ସାନ ଫ୍ରାନ୍ସିସ୍କୋ: ପୁଣି ସାମ୍ନାକୁ ଆସିଛି ଗୋଟିଏ ହ୍ୟାକିଂ ସର୍ଭିସର ଅନ୍ୟ ହ୍ୟାକରଙ୍କ ହ୍ୟାକିଂ । ଏପରି ଏକ ସାଇବର କ୍ରାଇମ ଘଟିଛି ଡାର୍କ ୱେବ ସର୍ଭିସ ପାଇଁ ବୃହତ୍ତମ ୱେବ-ହୋଷ୍ଟିଂ ପ୍ରୋଭାଇଡର ସହ । ଏହାର ଅନଲାଇନ ଡାଟାବେସ ଲିକ ସହ ଅନେକ ଇମେଲ ଆଡ୍ରେସ, ସାଇଟ ଆଡମିନଙ୍କ ପାସୱାର୍ଡ ଓ ଓନିୟନ ଡୋମେନ ପ୍ରାଇଭେଟ କି । ଏହି ହ୍ୟାକରର ନାମ କିଙ୍ଗନଲ ରହିଥିବା ଜଣାପଡିଛି । ଏହା ଡାନିଏଲସ ହୋଷ୍ଟିଂ(ଡିଏଚ)ର ସମସ୍ତ ସର୍ଭିସକୁ ହ୍ୟାକ କରୁଥିବା ଦେଖାଯାଇଥିଲା ।
ଏହା ୱେବ ହୋଷ୍ଟର ସମସ୍ତ ଡାଟାବେସ ଓ ସର୍ଭର ହ୍ୟାକ କରିଛି । ଯେଉଁଥିରେ ଡାର୍କ ୱେବ ପୋର୍ଟାଲର ଏକ ତୃତୀୟାଂଶ ବା 7600 ୱେବସାଇଟ ଲିକ ହୋଇଛି । ହ୍ୟାକିଂ ଖବର ଜାଣିବା ପରେ ଡିଏଚ ନିଜର ସମସ୍ତ ସର୍ଭିସକୁ ଡାଉନ କରିଥିଲା । ତେବେ ଲିକ ହୋଇଥିବା ତଥ୍ୟ ମଧ୍ୟରେ 3671 ଇମେଲ ଆଡ୍ରେସ, 7205 ଆକାଉଣ୍ଟ ପାସୱାର୍ଡ, 8580 ପ୍ରାଇଭେଟ କି ରହିଛି ।
ଏହି ତଥ୍ୟ ହ୍ୟାକ ଦ୍ବାରା କମ୍ପାନୀ ନାମରେ ଅନେକ ବେଆଇନ କାର୍ଯ୍ୟକଳାପ ହେବାର ଭୟ ରହିଛି । ତେବେ କମ୍ପାନୀ ସହ ଏହା ପ୍ରଥମ ହ୍ୟାକ ନୁହେଁ । ଏହା ପୂର୍ବରୁ 2017 ମସିହାରେ ସମାନ ଢଙ୍ଗରେ ୱେବ ପୋର୍ଟାଲକୁ ହ୍ୟାକ କରାଯାଇ ଚାଇଲ୍ଡ ପର୍ଣ୍ଣ ଦର୍ଶାଯାଇଥିଲା ।
@IANS