ETV Bharat / international

ଆମେରିକାର ସଙ୍ଘୀୟ କୋର୍ଟରେ ଆର୍ଟର୍ଣ୍ଣୀ ଭାବେ ନିଯୁକ୍ତି ପାଇଲେ ଭାରତୀୟ ବଂଶୋଦ୍ଦଭବ - ଆମେରିକାରର ଆର୍ଟର୍ଣ୍ଣୀ ଦାୟିତ୍ବ ନେଲେ ଭାରତୀୟ ବଂଶୋଦ୍ଦଭବ

ଆମେରିକାରର ଆର୍ଟର୍ଣ୍ଣୀ ଦାୟିତ୍ବ ନେଲେ ଭାରତୀୟ ବଂଶୋଦ୍ଦଭବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଇଷ୍ଟର୍ଣ୍ଣ ନ୍ୟୁୟର୍କର ଏକ ଫେଡେରାଲ କୋର୍ଟରେ ତାଙ୍କୁ ଆର୍ଟର୍ଣ୍ଣୀ ଭାବେ ନିଯୁକ୍ତି କରିଛନ୍ତି। ନିଯୁକ୍ତି ପାଇଥିବା ଭାରତୀୟ ଜଣକ ହେଲେ ସରିଥା କୋମାଟେରେଡି।

america
ଆମେରିକାରେ ସଙ୍ଘୀୟ କୋର୍ଟରେ ଆର୍ଟର୍ଣ୍ଣୀ ଭାବେ ନିଯୁକ୍ତି ପାଇଲେ ଭାରତୀୟ ବଂଶୋଦ୍ଦଭବ
author img

By

Published : May 5, 2020, 3:04 PM IST

ୱାସିଂଟନ୍: ଆମେରିକାରର ଆର୍ଟର୍ଣ୍ଣୀ ଦାୟିତ୍ବ ନେଲେ ଭାରତୀୟ ବଂଶୋଦ୍ଦଭବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଇଷ୍ଟର୍ଣ୍ଣ ନ୍ୟୁୟର୍କର ଏକ ଫେଡେରାଲ କୋର୍ଟରେ ତାଙ୍କୁ ଆର୍ଟର୍ଣ୍ଣୀ ଭାବେ ନିଯୁକ୍ତି କରିଛନ୍ତି। ନିଯୁକ୍ତି ପାଇଥିବା ଭାରତୀୟ ଜଣକ ହେଲେ ସରିଥା କୋମାଟେରେଡି। ସେ ଜଣେ ଓକିଲ ଏବଂ କଲମ୍ବିଆ ଆଇନ ବିଦ୍ୟାଳୟରେ ଆଇନ ଶିକ୍ଷା ବିଭାଗରେ କାର୍ଯ୍ୟ କରନ୍ତି। ଟ୍ରମ୍ପ ସୋମବାର ଦିନ ଆମେରିକାର ସିନେଟକଙ୍କୁ ତାଙ୍କ ନାମାଙ୍କନ ପତ୍ର ପଠାଇଛନ୍ତି ବୋଲି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି।

ଏହାପୂର୍ବରୁ ସେ ଉକ୍ତ ଜିଲ୍ଲାର ପୂର୍ବତନ ବିଚାରପତି ବ୍ରେଟ କଭାନାଓଙ୍କ ଅଧୀନରେ କ୍ଲର୍କ ଭାବେ କାର୍ଯ୍ୟ କରିଛନ୍ତି। କୋମାଟେରେଡି ବର୍ତ୍ତମାନ ଇଷ୍ଟର୍ଣ୍ଣ ନ୍ୟୁୟର୍କର ପାଇଁ ଯୁକ୍ତରାଷ୍ଟ୍ରର ଆର୍ଟର୍ଣ୍ଣୀ ଅଫିସରେ ଜେନେରାଲ କ୍ରାଇମ୍ର ଡେପୁଟି ଚିଫ୍ ଭାବେ ନିଯୁକ୍ତି ପାଇଛନ୍ତି।

ସୂଚନା ଥାଉକି, ଏହାପୂର୍ବରୁ ସେ କାର୍ଯ୍ୟକାରୀ ଡେପୁଟି ଚିଫ୍, ଆନ୍ତର୍ଜାତୀୟ ନାର୍କୋଟିକ୍ସ ଏବଂ ମନି ଲଣ୍ଡରିଂ (ଜୁନ୍, 2018 - ଜାନୁୟାରୀ, 2019) ଏବଂ କମ୍ପ୍ୟୁଟର ହ୍ୟାକିଂ ଏବଂ ଗୁଇନ୍ଦା ସଂଯୋଜକ (2016-2019)ଭାବେ କାର୍ଯ୍ୟ କରିଛନ୍ତି।

ତେବେ କୋମାଟେରେଡି ସମ୍ମାନଜନକ ହାର୍ଭାର୍ଡ ଲ ସ୍କୁଲରୁ ସ୍ନାତକ ହାସଲ କରିଛନ୍ତି। ସେ ବିପି ଡିପ୍ ୱାଟର ହୋରିଜନ୍ ଓଏଲ୍ ସ୍ପିଲ୍ ଏବଂ ଅଫ ସୋର ଡ୍ରିଲିଂ ଉପରେ ଜାତୀୟ ଆୟୋଗର ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଚଳିତ ବର୍ଷ ଫେବୃଆରୀ 12 ରେ ଟ୍ରମ୍ପ କୋମାଟେରେଡିଙ୍କୁ ନ୍ୟୁୟର୍କର ଆଟର୍ଣ୍ଣି ଅଫିସର ଭାବେ କାର୍ଯ୍ୟ କରିବାକୁ ଘୋଷଣା କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.