ETV Bharat / international

ପୁଣି ବଢିଲା କୋରୋନାଜନିତ ମୃତ୍ୟୁ, ବିଶ୍ବରେ ଦ୍ବିତୀୟ ବ୍ରାଜିଲ - ବ୍ରାଜିଲ କୋରୋନା ଅପଡେଟ୍

ବ୍ରାଜିଲ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 620 କୋରୋନାଜନିତ ମୃତ୍ୟୁ ହୋଇଛି । ଫଳରେ ଏଠାରେ ମୋଟ୍ ସଂଖ୍ୟା 65 ହଜାର 487 ପହଞ୍ଚିଛି । ଅଧିକ ପଢନ୍ତୁ...

ପୁଣି ବଢିଲା କୋରୋନାଜନିତ ମୃତ୍ୟୁ, ବିଶ୍ବରେ ଦ୍ବିତୀୟ ବ୍ରାଜିଲ

author img

By

Published : Jul 7, 2020, 5:20 PM IST

ବ୍ରାସିଲିଆ: ଲାଟିନ ଆମେରିକା ଦେଶ ବ୍ରାଜିଲରେ କୋରୋନା ସ୍ଥିତି ସାଙ୍ଘାତିକ ପାଲଟିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାମ ନେଉନି । ସେହିପରି ମୃତ୍ୟୁ ସଂଖ୍ୟାରେ ଏହା ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛି । ଏଠାରେ ମୋଟ୍ କୋରୋନାଜନିତ ମୃତ୍ୟୁସଂଖ୍ୟା 65 ହଜାର ଟପିଛି ।

ବ୍ରାଜିଲ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 620 କୋରୋନାଜନିତ ମୃତ୍ୟୁ ହୋଇଛି । ଫଳରେ ଏଠାରେ ମୋଟ୍ ସଂଖ୍ୟା 65 ହଜାର 487 ପହଞ୍ଚିଛି । ପ୍ରଥମ ସ୍ଥାନରେ ଆମେରିକା ଲକ୍ଷାଧିକ ମୃତ୍ୟୁ ସହ ରହିଛି । ଭାରତ ଓ ଋଷରେ ଯଥାକ୍ରମେ 20 ଏବଂ 10 ହଜାର ମୃତ୍ୟୁ ସ୍ପଷ୍ଟ ହୋଇଛି । ତେବେ ଗୋଟିଏ ଦିନ ପରେ ପୁଣିଥରେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିଛି । ସୋମବାର 602 ଥିବାବେଳେ ମଙ୍ଗଳବାର 620ରେ ପହଞ୍ଚିଛି ।

ତେବେ ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବାପେକ୍ଷା କମ ରହିଛି । ସୋମବାର 26 ହଜାର ଥିବାବେଳେ ମଙ୍ଗଳବାର 6000 କମିବା ସହ 20 ହଜାର 229 ବାହାରିଛି । ଏହାସହ ଦେଶରେ ମୋଟ୍ 16 ଲକ୍ଷ 23 ହଜାର 284 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନିକଟରେ ରାଷ୍ଟ୍ରପତି ବୋଲସୋନାରୋ କୋଭିଡ 19 ଟେଷ୍ଟ କରାଇଛନ୍ତି । ଫୁସଫୁସରେ ସମସ୍ୟା ଦେଖାଦେବାରୁ ସେ ନିଜ ସାମ୍ପଲ ଟେଷ୍ଟ ପାଇଁ ପଠାଇଛନ୍ତି ।

ବ୍ରାଜିଲରେ ଏବେ ଯାଏଁ ମୋଟ୍ 9 ଲକ୍ଷ 27 ହଜାର 292 ଆକ୍ରାନ୍ତ କୋରୋନାରୁ ସୁସ୍ଥ ହୋଇସାରିଛନ୍ତି । ତେବେ ଦେଶରେ ସମସ୍ତ ସେକ୍ଟର ଖୋଲିଦେଇଛନ୍ତି ସରକାର । କୋରୋନାର ଆତଙ୍କ ସତ୍ତ୍ବେ ସପିଂ ମଲ, ଥିଏଟର, ଦୋକାନ ବଜାର, ଅଫିସ ସବୁ କିଛି ଖୋଲିଛି । ହଜାର ହଜାର ଲୋକ ମଧ୍ୟ ରାସ୍ତା ଘାଟରେ ଏକାଠି ହେବାର ଦେଖାଯାଇଛି । ଫଳରେ କୋରୋନା ସଂକ୍ରମଣ ଅଧିକ ବଢିବାର ଆଶଙ୍କା ସୃଷ୍ଟି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.