ETV Bharat / international

ଏବେ ଇନଷ୍ଟାଗ୍ରାମରେ ମିଳିବ ଫେସବୁକ ମେସେଞ୍ଜର ରୁମ - ଇନଷ୍ଟାଗ୍ରାମରେ ନୂଆ ଆଡିସନ

ଇନଷ୍ଟାଗ୍ରାମରେ ମେସେଞ୍ଜର ରୁମ୍ସ ଦ୍ବାରା ପ୍ରାୟ 50 ଜଣ ଲୋକଙ୍କୁ ଆଡ କରାଯାଇପାରେ । ଶୁକ୍ରବାର ଏହା ଇନଷ୍ଟାଗ୍ରାମରେ ରୋଲ ଆଉଟ ହୋଇଥିବା ବେଳେ ଏନେଇ କମ୍ପାନୀ ପକ୍ଷରୁ ଏକ ଟ୍ବିଟ ଯୋଗ ସୂଚନା ଦିଆଯାଇଛି ।

instagram, facebook messenger rooms, instagram new addition, technology news, ଇନଷ୍ଟାଗ୍ରାମ, ଫେସବୁକ ମେସେଞ୍ଜର ରୁମ୍ସ, ଇନଷ୍ଟାଗ୍ରାମରେ ନୂଆ ଆଡିସନ, ଟେକ୍ନୋଲୋଜି ନ୍ୟୁଜ୍‌
ଏବେ ଇନଷ୍ଟାଗ୍ରାମରେ ମିଳିବ ଫେସବୁକ ମେସେଞ୍ଜର ରୁମ
author img

By

Published : May 23, 2020, 6:38 AM IST

ସାନ ଫ୍ରାନ୍ସିସ୍କୋ: ଜୁମ ଆପକୁ ଟକ୍କର ଦେବା ପାଇଁ ଫେସବୁକ ଲଞ୍ଚ କରିଥିବା ମେସେଞ୍ଜର ରୁମ୍ସ ଏହାର ପ୍ରାୟ ସମସ୍ତ ଆପ୍‌ରେ ସଂଯୋଗ ହୋଇସାରିଛି । ଏମିତିରେ ରେସରେ ପଛରେ ପଡିଛି ଇନଷ୍ଟାଗ୍ରାମ । ହେଲେ ଏବେ ଇନଷ୍ଟାଗ୍ରାମରେ ମେସେଞ୍ଜର ରୁମ୍ସ ଆଡିସନ ନେଇ ଫେସବୁକ ସବୁଜ ସଙ୍କେତ ଦେଇଥିବା ବେଳେ ଏହା ସବୁଠାରୁ କମ ଅପଡେଟେଟ ଭର୍ସନକୁ ଇନଷ୍ଟାଗ୍ରାମରେ ଆଡ କରିବା ନେଇ ସ୍ପଷ୍ଟ କରିଛି ।

ଫଳରେ ଇନଷ୍ଟାଗ୍ରାମରେ ମେସେଞ୍ଜର ରୁମ୍ସ ଦ୍ବାରା ପ୍ରାୟ 50 ଜଣ ଲୋକଙ୍କୁ ଆଡ କରାଯାଇପାରେ । ଶୁକ୍ରବାର ଏହା ଇନଷ୍ଟାଗ୍ରାମରେ ରୋଲ ଆଉଟ ହୋଇଥିବା ବେଳେ ଏନେଇ କମ୍ପାନୀ ପକ୍ଷରୁ ଏକ ଟ୍ବିଟ ଯୋଗ ସୂଚନା ଦିଆଯାଇଛି । ଏହା ପୂର୍ବରୁ ହ୍ବାଟ୍ସଆପର ବେଟା ଭର୍ସନରେ ମଧ୍ୟ ମେସେଞ୍ଜର ରୁମ୍ସ ରୋଲ ଆଉଟ ହୋଇସାରିଛି । ତେବେ ଇନଷ୍ଟାଗ୍ରାମ ଏକ ଭିଡିଓ ଶେୟାର କରି ଏଥିରେ ମେସେଞ୍ଜର ରୁମ୍ସର ବ୍ୟବହାରକୁ ଦେଖାଇଛି ।

ଏଥିପାଇଁ ପ୍ରଥମେ ୟୁଜର୍ସଙ୍କୁ ଡାଇରେକ୍ଟ ମେସେଜକୁ ଯିବାକୁ ହେବ । ସେଠାରେ ଭିଡିଓ ଚାଟ ଆଇକନ ଉପରେ କ୍ଲିକ କରିବା ପରେ କ୍ରିଏଟ ରୁମ ଉପରେ କ୍ଲିକ କରନ୍ତୁ । ବର୍ତ୍ତମାନ ଜଣେ ୟୁଜର ଏହି ରୁମରେ ଜଏନ କରିବା ପାଇଁ ନିଜ ଇନଷ୍ଟାଗ୍ରାମ ବନ୍ଧୁଙ୍କୁ ଇନଭିଟେସନ ପଠାଇପାରିବେ । ଏହାପରେ ଇନଷ୍ଟାଗ୍ରାମ ଏକ ରୁମ କ୍ରିଏଟ କରିବା ସହ ଏଥିରେ ଏକ ଲିଙ୍କ ସଂଯୋଗ କରିବ । ତେବେ ଇନଭିଟେସନରେ ଇନଷ୍ଟାଗ୍ରାମ ଜଏନ ଦି ରୁମର ଏକ ଅପ୍ସନ ଦେବ । ଏହାକୁ କ୍ଲିକ କରିବା ଦ୍ବାର ୟୁଜର ମେସେଞ୍ଜର ଆପକୁ ରିଡାଇରେକ୍ଟ ହେବେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.