ETV Bharat / international

ଅନଲାଇନରେ ପ୍ରେମ, ପରସ୍ପରକୁ ନଭେଟି ଅନଲାଇନରେ ବିବାହ

ବିନା ଦେଖା ସାକ୍ଷାତରେ ପ୍ରେମ ସମ୍ପର୍କ ଗଢି ଉଠିବା ତ ଆପଣ ଦେଖିଥିବେ । ହେଲେ ବିନା ଭେଟଘାଟରେ ପରସ୍ପରକୁ ଜୀବନ ସାଥୀ କରିବା ହୁଏତ ବିରଳ । ଏପରି ଏକ ପ୍ରେମ କାହାଣୀ ଆମେରିକାର ମିସିଗନ ରାଜ୍ୟରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

author img

By

Published : Nov 15, 2021, 8:09 PM IST

ହୋଇନି ଭେଟଘାଟ, ZOOMରେ କଲେ ବିବାହ
ହୋଇନି ଭେଟଘାଟ, ZOOMରେ କଲେ ବିବାହ

ଲାନସିଂ: ବିନା ଦେଖା ସାକ୍ଷାତରେ ପ୍ରେମ ସମ୍ପର୍କ ଗଢି ଉଠିବା ଭଳି ଖବର ତ ଆପଣ ବହୁତ ଶୁଣିଥିବେ, କିନ୍ତୁ ବିନା ଭେଟରେ ସବୁ ଦିନ ପାଇଁ ପରସ୍ପରକୁ ଜୀବନ ସାଥୀ କରିବା ବିରଳ । ବର୍ତ୍ତମାନର ଆଧୁନିକ ଯୁଗରେ ଯୁବକ ଯୁବତୀ ପରସ୍ପର ସମ୍ପର୍କରେ ଭଲ ଭାବେ ଜାଣିବା ପରେ ବିବାହ କରିବାକୁ ପସନ୍ଦ କୁରଛନ୍ତି । କିନ୍ତୁ ଏଠାରେ ବିନା ଦେଖାରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ଶେଷରେ ଭର୍ଚ୍ଚୁଆଲ ଅର୍ଥାତ୍‌ ZOOM ଆପ୍‌ ଜରିଆରେ ଯୁବକ ଯୁବତୀ ପରସ୍ପରକୁ ସାତ ଜନ୍ମର ସାଥୀ ଭାବେ ବାଛି ନେଇଛନ୍ତି । ଏଭଳି ବିରଳ, ରୋମାଞ୍ଚକର ଘଟଣା ଆମେରିକାର ରାଜ୍ୟ ମିସିଗନରେ ଦେଖିବାକୁ ମିଳିଛି ।

ଏଥିରେ ଆଇସା(୨୬) ଓ ଡାରିନ(୨୪) ଭର୍ଚ୍ଚୁଆଲ ଜରିଆରେ ପରସ୍ପରକୁ ଭେଟିବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଆଇସା ମିସିଗନର ଲାନ୍ସଷ୍ଟର ଅଞ୍ଚଳର ହୋଇଥିବା ବେଳେ ଡାରିନ ମିସିଗନର ଡେଟ୍ରଏଟ ଅଞ୍ଚଳର ବାସିନ୍ଦା । ଏହି କପଲ୍‌ ୨୦୨୦ ମସିହା ଜୁଲାଇ ମାସରେ ପରସ୍ପରକୁ ଜାଣିବା ଆରମ୍ଭ କରିଥିଲେ । ମାତ୍ର ୫ ଘଣ୍ଟା ମଧ୍ୟରେ ସେମାନେ ପରସ୍ପର ପ୍ରତି ଆକୃଷ୍ଟ ହୋଇଥିଲେ । ଡାରିନଙ୍କୁ ଭେଟିବା ପୂର୍ବରୁ ଆଇସା ପ୍ରଥମେ ତାଙ୍କ ମା' କେଣ୍ଡା(୫୬)ଙ୍କୁ ଭେଟିଥିଲେ । ଏହାପରେ ସେ ଡାରିନଙ୍କୁ ଭେଟିଥିଲେ । ଆଇସା Pen pals(ଫେସବୁକ ପରି ଏକ ପ୍ଲାର୍ଟଫର୍ମ ଯାହା ଜରିଆରେ ବିଦେଶରେ ପଢିବା ଓ ଲେଖିବାର ଅଭ୍ୟାସ ପାଇଁ ଏପରି ଦୂର ଅଜଣା ବନ୍ଧୁଙ୍କୁ ଚିଠି ଲେଖାଯାଏ) ଜରିଆରେ ଏକ ଗ୍ରୁପରେ ଯୋଗ ଦେବା ପରେ ସେ ଡାରିନଙ୍କ ମାଆ କେଣ୍ଡାଙ୍କୁ ଭେଟିଥିଲେ ।

ଡାରିନଙ୍କ ମାଆ ଆଇସାଙ୍କୁ ଡାରିନଙ୍କ ସହିତ କଥାବାର୍ତ୍ତା ପାଇଁ କହିଥିଲେ । ପ୍ରଥମତଃ ଏହା ଆଇସାଙ୍କ ପାଇଁ ଅସହଜ ଥିଲା । କିନ୍ତୁ କିଛି ସମୟ କଥା ହେବା ପରେ ସେ ଉଭୟଙ୍କ ମଧ୍ୟରେ ଥିବା କିଛି ସମାନ ଗୁଣ ସମ୍ପର୍କରେ ଜାଣିପାରିଥିଲେ । ଉଭୟ ଘଡ଼ଘଡ଼ି ଓ ବିଜୁଳିକୁ ଡରୁଥିବା ବେଳେ ଉଭୟଙ୍କ ବ୍ଲୁ ଆଖି ବାଲା ପେଚାର ଟାଟୁ ଥିବା ମଧ୍ୟ ସେମାନେ ଜାଣିଥିଲେ । ଧୀରେ ଧୀରେ କଥା ହେବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା ବୋଲି କହିଛନ୍ତି ଆଇସା ।

ତେବେ ଡାରିନଙ୍କୁ ଭେଟିବା ପାଇଁ ଆଇସା ଆମେରିକା ଯିବାକୁ ସ୍ଥିର କରିଥିଲେ ମଧ୍ୟ ମହାମାରୀ ପାଇଁ ଯାଇପାରିନଥିଲେ । ଏହାପରେ ସେମାନେ Zoom ଆପ ଜରିଆରେ ଗତ ମେ ମାସରେ ବିବାହ କରିଛନ୍ତି । ସେମାନେ ପରସ୍ପରକୁ ନ ଭେଟିବା ପରେ ମଧ୍ୟ ବିବାହ କରିବା ପାଇଁ କୌଣସି ସମସ୍ୟା ନଥିଲା ବୋଲି ଆଇସା କହିଛନ୍ତି । ଭିସା ପାଇବା ପରେ ଖୁବଶୀଘ୍ର ଡେଟ୍ରଏଟ ଯାଇ ଡାରିନଙ୍କୁ ଭେଟିବେ ଆଇସା । ଏହି ଯୋଡ଼ିଙ୍କ ବିବାହ ସମ୍ପୂର୍ଣ୍ଣ ଆଇନଗତ ଓ ଅଫିସିଆଲ ବୋଲି କହିଛନ୍ତି ଆଇସା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.