ନ୍ୟୁୟର୍କ: କୋରୋନା ଆଗରେ ହାର ମାନିଛି ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର । ଆମେରିକାରେ କୋଭିଡ 19 ମଚାଇଛି ତାଣ୍ଡବ । ଏବେ ସୁଦ୍ଧା ସେଠାରେ ପ୍ରାୟ 23 ହଜାର ଲୋକଙ୍କ ଜୀବନ ଯାଇଥିବାବେଳେ କେବଳ ନ୍ୟୁୟର୍କରେ 10 ହଜାର ଲୋକଙ୍କ ମୃତ୍ୟୁ ହୋଇଛି ।
ବିଶ୍ବର ସବୁଠାରୁ ବଡ ବାଣିଜ୍ୟ ସହର ନ୍ୟୁୟର୍କର ଅବସ୍ଥା ସଙ୍ଗୀନ ହୋଇଛି । କୋରୋନା ଆଗରେ ମୁଣ୍ଡ ପାତିଦେଇଛି ସହର । ଏବେ ସୁଦ୍ଧା ଏଠାରେ ଲକ୍ଷାଧିକ ଲୋକ ଆକ୍ରାନ୍ତ ଥିବାବେଳେ 10 ହଜାର ପାର କରିଛି ମୃତ୍ୟୁ ସଂଖ୍ୟା । ଆଗାମୀ ସପ୍ତାହରେ ପଜିଟିଭ ସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି । ସେହିପରି 17 ହଜାର ଲୋକ ସୁସ୍ଥ ହୋଇଛନ୍ତି ।
ତେବେ ସମଗ୍ର ଆମେରିକାରେ ଏବେ ଯାଏଁ 5 ଲକ୍ଷରୁ ଅଧିକ ଲୋକ କୋରୋନା ଆକ୍ରାନ୍ତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ପ୍ରାୟ 23 ହଜାର ଛୁଇଁଛି । ସେହିପରି ସୁସ୍ଥ ହୋଇ 41 ହଜାର ଲୋକ ଡିସଚାର୍ଜ ହୋଇଛନ୍ତି ।
ସୌଜନ୍ୟ@ANI