ୍ରାର୍ଥୀ ବଜୟୀ ହେବାକୁ ଥିବେ ବା ବିଜୟ ଲାଭ କରିଥିବେ ସେନେଇ ବିସ୍ତୃତ ବିବରଣୀ ଦିଆଯିବ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା କରିବ ଫେସବୁକ
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା କରିବ ଫେସବୁକ

ଏନେଇ ଫେସବୁକ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା କେତେକ ରାଜ୍ୟରେ ଭୋଟ ଗଣତି ଜାରି ରହିଛି। ସେହି ରାଜ୍ୟରେ ଥିବା ଆମ ପ୍ରତିନିଧିଙ୍କ ସହ ଆମେ ଯୋଗାଯୋଗ ଜାରି ରଖିଛୁ। ଏହାସହ ସେଠାକାର ପ୍ରମୁଖ ଗଣମାଧ୍ୟମ ସହ ଫେସବୁକ ନିରନ୍ତର ଭାବେ ଯୋଗାଯୋଗ ଜାରି ରଖିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ସମସ୍ତ ନିର୍ଭର ଯୋଗ୍ୟ ପଦକ୍ଷେପ ଆମେ ନେବୁ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଫେସବୁକ ଓ ଇନଷ୍ଟାଗ୍ରାମରେ ଯେଭଳି କୌଣସି ଭୁଲ ତଥ୍ୟର ପ୍ରସାର ନହେବ ସେନେଇ ଅନେକ ପଦକ୍ଷେପ ନିଆଯାଇଥିଲା। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ କେତେକ ବିଭ୍ରାନ୍ତିକର ଖବର ଫେସବୁକ ତଥା ଅନ୍ୟାନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା।

ଆମେରିକାରେ ରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରେଟ ଦଳର ଜୋ ବିଡେନ ଓ ରିପବ୍ଲିକାନ ଦଳର ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ନିର୍ବାଚନ ପ୍ରତିଦ୍ବନ୍ଦିତା ଲାଗି ରହିଛି। ବର୍ତ୍ତମାନ ସୁଦ୍ଧା ଜୋ ବିଡେନ ଟ୍ରମ୍ପଙ୍କ ଠାରୁ ଆଗରେ ରହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.