ETV Bharat / international

କୋଭିଡ୍‌-19 ପ୍ରାଦୁର୍ଭାବ ସହ ସଂଘର୍ଷରତ ଇକ୍ୟୁଏଡର

author img

By

Published : Apr 14, 2020, 6:29 PM IST

ସାଧାରଣତଃ ଇକ୍ୟୁଏଡରର ନାଗରିକମାନେ ନିଜ ଦେଶ ଛାଡି ସ୍ପେନ୍‌ ଓ ଇଟାଲୀରେ ବସବାସ କରନ୍ତି । ଉଭୟ ଦେଶ ଏବେ ନୋଭେଲ୍‌ କୋରୋନା ଭାଇରସ୍‌ର କେନ୍ଦ୍ରସ୍ଥଳୀରେ ପରିଣତ ହୋଇଛି । ଅଧିକ ପଢନ୍ତୁ...

କୋଭିଡ୍‌-19 ପ୍ରାଦୁର୍ଭାବ ସହ ସଂଘର୍ଷରତ ଇକ୍ୟୁଏଡର
କୋଭିଡ୍‌-19 ପ୍ରାଦୁର୍ଭାବ ସହ ସଂଘର୍ଷରତ ଇକ୍ୟୁଏଡର

ଉପଯୁକ୍ତ ସମୟରେ କୋଭିଡ୍‌-19 ସହ ମୁକାବିଲା କରିବାରେ ବିଫଳ ଇକ୍ୟୁଏଡର ଏବେ ମୃତ୍ୟୁର ଦ୍ବାରଦେଶରେ ଉପନୀତ । ସାମାଜିକ ଦୂରତା ବଜାୟ ରଖିବାରେ ନାଗରିକମାନଙ୍କ ଅବହେଳା କାରଣରୁ ଏହି ଦେଶ ଆଜି ଏକ ବୃହତ୍‌ ସ୍ବାସ୍ଥ୍ୟ ସଂକଟ ସହ ସଂଘର୍ଷରତ । ଏଠାକାର ସାମାଜିକ ଓ ଅର୍ଥନୈତିକ ଅସମାନତା ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି । ପରିସ୍ଥିତି ଏତେ ଭୟାବହ ଯେ ମୃତବ୍ୟକ୍ତିଙ୍କୁ କବର ଦେବା ଲାଗି କଫିନ୍‌ର ଅଭାବ ଦେଖାଦେଇଛି । ମୃତଦେହକୁ ରାସ୍ତାକଡ ଫୁଟ୍‌ପାଥ୍‌ରେ ସଢିବା ପାଇଁ ଛାଡି ଦିଆଯାଉଛି । ଭୂତାଣୁର କେନ୍ଦ୍ରସ୍ଥଳ ଗୁଆୟାକିଲ୍‌ରେ ପରିସ୍ଥିତି ଅତି ଭୟାବହ ରୂପ ନେଇଛି ।

ଇକ୍ୟୁଏଡରର ଲୋକସଂଖ୍ୟା 1 କୋଟି 70 ଲକ୍ଷ ଏବଂ ବିଭିନ୍ନ କାରଣରୁ ଏଠାରେ ମୃତ୍ୟୁହାର ବହୁ ଅଧିକ । ସ୍ପେନ୍‌ ସହ ଇକ୍ୟୁଏଡର୍‌ର ନିବିଡ ସଂପର୍କ ରହିଛି । ପ୍ରକୃତପକ୍ଷେ ସ୍ପାନିଶ୍‌ ଭାଷା ଏହି ଦେଶର ସରକାରୀ ଭାଷା । ସାଧାରଣତଃ ଇକ୍ୟୁଏଡରର ନାଗରିକମାନେ ନିଜ ଦେଶ ଛାଡି ସ୍ପେନ୍‌ ଓ ଇଟାଲୀରେ ବସବାସ କରନ୍ତି । ଉଭୟ ଦେଶ ଏବେ ନୋଭେଲ୍‌ କୋରୋନା ଭାଇରସ୍‌ର କେନ୍ଦ୍ରସ୍ଥଳୀରେ ପରିଣତ ହୋଇଛି । ଫେବୃୟାରୀ 29 ତାରିଖ ଦିନ ସ୍ପେନ୍‌ର ଜଣେ 70 ବର୍ଷୀୟା ମହିଳା ଗୁଆୟାକିଲ୍‌ରେ ପହଞ୍ଚିଥିଲେ । କୋରୋନା ଭାଇରସ୍‌ର ଲକ୍ଷଣ ଚିହ୍ନଟ ହେବା ପରେ ତାଙ୍କୁ ଅଲଗା ଘରେ ରଖାଯାଇଥିଲା । ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ 80 ଜଣ ଲୋକଙ୍କୁ ମଧ୍ୟ ଚିହ୍ନଟ କରାଯାଇ ଅଲଗା ଘରେ ରଖାଯାଇଥିଲା ।

କିନ୍ତୁ ସ୍ପେନ୍‌ରେ ଏହି ଭୂତାଣୁର ପ୍ରାଦୁର୍ଭାବ ଦେଖାଦେବା ପରେ ସେଠାରେ ପଢୁଥିବା ଛାତ୍ରଛାତ୍ରୀମାନେ ଇକ୍ୟୁଏଡରକୁ ଫେରିଆସିଥିଲେ । ସେହି ସମୟରେ ସ୍ପେନ୍‌ରୁ ଫେରିଥିବା କେତେକ ବ୍ୟକ୍ତି ଗୁଆୟାକିଲ୍‌ରେ ବିଭିନ୍ନ ବିବାହ ଉତ୍ସବ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହା ଫଳରେ ମହାମାରୀ ତୀବ୍ର ଗତିରେ ବ୍ୟାପିବା ସହିତ ମହାବ୍ୟାଧି ଭଳି ପରିସ୍ଥିତି ଉପୁଜିଲା । ସଂପନ୍ନ ଅଞ୍ଚଳରୁ ଏହି ସଂକ୍ରମଣ ସହରତଳି ବସ୍ତିଗୁଡିକୁ ବ୍ୟାପିଯାଇଥିଲା । ରୋଗ ସଂକ୍ରମଣକୁ ରୋକିବା ପାଇଁ ଲୋକଙ୍କୁ ଘରେ ରହିବାକୁ ଇକ୍ୟୁଏଡର ସରକାର ଆଦେଶ ଦେଇଥିଲେ । ପରିବାର ପିଛା ମାସିକ 60 ଆମେରିକୀୟ ଡଲାର ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ ।

ସଂପନ୍ନ ଲୋକେ ଘରେ ରହିଗଲେ, କିନ୍ତୁ ଗରିବଙ୍କ ପାଖରେ ଉପାୟ ନଥିଲା । ସରକାର ଦେଉଥିବା ଅନୁଦାନ ସଂଗ୍ରହ ଲାଗି ଲୋକେ ବ୍ୟାଙ୍କ ପାଖରେ ଭିଡ ଜମାଇଲେ ଏବଂ ଫଳରେ ରୋଗ ସଂକ୍ରମଣ ଆହୁରି ବଢିଲା । କେତେକ ଲୋକଙ୍କ ପାଖରେ ଘରକୁ ଘର ବୁଲି ଭିକ ମାଗିବା ବ୍ୟତୀତ ଅନ୍ୟ ଉପାୟ ନଥିବାରୁ ସେମାନେ ବାଧ୍ୟ ହୋଇ ଏହି ଭୂତାଣୁ ସଂସ୍ପର୍ଶରେ ଆସୁଛନ୍ତି । ଇକ୍ୟୁଏଡର୍‌ର ଗୁଆୟାସ୍‌ ପ୍ରଦେଶରେ ହିଁ 70 ପ୍ରତିଶତରୁ ଅଧିକ କୋଭିଡ୍‌-19 ସଂକ୍ରମଣ ମାମଲା ରହିଥିବା ରିପୋର୍ଟ ମିଳିଛି । ବିଭିନ୍ନ ହାସପାତାଳରେ ଲୋକଙ୍କ ପ୍ରବଳ ଗହଳି ଲାଗି ରହିଛି । ଏମିତି କି କୌଣସି ମୃତବ୍ୟକ୍ତିଙ୍କ ସଂପର୍କୀୟଙ୍କୁ ମୃତଶରୀର ହସ୍ତାନ୍ତର କରିବା ଲାଗି କେଇ ଦିନ ଲାଗିଯାଉଛି ।

ଗୁଆୟାକିଲ୍‌ରେ ଜରୁରୀକାଳୀନ ସ୍ଥିତି ପାଇଁ ଲୋକଙ୍କୁ ଦିଆଯାଇଥିବା ଫୋନ୍‌ ନମ୍ବର ସବୁ ସମୟରେ ବ୍ୟସ୍ତ ରହୁଛି । ସରକାରୀ ଭାବେ ଦିଆଯାଇଥିବା ମୃତ୍ୟୁସଂଖ୍ୟା ତୁଳନାରେ ପ୍ରକୃତ ମୃତ୍ୟୁସଂଖ୍ୟା ବହୁଗୁଣ ଅଧିକ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ନିଜେ ରାଷ୍ଟ୍ରପତି ଲେନିନ୍‌ ମୋରେନୋ ଏହି ତଥ୍ୟକୁ ସ୍ବୀକାର କରିଛନ୍ତି । ଅନୁନ୍ନତ ରୋଗ ପରୀକ୍ଷଣ ବ୍ୟବସ୍ଥା ଯୋଗୁଁ କୋଭିଡ୍‌-19 ଜନିତ ମୃତ୍ୟୁ ସଠିକ ଭାବେ ଚିହ୍ନଟ କରାଯାଇପାରୁ ନାହିଁ ।

କଫିନ୍‌ ଅଭାବ ଯୋଗୁଁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ କାର୍ଡବୋର୍ଡରେ ତିଆରି ବାକ୍ସରେ ମୃତଦେହ ପରିବହନ କରୁଛନ୍ତି । କବରସ୍ଥଳୀରେ ବି ସ୍ଥାନ ମିଳୁନାହିଁ । ସରକାରୀ ଆକଳନ ଅନୁସାରେ ମାର୍ଚ୍ଚ ଶେଷ ସୁଦ୍ଧା ଗୁଆୟାକିଲ୍‌ର ବିଭିନ୍ନ ଘରୁ 1,350ଟି ମୃତଦେହ ଉଦ୍ଧାର କରାଯାଇଥିଲା । ପଲିଥିନ୍‌ରେ ଗୁଡା ହୋଇଥିବା ମୃତଦେହଗୁ଼ଡିକୁ ସହରର ଫୁଟ୍‌ପାଥ୍‌ରେ ସଢିବା ପାଇଁ ଛାଡି ଦିଆଯାଉଛି । କେବଳ ଗତ ସପ୍ତାହରେ ହିଁ ଏଭଳି 150ଟି ମୃତଦେହ ଉଠାଇ ନିଆଯାଇଛି ବୋଲି ସରକାରୀ ଅଧିକାରୀମାନଙ୍କ ରିପୋର୍ଟରୁ ଜଣାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.