ETV Bharat / international

ବିଦେଶରେ ଅଟକ 22 ହଜାର ଆମେରିକୀୟ ହେବେ ଉଦ୍ଧାର - କୋରୋନା ଭାଇରସ ନ୍ୟୁଜ୍‌

କୋରୋନା ମହାମାରୀର ପ୍ରକୋପରେ ଯିଏ ଯେଉଁଠି ଥିଲେ ସେଇଠି ବନ୍ଦୀ ପାଲଟିଛନ୍ତି । ଏନେଇ ନିଜ ଦେଶବାସୀଙ୍କୁ ଫେରାଇ ଆଣିବା ପାଇଁ କଡା ପଦକ୍ଷେପ ନେବା ପାଇଁ ଘୋଷଣା କରିଛି ଆମେରିକା । ଅଧିକ ପଢ଼ନ୍ତୁ...

american to return home, coronavirus news, corona in america, ଆମେରିକୀୟ ନାଗରିକ, ସ୍ବଦେଶ ଫେରିବେ ଆମେରିକୀୟ ନାଗରିକ, କୋରୋନା ଭାଇରସ ନ୍ୟୁଜ୍‌, ଆମେରିକାରେ କୋରୋନା ପ୍ରଭାବ
ବିଦେଶରେ ଅଟକ 22 ହଜାର ଆମେରିକୀୟ ହେବେ ଉଦ୍ଧାର
author img

By

Published : Apr 6, 2020, 11:52 PM IST

ୱାଶିଂଟନ: କୋରୋନା ମହାମାରୀର ପ୍ରକୋପରେ ଯିଏ ଯେଉଁଠି ଥିଲେ ସେଇଠି ବନ୍ଦୀ ପାଲଟିଛନ୍ତି । କିଏ ଚାକିରି ପାଇଁ ଦେଶ ଛାଡି ବାହାରେ ରହିଥିବା ବେଳେ କିଏ ପାଠ ପଢିବା ପାଇଁ ଘର ଛାଡି ବାହାରେ ରହୁଥିଲା । ହେଲେ କୋରୋନା ବିତ୍ପାତ୍ତ ପାଇଁ ଏବେ ଘରକୁ ଫେରିନପାରି ଅନେକ ଲୋକେ ଅଟକ ରହିଯାଇଛନ୍ତି । ଏନେଇ ନିଜ ଦେଶବାସୀଙ୍କୁ ଫେରାଇ ଆଣିବା ପାଇଁ କଡା ପଦକ୍ଷେପ ନେବା ପାଇଁ ଘୋଷଣା କରିଛି ଆମେରିକା ।

ବିଦେଶରେ ଅଟକ ପ୍ରାୟ 22 ହଜାର ଆମେରିକୀୟ ନାଗରିକଙ୍କୁ ଏୟାର ଲିଫ୍ଟ ଜରିଆରେ ଘରକୁ ଫେରାଇ ଆଣିବାର ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ ସରକାର । ବର୍ତ୍ତମାନ ସୁଦ୍ଧା 60 ଦେଶରୁ 400 ବିମାନ ଯୋଗେ ପ୍ରାୟ 37 ହଜାର ଆମେରିକୀୟ ନାଗରିକଙ୍କୁ ଉଦ୍ଧାର କରିସାରିଛି ଆମେରିକା । ଏବେ ମୁଖ୍ୟତଃ ଦକ୍ଷିଣ ଏସିଆ ତଥା ଭାରତରେ ଅଟକ ଅନ୍ୟ 22 ହଜାର ନାଗରିକଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ହେବ ବୋଲି ସ୍ପଷ୍ଟ କରିଛନ୍ତି କନସ୍ୟୁଲାର ଆଫାୟାର ପ୍ରମୁଖ ଉପ ସଚିବ ଇଆନ ବ୍ରାଉନଲି ।

ସେ ଏହା ମଧ୍ୟ କହିଛନ୍ତି କି ଆଗାମୀ ଦିନରେ ଆହୁରି 70ଟି ବିମାନର ସୂଚୀ ପ୍ରସ୍ତୁତ କରାଯାଇଛି ଯାହା ବିଦେଶରେ ଅଟକ 22 ହଜାର ଆମେରିକୀୟଙ୍କୁ ଫେରାଇ ଆଣିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.