ETV Bharat / international

ଟ୍ରମ୍ପଙ୍କ ଧମକ ପରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ୟୁରୋପିଆନ ୟୁନିଅନର ସମର୍ଥନ

author img

By

Published : May 20, 2020, 6:32 AM IST

ୟୁରୋପିଆନ ୟୁନିଅନ ପକ୍ଷରୁ କୁହାଯାଇଛି ଯେ ଏପରି ବିପଦ ସମୟରେ ସମସ୍ତେ ଏକାଠି ଛିଡା ହେବା ଉଚିତ । ବର୍ତ୍ତମାନ ସ୍ଥିତିରେ କାହାକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ଅପେକ୍ଷା ସମସ୍ତେ ଏକାଠି ହୋଇ ଏହାର ମୁକାବିଲା କରିବା ଆବଶ୍ୟକ । ଅଧିକ ପଢନ୍ତୁ...

ଟ୍ରମ୍ପଙ୍କ ଧମକ ପରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ୟୁରୋପିଆନ ୟୁନିଅନର ସମର୍ଥନ
ଟ୍ରମ୍ପଙ୍କ ଧମକ ପରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ୟୁରୋପିଆନ ୟୁନିଅନର ସମର୍ଥନ

ବ୍ରୁସେଲ୍ସ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଧମକ ପରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପ୍ରତି ଛୁଟିଛି ସମର୍ଥନର ସୁଅ । ପ୍ରଥମେ ଚୀନ ଆଉ ଏବେ ୟୁରୋପିଆନ ୟୁନିଅନ ବଢାଇଛି ସମର୍ଥନର ହାତ । ଟ୍ରମ୍ପଙ୍କୁ ପରୋକ୍ଷରେ ଟାର୍ଗେଟ କରିଛି ସଙ୍ଗଠନ ।

ୟୁରୋପିଆନ ୟୁନିଅନ ପକ୍ଷରୁ କୁହାଯାଇଛି ଯେ ଏପରି ବିପଦ ସମୟରେ ସମସ୍ତେ ଏକାଠି ଛିଡା ହେବା ଉଚିତ । ବର୍ତ୍ତମାନ ସ୍ଥିତିରେ କାହାକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ଅପେକ୍ଷା ସମସ୍ତେ ଏକାଠି ହୋଇ ଏହାର ମୁକାବିଲା କରିବା ଆବଶ୍ୟକ । ଏପରି ସମୟରେ ମତଭେଦ ଠିକ ନୁହେଁ । ମହାମାରୀ ବିରୋଧରେ ସବୁ ରାଷ୍ଟ୍ର ଏକଜୁଟ ହୋଇ ଏହାର ସମାଧାନ ରାସ୍ତା ବାହାର କରନ୍ତୁ । ୟୁନିଅନ ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ସମର୍ଥନ ଦେଇଛି । ଏବେ ମଧ୍ୟ ଏହା ଜାରି ରଖିବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇବ । ଆଗରୁ ମଧ୍ୟ ସଙ୍ଗଠନକୁ ମହାମାରୀର ମୁକାବିଲା ପାଇଁ ଆର୍ଥିକ ସହାୟତା ଦେଇଛି ବୋଲି ୟୁରୋପିଆନ ୟୁନିଅନ କହିଛି ।

ଉଲ୍ଲେଖଯୋଗ୍ୟ ଯେ କୋରୋନା ପରିସ୍ଥିତି ପାଇଁ ବାରମ୍ବାର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଓ ଚୀନକୁ ଦାୟୀ କରୁଛି ଆମେରିକା । ଏସମ୍ପର୍କରେ ପ୍ରଥମରୁ ଖବର ଲୁଚାଇଥିବା ଅଭିଯୋଗ ଆଣିଛି ଆମେରିକା । ନିକଟରେ ଟ୍ରମ୍ପ ଟ୍ବିଟରରେ କହିଥିଲେ ଯେ ଯଦି ସଙ୍ଗଠନ 30 ଦିନ ଭିତରେ କୌଣସି ଉପଯୁକ୍ତ ପଦକ୍ଷେପ ନନିଏ ତେବେ ଏହାକୁ ଫଣ୍ଡିଂ ଦେବା ବନ୍ଦ କରିଦେବ ଆମେରିକା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.