ETV Bharat / international

କୋରୋନା ସଂକ୍ରମଣ: ପ୍ରତିଦିନ ରାତିରେ ବନ୍ଦ ରହିବ ନ୍ୟୁୟର୍କ ସବୱେ ସିଷ୍ଟମ - କୋରୋନା ଭାଇରସ ନ୍ୟୁଜ୍‌

ଯୁକ୍ତରାଷ୍ଟ୍ର ଆମେରିକାର କୋରୋନା ହଟସ୍ପଟ ଭାବେ ଜଣା ଯାଉଥିବା ନ୍ୟୁୟର୍କରେ ଏବେ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ପରିବହନ ବିଭାଗ ।

corona in new york city, corona in us, corona update, coronavirus news, nyc sybway system, ନ୍ୟୁୟର୍କରେ କୋରୋନା ସଂକ୍ରମଣ, ଯୁକ୍ତରାଷ୍ଟ୍ର ଆମେରିକାରେ କୋରୋନା, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ନ୍ୟୁୟର୍କ ସବୱେ ସିଷ୍ଟମ
କୋରୋନା ସଂକ୍ରମଣ: ପ୍ରତିଦିନ ରାତିରେ ବନ୍ଦ ହେବ ନ୍ୟୁୟର୍କ ସବୱେ ସିଷ୍ଟମ
author img

By

Published : May 1, 2020, 8:31 PM IST

ନ୍ୟୁୟର୍କ: ଯୁକ୍ତରାଷ୍ଟ୍ର ଆମେରିକାର କୋରୋନା ହଟସ୍ପଟ ଭାବେ ଜଣା ଯାଉଥିବା ନ୍ୟୁୟର୍କରେ ଏବେ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ପରିବହନ ବିଭାଗ । କେବେ ଶୋଉନଥିବା ଏହି ସହରରେ 24 ଘଣ୍ଟା ମିଳିଥାଏ ବସ, ଟ୍ରେନ ଓ ସବୱେ ସର୍ଭିସ । ହେଲେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ରାତି 1ରୁ ଭୋର 5ଟା ପର୍ଯ୍ୟନ୍ତ ବନ୍ଦ ରହିବ ଏହି ସେବା । ଏହି ସମୟରେ ସହର ମଧ୍ୟରେ ଚାଲୁଥିବା ସବୱେ, ବସ ଓ ଟ୍ରେନକୁ ସାନିଟାଇଜ କରାଯିବ ।

ଯୁକ୍ତରାଷ୍ଟ୍ରରେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ଅବନତି ଦେଖାଯାଉଛି । ସେପଟେ ଧିରେ ଧିରେ କମିବାରେ ଲାଗିଛି ହସ୍ପିଟାଲରେ ଭର୍ତ୍ତି ଆକ୍ରାନ୍ତଙ୍କ ସଂଖ୍ୟା । ତଥାପି କେବଳ ନ୍ୟୁୟର୍କରେ 3ଲକ୍ଷ ପଜିଟିଭ ମାମଲା ରହିଥିବା ବେଳେ ମୃ୍ତ୍ୟୁ ସଂଖ୍ୟା 23,600ରେ ସ୍ଥିର ରହିଛି । ତେବେ ଏପରି ଘଡିସନ୍ଧି ମୁହୂର୍ତ୍ତରେ ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟେସନ(ଏମଟିଏ) ଅଥରିଟି ଦ୍ବାରା ନିଆଯାଇଥିବା ନିଆରା ପଦକ୍ଷେପ ସ୍ବାଗତଯୋଗ୍ୟ ବୋଲି ମତ ଦେଇଛନ୍ତି ନ୍ୟୁୟର୍କ ରାଜ୍ୟପାଳ ଆଣ୍ଡ୍ରିୟୁ କ୍ୟୁଓମୋ ।

ସେ ଏହା ମଧ୍ୟ କହିଛନ୍ତି କି ବର୍ତ୍ତମାନ ସମୟରେ ଏମଟିଏ, ରାଜ୍ୟ, ସହର ଓ ନ୍ୟୁୟର୍କ ସିଟି ପୋଲିସ ବିଭାଗ (ଏନୱାଇପିଡି)କୁ ମିଳିତ ଭାବେ ପରିସ୍ଥିତିର ମୁକାବିଲା କରିବାର ଆବଶ୍ୟକତା ରହିଛି । ସବୁବେଳେ ଚଳଚଞ୍ଚଳ ସହରରେ ହଠାତ୍‌ ଟ୍ରେନ, ବସ ଓ ସବୱେ ସର୍ଭିସ ବନ୍ଦ କରିବା ଏତେ ସହଜ ନୁହେଁ । ତଥାପି ଏପରି ପଦକ୍ଷେପ ନେଇ ଏହି ପରିବହନ ମାଧ୍ୟମଗୁଡିକୁ ସାନଟାଇଜ କରିବାର ନିଷ୍ପତ୍ତି ଏକ ବଡ ଚ୍ୟାଲେଞ୍ଚ । ଆଶା କି ସହରର ନାଗରିକ ମଧ୍ୟ ସହଯୋଗ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.